www.samajalive.in
Sunday, December 14, 2025
23.1 C
Bhubaneswar

ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ : ବିଜେତା ଦଳକୁ ମିଳିବ ୧୩ କୋଟି

ଦୁବାଇ  : ଅଷ୍ଟ୍ରେଲିଆରେ ଆସନ୍ତା ଅକ୍ଟୋବର ୧୬ରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ ଖେଳାଯିବ। ଉକ୍ତ ଟୁର୍ଣ୍ଣାମେଣ୍ଟର ବିଜେତା ଦଳକୁ ୟୁଏସ୍‌ଡି ୧.୬ ମିଲିୟନ ଡଲାର (ଭାରତୀୟ ମୁଦ୍ରରେ ୧୩କୋଟି ) ଟଙ୍କା ମିଳିବ । ଏ ନେଇ ଆଇସିସି ପରିଚାଳନା ପରିଷଦ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି। ସେହିପରି ରନର୍ସଅପ ଦଳକୁ ବିଜେତା ଦଳର ଅଧା ଅର୍ଥ ଅର୍ଥାତ ୬.୫ କୋଟି ଟଙ୍କା ମିଳିବ।
ପ୍ରତିଯୋଗିତାରେ ୧୬ଟି ଦଳ ଅଂଶଗ୍ରହଣ କରିବେ। ସେମିଫାଇନାଲରେ ପରାଜିତ ଦୁଇ ଦଳକୁ ୪୦୦.୦୦୦ ଲକ୍ଷ ଡଲାର ଲେଖାଏଁ ଅର୍ଥ ପ୍ରଦାନ କରାଯିବ। ମୋଟ ଉପରେ ପ୍ରତିଯୋଗିତାରେ ୫.୬ ନିୟୁୁତ ଅର୍ଥାତ ୫୬ ଲକ୍ଷ ଡଲାର ଅର୍ଥ ପୁରସ୍କାର ପ୍ରଦାନ କରାଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି। ସୁପର-୧୨ରୁ ବାଦ୍ ପଡିବା ଦଳକୁ ୟୁଏସ୍‌ଡି ୭୦.୦୦୦ ହଜାର ଡଲାର ଲେଖାଏଁ ଅର୍ଥ ପ୍ରଦାନ କରାଯିବ। । ଗତ ୨୦୨୧ ଟ୍ବେଣ୍ଟି୨୦ ବିଶ୍ବକପରେ ସୁପର-୧୨ ପଯ୍ୟାୟରେ ମୋଟ ୩୦ଟି ମ୍ୟାଚ ଖେଳାଯାଇଥିଲା। ଏଥିରେ ୟୁଏସ୍‌ଡି ୪୦.୦୦୦ ଡଲାର ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା। ସୁପର-୧୨ ଲାଗି ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଭାରତ, ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ସିଧାସଳଖ ଯୋଗ୍ୟତା ହାସଲ କରିଛନ୍ତି। ସେହିପରି ଅନ୍ୟ ୮ଟି ଦଳ ଯୋଗ୍ୟତାପର୍ଯ୍ୟାୟ ମ୍ୟାଚ ଖେଳିବେ। ସୁପର -୧୨ର ପ୍ରତି ମ୍ୟାଚର ବିଜେତା ଦଳକୁ ୪୦ ହଜାର ଡଲାର ଅର୍ଥ ମିଳିବ ବୋଲି ଆସିସିସି ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories