www.samajalive.in
Saturday, December 13, 2025
26.1 C
Bhubaneswar

ସଡ଼କ ଦୁର୍ଘଟଣାରେ ଆହତଙ୍କୁ ସହାୟତା ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରସ୍କୃତ କରାଯାଉଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୁରକ୍ଷିତ ଯାତ୍ରା ନେଇ ରାଜ୍ୟ ପରିବହନ ବିଭାଗ, ଓ ସୋସାଇଟି ଅଫ ଅଟୋମୋଟିଭ ଫିଟନେସ ଆଣ୍ଡ ଏନଭର୍ଣ୍ଣମେଣ୍ଟ ପକ୍ଷରୁ କର୍ମଶାଳା ଅନୁଷ୍ଠିତ ହୋଇଛି। ସଡ଼କ ସୁରକ୍ଷା ଏବଂ ପରିବେଶର ପ୍ରାଥମିକତା ସହ ସୁରକ୍ଷିତ ଯାତ୍ରା ଉପରେ ହୋଇଛି ଆଲୋଚନା। ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଏହି ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ସଡ଼କ ସୁରକ୍ଷା ଓ ନିରାପତ୍ତା ପାଇଁ ଅଧିକ ପ୍ରାଧ୍ୟାନ୍ୟ ଦିଆଯାଉଛି। ସଡ଼କ ଦୁର୍ଘଟଣାରେ ଆହତଙ୍କୁ ସହାୟତା ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରସ୍କୃତ କରାଯାଉଛି। ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର ଓ ସେମାନଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ଅଧିକର ଅଧିକ ଜନସାଧାରଣ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

ସଡ଼କ ଦୁର୍ଘଟଣା ଆମ ସମସ୍ତଙ୍କ ପାଇଁ ଗଭୀର ଚିନ୍ତାର ବିଷୟ। ସାରା ପ୍ରତିବର୍ଷ ଆମ ରାଜ୍ୟ ସହିତ ସାରା ଦେଶରେ ସଡ଼କ ଦୁର୍ଘଟଣାରେ ବହୁ ଲୋକଙ୍କ ପ୍ରାଣହାନୀ ଘଟୁଛି। ଏହା ଆମର ଅର୍ଥନୀତି ଓ ପରିବାର ଉପରେ ଗଭୀର ପ୍ରଭାବ ପଡୁଛି । ତେଣୁ ସୁରକ୍ଷିତ ଯାତ୍ରା ପାଇଁ ସମସ୍ତେ ସଡ଼କ ନିୟମ ମାନି ଗାଡ଼ି ଚାଳନା କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories