www.samajalive.in
Saturday, December 13, 2025
26.1 C
Bhubaneswar

ଭିନ୍ନକ୍ଷମ ମହିଳାଙ୍କୁ ଦୋକାନ ଘର ଯୋଗାଇବ ପୌରପାଳିକା

ଚୌଦ୍ୱାର : ଦୋକାନ ଘର ଖଣ୍ଡେ ଯୋଗାଇ ଦେବା ଦାବିରେ ଦୀର୍ଘଦିନ ଧରି ନ୍ୟାୟିକ ଲଢ଼େଇ କରିଚାଲିଥିବା ଭିନ୍ନକ୍ଷମ ମହିଳାଙ୍କୁ ଦୋକାନ ଘର ଯୋଗାଇ ଦିଆଯିବ ବୋଲି ଚୌଦ୍ୱାର ପୌର ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି । ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲଙ୍କ ଅଧ୍ୟକ୍ଷତାରେ ପରିଷଦ ସଭାଗୃହରେ ଅନୁଷ୍ଠିତ ବୈଠକରେ ଏକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସୂଚନା ମିଳିଛି। ଏସମ୍ପର୍କରେ ବିଶେଷ ଆଲୋଚନା ପରେ ମହିଳାଙ୍କ ସପକ୍ଷରେ ସର୍ବ ସମ୍ମତ ମତ ପ୍ରକାଶ ପାଇଥିଲା। ସୂଚନାଯୋଗ୍ୟଯେ ରାଜପଥ ସମ୍ପ୍ରସାରଣ ପାଇଁ ଗାନ୍ଧୀଛକ ଠାରେ ଥିବା ପୌରପାଳିକାର ଦୋକାନ ଘର ଗୁଡ଼ିକୁ ଆଜକୁ ୨୫ ବର୍ଷ ତଳେ ଭାଙ୍ଗି ଦିଆ ଯାଇଥିଲା। ଉକ୍ତ ଦୋକାନ ଗୃହରେ ସିଲାଇ ଦୋକାନ ଖୋଲି ଗୁଜୁରାଣ ମେଣ୍ଟାଉଥିବା ଭିନ୍ନକ୍ଷମ ମହିଳା ଦେବୀ ନଗର ଗ୍ରାମର ସରସ୍ୱତୀ ସୁବୁଦ୍ଧିରାୟ ଦୋକାନ ଘର ହରାଇଥିଲେ ହେଁ ତାର ବାରମ୍ବାର ଅନୁରୋଧ ସତ୍ୱେ ପୌର କର୍ତ୍ତୃପକ୍ଷ ତାଙ୍କୁ ଘର ଖଣ୍ଡିଏ ଯୋଗାଇ ଦେଇନଥିଲେ । ଫଳରେ ସେ ନ୍ୟାୟପାଇଁ ମାନ୍ୟବର ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ଦୀର୍ଘ ୨୫ବର୍ଷର ଲଢ଼େଇ ପରେ ତାଙ୍କୁ ଦୋକାନ ଘରଟିଏ ଯୋଗାଇ ଦେବା ଅଥବା ୧୦ଲକ୍ଷ ଟଙ୍କା ଜରିମାନା ଦେବାକୁ ମାନ୍ୟବର ଅଦାଲତ ପୌରପାଳିକାକୁ ନିର୍ଦ୍ଦେଶ ଦେଇଥିବାରୁ ଗାନ୍ଧୀଛକସ୍ଥିତ ବିଜୁ ପଟ୍ଟନାୟକ ମାର୍କେଟ କମ୍ପଲେକ୍ସରେ ଏକ ଦୋକାନ ଘର ଉକ୍ତ ମହିଳାଙ୍କୁ ଯୋଗାଇ ଦେବାକୁ ପରିଷଦ ବୈଠକରେ ସ୍ଥିର ହୋଇଛି । ଏହି ଦୋକାନ ଗୃହ ପାଇଁ ଆଗାମୀ ୫ବର୍ଷ ପାଇଁ ତାଙ୍କୁ ଦୋକାନ ଘରଭାଡ଼ା ଛାଡ଼ କରାଯିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି । ଚୌଦ୍ୱାରରେ ଆନୁଷ୍ଠିତ ହେବାକୁ ଥିବା ପ୍ରସିଦ୍ଧ ରୂପଯାତ୍ରାରେ ସମସ୍ତ ଆୟୋଜନ ସହିତ ସ୍ୱଚ୍ଛତା ରକ୍ଷା ଦିଗରେ ବିଶେଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥିର କରାଯାଇଥିଲା । ଉପ ନଗରପାଳ ଶୁଭେନ୍ଦୁ ସାମଲ, ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରା, ପୌରପାଳିକା ଇଂଜିନିୟର ମହେଶ ପ୍ରସାଦ ମିଶ୍ର, ପୂର୍ଣ୍ଣଚନ୍ଦ୍ର ପାଣି, ଦେବୀକା ମହାନ୍ତିଙ୍କ ସମେତ ସମସ୍ତ ପାରିଷଦ ଏହି ବୈଠକରେ ଯୋଗ ଦେଇଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories