www.samajalive.in
Saturday, December 13, 2025
26.1 C
Bhubaneswar

ମମିତା ମେହେର ହତ୍ୟା ଘଟଣା : ଦ୍ଵିତୀୟ ଦିନରେ ସମ୍ପର୍କୀୟ ଭାଇଙ୍କ ସାକ୍ଷ୍ୟ ଗ୍ରହଣ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଝରଣୀ ଗାଁର ମମିତା ମେହେର ହତ୍ୟା କାଣ୍ଡ ଘଟଣାରେ କଣ୍ଟାବାଞ୍ଜି ଅତିରିକ୍ତ ଦୌରାଜଜଙ୍କ କୋର୍ଟରେ ଗୁରୁବାର ଠାରୁ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଛି। ସାକ୍ଷୀ ମାନଙ୍କ ବୟାନ ଲିପିବଦ୍ଧରେ ଜଣେ ସମ୍ପର୍କୀୟ ଓ ଭାଇ ବଣ୍ଟିଙ୍କ ବୟାନ ଲିପିବଦ୍ଧ ଅଧାରେ ରହିଥିବାରୁ, ଶୁକ୍ରବାର ସମ୍ପୂର୍ଣ ସାକ୍ଷ୍ୟ ଗ୍ରହଣ ସରିବା ପରେ, କାକା ପୁଅ ଭାଇ ଭାସ୍କର ମେହେରଙ୍କ ସାକ୍ଷ୍ୟ ଲିପିବଦ୍ଧ ପରେ ଆଜିର ସାକ୍ଷ୍ୟ ଗ୍ରହଣ ସମାପ୍ତ ହୋଇଥିଲା। ସାକ୍ଷ୍ୟ ଗ୍ରହଣ ସମୟରେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ, ସହଯୋଗୀ ରାଧେଶ୍ୟାମ କେତକୀ ମଧ୍ୟ କଡା ପୁଲିସ ପହରା ମଧ୍ୟ୍ୟରେ କୋର୍ଟରେ ହଜାର କରାଯିବା ସହ, ବଲାଙ୍ଗୀର ଏସପି ନିତିନ କୁଶଲକର ମଧ୍ୟ କୋର୍ଟରେ ଉପସ୍ଥିତ ଥିଲେ। ଏହି ବହୁଚର୍ଚ୍ଚିତ ମାମଲାରେ ସରକାରଙ୍କ ପକ୍ଷରୁ ନିଯୁକ୍ତ ସ୍ୱତନ୍ତ୍ର ପିପି ଅମରେନ୍ଦ୍ର ମିଶ୍ର ଓ ଅଭିଯୁକ୍ତଙ୍କ ତରଫରୁ ଓକିଲ ଦୁର୍ଗା ଚରଣ ପାଢ଼ୀ ମାମଲା ପରିଚାଳନା କରିଥିବା ବେଳେ, ଅଭିଯୁକ୍ତଙ୍କ ଓକିଲ ପାଢ଼ୀଙ୍କ ପକ୍ଷରୁ ମାନ୍ୟବର କୋର୍ଟକୁ ଆବେଦନ କରିଥିବା ପିଟିସନ ଉପରେ ଆସନ୍ତା ଅକ୍ଟୋବର ୧୦ତାରିଖକୁ ବିଚାର ପାଇଁ ଧାର୍ଯ୍ୟ କରାଯାଇଥିବା ପ୍ରାପ୍ତ ସୂଚନାରୁ ଜଣା ପଡିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories