www.samajalive.in
Sunday, December 14, 2025
14.1 C
Bhubaneswar

ବେଗୁନିଆରେ ଅହିଂସା ରଥକୁ ସମ୍ବର୍ଦ୍ଧନା

ବେଗୁନିଆ: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଅହିଂସା ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ଳକ୍ଷ୍ୟରେ ବିଭିନ୍ନ ସ୍ଥାନ ପରିକ୍ରମା କରୁଥିବା ଅହିଂସା ରଥକୁ ବେଗୁନିଆରେ ଭବ୍ୟ ସମ୍ବର୍ଦ୍ଧନା କରାଯାଇଛି । ଅହିଂସା ରଥ ବେଗୁନିଆ ବ୍ଲକ ଅନ୍ତର୍ଗତ ରାଧାକାନ୍ତପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଥିବା ବ୍ଲକ ପ୍ରଶାସନ ଏବଂ ସମସ୍ତ ପଞ୍ଚାୟତ ପ୍ରତିନିଧି, ତହସିଲ ପ୍ରଶାସନ, ସ୍ୱୟଂ ସହାୟକ ଗୋଷ୍ଠୀ, ଆଶା ଏବଂ ଅଙ୍ଗନବାଡି କର୍ମୀ ଓ ଶିକ୍ଷା ବିଭାଗ ରଥକୁ ବନ୍ଦାପନା କରି ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାମ୍ପନ କରିଥିଲେ ।

ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଶହ ଶହ ସଂଖ୍ୟାରେ ଜନ ସାଧାରଣ ହାତରେ ପତାକା ଧରି ଦେଶଭକ୍ତି ସଙ୍ଗୀତ ମଧ୍ୟରେ ପଦଯାତ୍ରା କରି ରଥକୁ ଅପରାହ୍ଣରେ ବେଗୁନିଆ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ରଥକୁ ସ୍ୱାଗତ କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେଠାରୁ ରଥ ବାହାରି ବାଘମାରୀ ଥାନା ଅନ୍ତର୍ଗତ ହଟକେଶ୍ୱର ମହିଳା ମହାବିଦ୍ୟାଳୟରେ ପହଞ୍ଚିବା ପରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନେ ସ୍ୱାଗତ କରିଥିଲେ । ସମ୍ପୃକ୍ତ ମହାବିଦ୍ୟାଳୟର ଛାତ୍ରୀ ଓ ଅନ୍ୟ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

- Advertisement -

ସେଠାରେ ରାତ୍ରିଯାପନ କରିବା ପରେ ୧ ତାରିଖ ଦିନ ରାତି ୯ଟା ୩୦ରେ ପଞ୍ଚପଲ୍ଲୀ ବାଉତି ବିଦ୍ୟାପୀଠ, ସାରୁଅରେ ରଥ ପହଞ୍ଚିଥିଲା । ପରେ ସେଠାରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଓ କର୍ମଚାରୀ ମାନେ ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହିତ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କ  ଦ୍ୱାରା  ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପରେ ରଥକୁ ସସମ୍ମାନେ ବିଦାୟ ଦିଆଯିବ ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories