www.samajalive.in
Saturday, December 13, 2025
21.1 C
Bhubaneswar

ଯାଜପୁର : କାଳୀ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ

ଯାଜପୁର  : କାଳୀ ପୂଜା ଯାଜପୁର ଜିଲ୍ଲାରେ ଏକ ଗଣପର୍ବ ହୋଇଥିବାରୁ ତାହାକୁ ଶାନ୍ତି ଶୃଙ୍ଖଳା ଭାବେ ପାଳନ ନିମନ୍ତେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଚକ୍ରୱର୍ତ୍ତି ସିଂହ ରାଠୋରଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଗଣ ପର୍ବ କାଳୀପୂଜାକୁ ଆଡମ୍ୱର ସହକାରେ ପାଳନ ପୂର୍ବକ ଶୃଙ୍ଖଳାର ସହ ସମସ୍ତ ପୂଜା କମିଟି କାର୍ଯ୍ୟ ସମାପନ କରିବେ ବୋଲି ଜଣାଇ ଥିବାରୁ ଜିଲ୍ଲାପାଳ ଶ୍ରୀ ରାଠୋର ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏଥିସହିତ ଚଳିତବର୍ଷ ପୂଜା ମଣ୍ଡପ ଓ ତାର ପାରିପାର୍ଶ୍ବିକ ଅଞ୍ଚଳରେ ସ୍ୱଛତା ରଖିବା ପାଇଁ ପରାମର୍ଶ ଦେବା ସହିତ ଶ୍ରେଷ୍ଠ ବିବେଚିତ ପୂଜା ମଣ୍ଡପକୁ ୧୦ହଜାର ଟଙ୍କା ପୁରସ୍କାର ରାଶି ଓ ପ୍ରମାଣପତ୍ର ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ।

ପ୍ରଥମେ ଉପଜିଲ୍ଲାପାଳ ଗୋପୀନାଥ କୁଅଁର ଉପସ୍ଥିତ ରହି ପୂଜା ମଣ୍ଡପ ଗୁଡିକର ସଭାପତି, ସଂପାଦକ, ଶାନ୍ତି କମିଟିର ସଦସ୍ୟ, ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସ୍ୱାଗତ କରିଥିଲେ। ବିଗତ ଦିନ ମାନଙ୍କରେ ସମସ୍ତ ଉତ୍ସବ ଇତ୍ୟାଦିକୁ ଜିଲ୍ଲାବାସୀ ବିଧି ବିଧାନ ଓ ସଦ୍ଭାବନାର ମଧ୍ୟରେ ପାଳନ କରି ଥିବାରୁ ଆଗାମୀ କାଳୀ ପୂଜାକୁ ସେହିଭଳି ଭାବେ ପାଳନ କରିବେ ବୋଲି ଜିଲ୍ଲା ପ୍ରଶାସନ ଆସ୍ଥା ପ୍ରକଟ କରିଥିଲା। ଏହି ପରିପ୍ରେକ୍ଷୀରେ ପୂଜା କମିଟିର ବରିଷ୍ଠ କର୍ମକର୍ତ୍ତା ମାନେ ଆଗାମୀ ପୂଜାକୁ ଶାନ୍ତି ଶୃଙ୍ଖଳା ସହ ସମାପନ ନିମନ୍ତେ ଜିଲାପାଳଙ୍କୁ ପ୍ରସ୍ତାବ ଦେଇଥିଲେ। ବିଭିନ୍ନ ଶାନ୍ତି କମିଟି ଓ ପୂଜା କମିଟି ତରଫରୁ ବିଭିନ୍ନ ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଆସନ୍ତା ଅକ୍ଟୋବର ୨୪ତାରିଖରୁ ମା’ କାଳୀ ଓ ଲକ୍ଷ୍ମୀ ନାରାୟଣଙ୍କ ପୂଜା ଆରମ୍ଭ ହେବା ସହ ନଭେମ୍ବର ୪ ଓ ୫ତାରିଖରେ ଭସାଣ ଉତ୍ସବ ପାଳନ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଥିଲା । ଏହା ପରେ ଯଦି କେହି ଭସାଣୀ କରନ୍ତି ତେବେ ସେ ପୂଜା କମିଟି ବିନା ବ୍ୟାଣ୍ଡପାର୍ଟି ଶୋଭାଯାତ୍ରାରେ କରିପାରିବେ। ପୂଜା ସମୟରେ ପ୍ରତ୍ୟେହ ରାତ୍ର ୧୦ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଭସାଣୀକୁ ପୂର୍ବ ପାର୍ବଣ ଭଳି ଡିଜେ ମୁକ୍ତ, ନିଶା ମୁକ୍ତ ଏବଂ ଶାନ୍ତିପୂର୍ଣ୍ଣ ଭାବେ ପାଳନ ପୂର୍ବକ ଆଇନ ଶୃଙ୍ଖଳା ପ୍ରତି ଉତ୍ତରଦାୟୀ ରହିବାକୁ ଉପ ଆରକ୍ଷୀ ଅଧିକ୍ଷକ ସରୋଜ କୁମାର ଉପାଧ୍ୟାୟ, ପୂଜା କମିଟିର ସମସ୍ତ ସଦସ୍ୟ ମାନଙ୍କୁ ଅନୁରୋଧ କରିଥିଲେ। ସେହିପରି ପୂଜା କମିଟିଗୁଡିକ  ସମ୍ଭାବ୍ୟ ଅଗ୍ନିକାଣ୍ଡର ମୁକାବିଲା ପାଇଁ ବାଲି ଓ ପାଣିର ବ୍ୟବସ୍ଥା କରିବା, ଶଦ୍ଦ ପ୍ରଦ୍ୟୁଷଣ ନ କରିବା, ପ୍ରତ୍ୟେକ ପୂଜା କମିଟିର ବରିଷ୍ଠସଦସ୍ୟ ମାନେ ଉପସ୍ଥିତ ରହିବା, ଶାନ୍ତି କମିଟିର ସଦସ୍ୟ ମାନେ ବୈଠକ କରି ବିଭିନ୍ନ ସମସ୍ୟାର ସମାଧାନ କରିବା, ଟ୍ରାଫିକ ନିୟନ୍ତ୍ରଣ, ରାସ୍ତା ମରାମତି, ନିରବଚ୍ଚ୍ଥିନ୍ନ ବିଦ୍ୟୁତ୍ ଯୋଗାଣ, କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା, ଖାଦ୍ୟର ମାନ ପରୀକ୍ଷା ଓ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସହ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ ଇତ୍ୟାଦିର ବ୍ୟବସ୍ଥା କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

- Advertisement -

ଅକ୍ଟୋବର ୧୭ତାରିଖ ସୁଦ୍ଧା ସମସ୍ତ ସହରାଞ୍ଚଳ ରାସ୍ତା​​‌​‌ ମରାମତି ହେବା ସହ ପୂଜା ମଣ୍ଡପ ନିକଟରେ ଥିବା ପାନୀୟ ଜଳ ଯୋଗାଣ ନିମନ୍ତେ ବ୍ୟବସ୍ଥା କରାଯିବ।ପ୍ରତ୍ୟେକ ପୂଜା ମଣ୍ଡପକୁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କରିବା ପାଇଁ କମିଟିର କର୍ମକର୍ତ୍ତା ମାନେ ଜିଲାପାଳଙ୍କୁ ନିବେଦନ କରିଥିଲେ। ଶେଷରେ ସହକାରୀ ଜିଲାପାଳ ତିଳୋତ୍ତମା ପୃଷ୍ଟି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଆଜିର ଏହି ପ୍ରସ୍ତୁତି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଯାଜପୁର ପୌର ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ, ପୈାର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟଯୋଶୀ, ଥାନା ଅଧିକାରୀ ଅଜୟ କୁମାର ଜେନା, ଜିଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ଶତପଥି, ବିଭିନ୍ନ ବିଭାଗର ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, ଶାନ୍ତି କମିଟିର ସଦସ୍ୟ, ପୂଜା ମଣ୍ଡପ ଗୁଡିକର ସଂପାଦକ ଓ ସଭାପତି ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

 

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories