www.samajalive.in
Sunday, December 14, 2025
26.1 C
Bhubaneswar

ମିଶନ ଶକ୍ତି ଓ ଜୀବିକା ମିଶନ ଆନୁକୂଲ୍ୟରେ ସମନ୍ନୟ ମେଳା

ପାତ୍ରପୁର: ପାତ୍ରପୁର ବ୍ଲକ ପରିସରରେ ଥିବା ସଭାଗୃହରେ ମିଶନ ଶକ୍ତି ଓ ଓଡିଶା ଜୀବିକା ମିଶନ ମିଳିତ ଆନୁକୂଲ୍ୟରେ ଏକ ମେଗା ସମନ୍ନୟ ମେଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପାତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରକାଶ କୁମାର ଦାସ ଓ ସରୋଜବଳ ଆଚାର୍ଯ୍ୟ ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ଯୋଗ ଦେଇଥିଲେ । ଏହି ସମନ୍ନୟ ମେଳାରେ ବ୍ଲକର ୪୫୮ ଗୋଷ୍ଠୀ ସ୍ୱୟଂ ସହାୟିକା ଗୋଷ୍ଠୀକୁ ବିଭିନ୍ନ ବ୍ୟାଙ୍କରୁ ମୋଟ୍‌ ୧୪ କୋଟି ୪୮ ଲକ୍ଷ ୫ହଜାର ସହାୟତାର ଋଣ ପ୍ରଦାନ କରିଥିଲେ ।

ଉକ୍ତ ସମନ୍ନୟ ମେଳାରେ ବ୍ୟାଙ୍କ ଅଫ ଇଣ୍ଡିଆର ବିଏମ୍ ରବୀନ୍ଦ୍ର ନାଥ ଦାସ, କାନାରା ବ୍ୟାଙ୍କ ବିଏମ୍ ରାମେଶ୍ୱର ବେହେରା, ଇଣ୍ଡିଆନ ବ୍ୟାଙ୍କ ଜୟନ୍ତୀପୁର ବିଏମ୍ ବିଶ୍ୱଜିତ୍ ସାହୁ, ଇଣ୍ଡିଆନ ବ୍ୟାଙ୍କ ସୁରଙ୍ଗୀ ବିଏମ୍ ରଞ୍ଜିବ ରାଉତରାଓ, ଏସ.ବି.ଆଇ ବିଏମ୍ ଦୁର୍ଯ୍ୟୋଧନ ବେହେରା, ୟୁଜିବି ଖାରିଆଗୁଡା ବିଏମ୍ ଅରବିନ୍ଦ ପ୍ରଧାନ, ୟୁଜିବି ନୂଆପେଣ୍ଠ ଜଗନ ପ୍ରଧାନ, ୟୁଜିବି ତୁରୁବୁଡି ବିପିନ ବିହାରୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଶୟଦତ୍ତ ବେହେରା, ଜି. ୠକ୍ଷ୍ମୀ ବାଇ, ସରୋଜ ମଲ୍ଲିକ, ବିଭୂତି ଭୁଷଣ ଦାସ, ଦୀନବନ୍ଧୁ ଦାସ, ସଂଜୀବ କୁଜୁର, ବିଦ୍ୟାଧର ଗୌଡ, ସମରେନ୍ଦ୍ର ସାହୁ, ବ୍ୟାଙ୍କ ମିତ୍ର, ଏମିବିକେ, ସିଆରପି ପ୍ରମୁଖ ସହଯୋଗ କରିଥିଲେ ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories