www.samajalive.in
Saturday, December 13, 2025
26.1 C
Bhubaneswar

ଶ୍ରୀ ସିମେଣ୍ଟ ଫାଟକ ଆଗରୁ ଜମିହରା ଆଦିବାସୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

ଗୁରୁଡିଝାଟିଆ :  ଜମି ଦେଇ ପସ୍ତାଉଥିଲେ ଘଣ୍ଟିଖାଲ ଶବରସାହିର ୩୨ ପରିବାର । ପାରିପାର୍ଶ୍ବିକ ଉନ୍ନୟନ ଶ୍ରୀ ସିମେଣ୍ଟ କାରଖାନା କର୍ତ୍ତୃପକ୍ଷ ଗାଁ ପାଇଁ  କିଛି କରୁନଥିବା ବେଳେ ୩ଜଣ ଠିକାକର୍ମଚାରୀଙ୍କୁ ମଧ୍ୟ ବାହାର କରିଦେଇଥିଲେ। ଅପରପକ୍ଷରେ କାରଖାନାଠାରୁ ମାତ୍ର ୧୦୦ ମିଟର ଦୂରତାରେ ଥିବା ଆଦିବାସୀ ପରିବାର ପ୍ରଦୂଷଣରେ ରୁନ୍ଧି ହେଉଥିଲେ। ତେଣୁ ବାଧ୍ୟ ହୋଇ ଶ୍ରୀ ସିମେଣ୍ଟ କାରଖାନା ଆଗରେ ବସିଥିଲେ ୬ଦଫା ଦାବି ନେଇ । ବିଳମ୍ବିତ ରାତିରେ ଖୁଣ୍ଟୁଣୀ ଥାନା ଅଧିକାରୀ ଭବାନୀ ପ୍ରସାଦ ଖୁଣ୍ଟିଆ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି ଧାରଣାକୁ ଉଠାଇଥିଲେ। ଶୁକ୍ରବାର ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ କାରଖାନା କର୍ତ୍ତୃପକ୍ଷଙ୍କ ପ୍ରତିନିଧି ଜମିହରା ଆଦିବାସୀ ଓ ପ୍ରଶାସନ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଥିଲା । କାରଖାନାରୁ ବାହାର କରିଦେଇଥିବା ୩ କର୍ମଚାରୀଙ୍କୁ ତରୁନ୍ତ ନିଯୁକ୍ତି ପ୍ରଦାନ, ଆପାତ କାଳୀନ ସ୍ୱାସ୍ଥ୍ୟସେବା ପାଇଁ କାରଖାନା ପ୍ରଦାନ କରୁଥିବା ଆମ୍ବୁଲାନ୍ସକୁ ପୁଃନ ପ୍ରଚଳନ କରିବା ପାଇଁ ପ୍ରତିଶୃତି ଦେବା ସହ ପର୍ଯ୍ୟାୟକ୍ରମେ ପାରିପାର୍ଶ୍ବିକ ଉନ୍ନୟନ ମାଧ୍ୟମରେ ଗାଁର ଅନ୍ୟାନ୍ୟ ମୌଳିକ ଆବଶ୍ୟକତା ଓ ଗ୍ରାମବାସୀଙ୍କ ଦାବିକୁ ପୁରଣ କରିବେ ବୋଲି ଆଲୋଚନାରେ ସ୍ଥିରି ହୋଇଥିଲା ବୋଲି ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ କହିଥିଲେ । ପ୍ରକାଶଯୋଗ୍ୟ କାରଖାନା କର୍ତ୍ତୃପକ୍ଷ ସ୍ଥାନୀୟ ଅଞ୍ଚଳର ବହୁ ଯୋଗ୍ୟ ଯୁବକ ନିଯୁକ୍ତି ପାଇଁ ଅପେକ୍ଷା କରିଥିଲେ ମଧ୍ୟ ସେମାନଙ୍କୁ ନିଯୁକ୍ତି ଦେଉନାହିଁ। ଯାହାକୁ ବା ଦେଇଛି କାଁଭାଁ ଜଣେ ଅଧେ ଛାଡିଦେଲେ ସମସ୍ତେ ଠିକାକର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି। ଏପରିକି ପାରିପାର୍ଶ୍ବିକ ଉନ୍ନତି ମାଧ୍ୟମରେ କାରଖାନା କର୍ତ୍ତୃପକ୍ଷ ସ୍ଥାନୀୟ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ ଓ ସାଂସ୍କୃତିକ ବିକାଶ ପାଇଁ ଅନେକ ଆଖିଦୃଷ୍ଟିଆ ପଦକ୍ଷେପ ନେଉଥିଲେ ମଧ୍ୟ ଶ୍ରୀ ସିମେଣ୍ଟ କାରଖାନା କର୍ତ୍ତୃପକ୍ଷଙ୍କ ପାରିପାର୍ଶ୍ବିକ ଉନ୍ନୟନ କ୍ଷେତ୍ରରେ ବହୁ ପଛରେ ରହିଛି ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ଯାହାର ଜ୍ୱଳନ୍ତ ଦୃଷ୍ଟାନ୍ତ ଗତକାଲି ଶବରସାହିର ଜମିହରା ଜନସାଧାରଣ କାରଖାନା ଫାଟକ ନିକଟରେ ଧାରଣାକୁ ସ୍ପଷ୍ଟଭାବରେ ସୁଚାଉଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories