www.samajalive.in
Saturday, December 13, 2025
21.1 C
Bhubaneswar

ଶନିବାର ରାଶିଫଳ (୦୧/୧୦/୨୦୨୨)

ମେଷ : ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ପୁଣ୍ୟକର୍ମା ବ୍ୟକ୍ତି ହେଲେ ବି ସେହି ପୁଣ୍ୟ କର୍ମ ପାଇଁ ଅହଂକାରୀ ବା ଗର୍ବୀ ହେଲେ ଦୁର୍ଦଶାଗ୍ରସ୍ତ ହେବେ। ସତର୍କତାର ସହ ଚଳିବେ।

ବୃଷ : ଆଜି ଦିନ ଭିତରେ ଯାହା ଘଟଣା ଘଟିବ, ତାହା ସୁଖବୋଧ ହେବ। ଭକ୍ତି, ରସ, ପ୍ରେମର ଅଧିକାରୀ ହୋଇପାରନ୍ତି। କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। ସେବା ମନୋଭବର ହେବେ। ଆନନ୍ଦ ଉପଭୋଗ କରିବେ।

ମିଥୁନ : ଶତ୍ରୁବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ସାରା ଦିନ କାର୍ଯ୍ୟବ୍ୟସ୍ତ ରହିବେ।

କର୍କଟ : ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ଜ୍ଞାନଗରିମାଯୁକ୍ତ ହେବେ। ବିଭିନ୍ନ ସ୍ତରରୁ ଆଶାନୁରୂପ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଆଦର୍ଶ ବ୍ୟକ୍ତିତ୍ବସମ୍ପନ୍ନ ହେବେ।

ସିଂହ : ମାନବ ବାଦର ଚେତନାକୁ ଉପସ୍ଥାପନ କରି ନୀତି, ଆଦର୍ଶର ପ୍ରତୀକ ହୋଇପାରନ୍ତି। ପରିଶ୍ରମ କଠିନ ହେଲେ ବି ତା’ର ମୂଲ୍ୟ ମିଳିବ। କୃଷି କାର୍ଯ୍ୟ କରୁଥିବା ବାଳ ଶ୍ରମିକଙ୍କୁ ଥଇଥାନର ବ୍ୟବସ୍ଥା କରିବେ।

କନ୍ୟା : ବ୍ୟବସାୟ ଲାଭଦାୟକ ହେବ। ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ପରୋପକାରୀଭାବେ ସର୍ବତ୍ର ଆଦର ସମ୍ମାନ ପାଇବେ। ଅଶାନ୍ତି ଦୂର ହେବ। ଠାକୁରଙ୍କ ନିକଟରେ ପ୍ରେମ-ଭକ୍ତି ନିବେଦନ କରିପାରନ୍ତି।

ତୁଳା : ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। ତ୍ୟାଗପୂତ ମନୋବୃତ୍ତିର ହେବେ। ଆପଣଙ୍କ ସହନଶୀଳତା ଅନ୍ୟମାନଙ୍କୁ ଦିଗ୍‌ଦର୍ଶନ ହେବ। କୀର୍ତ୍ତିମାନ୍‌ ହେବେ। ସରଳ ନିରାଡ଼ମ୍ବର ରହିବେ।

ବିଛା : ଆୟ ଆଶାନୁରୂପ ହେବ। ବନ୍ଧୁ ବା ସରକାରୀ ସହାୟତାରୁ ଲାଭବାନ୍‌ ହେବେ। ଭୋଜନ ରୁଚିପୂର୍ଣ୍ଣ ହେବ। ସୁସ୍ଥ ଓ ନିରାମୟ ରହିବେ। ନୂଆବନ୍ଧୁ ହଟିବେ। ଚିନ୍ତାଧାରା ଉନ୍ନତମାନର ହେବ।

ଧନୁ : ଆକାଂକ୍ଷାରୂପକ ବେଡ଼ି ଜୀବନରେ ଅଗ୍ରସର ହେବାର ପଥରୋଧ କରେ। କର୍ମଚଞ୍ଚଳ ରହିବେ। ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ଧର୍ମକାର୍ଯ୍ୟ ଓ ଦରିଦ୍ର ସେବାରେ ଅଧିକ ବ୍ୟୟ ହେବ।

ମକର : ଜ୍ଞାନ ଅର୍ଜନ ପାଇଁ ସାଧୁ, ସନ୍ଥଙ୍କ ଆଶ୍ରିତ ହୋଇପାରନ୍ତି। ସରକାରୀ ଓ ବେସରକାରୀ ସୂତ୍ରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ବ୍ୟକ୍ତି ଚେତନାକୁ ସ୍ବଚ୍ଛନ୍ଦ କରିପାରନ୍ତି।

କୁମ୍ଭ :  ଆତ୍ମାନୁଶୀଳନ ଦ୍ବାରା କୃତକର୍ମର ମହତ୍ବ ଉପଲବ୍ଧ ହେବ। ଧର୍ମୀୟ ବିଚାରରେ ନିରପେକ୍ଷକାରୀ ହେବେ। ଦୟାଧର୍ମରେ ଦୀକ୍ଷିତ ହୋଇପାରନ୍ତି। ମନରେ ଧ୍ୟାନର ଦୀପ ଜଳାଇବାକୁ ପଡ଼ିବ।

ମୀନ : କାର୍ଯ୍ୟର ସଫଳ ରୂପାୟନ କରିବାର ଉଦ୍ୟମ ପ୍ରଶଂସନୀୟ ହେବ। ବିବାଦୀୟ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରି ପୁରସ୍କୃତ ହେବେ। କୃଚ୍ଛ୍ରସାଧନା ବଳରେ ଦିବ୍ୟଶକ୍ତି ସମ୍ପନ୍ନ ହୋଇପାରନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories