www.samajalive.in
Saturday, December 13, 2025
26.1 C
Bhubaneswar

‘ବୟସ୍କା ମହିଳାଙ୍କ ସ୍ଥିରତା ଏବଂ ଅବଦାନ’ ଶୀର୍ଷକ କର୍ମଶାଳା

ଭୁବନେଶ୍ୱର: ବୟସ ଏବଂ ଲିଙ୍ଗ ଉପରେ ଆଧାରିତ ଭେଦଭାବ ଏକ ଅସମାନତା ଓ ନକାରାତ୍ମକ ସମାଜ ତିଆରି କରୁଛି। ଏହାକୁ ରୋକିବା ପାଇଁ ଆଜି ଦିନର ଏହା ଏକ ବଡ ଆହ୍ୱାନ। ବୟସ୍କା ମହିଳାମାନେ ସେମାନଙ୍କର ଦୈନନ୍ଦିନ ସାମାଜିକ ଏବଂ ସାଂସ୍କୃତିକ ଜୀବନରେ ଅର୍ଥପୂର୍ଣ୍ଣ ଭାବରେ ଅବଦାନ ଜାରି ରଖିଛନ୍ତି। କିନ୍ତୁ ସେମାନଙ୍କର ଅବଦାନ ଏବଂ ଅଭିଜ୍ଞତା ମୁଖ୍ୟତଃ ଅଦୃଶ୍ୟ ଏବଂ ଅବହେଳିତ; ଯାହା ଲିଙ୍ଗଗତ ଭେଦଭାବ ଦ୍ୱାରା ସୀମିତ ରହିଛି ବୋଲି ବିଶେଷଜ୍ଞମାନେ ଆନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ପାଳନ ଅବସରରେ ମତ ବ୍ୟକ୍ତ କରିଛନ୍ତି। ହେଲ୍ପ ଏଜ୍ ଇଣ୍ଡିଆର ସହଯୋଗରେ ଉତ୍କଳ ବିଶ୍ୱବିଦ୍ୟାଳୟର ସମାଜବିଜ୍ଞାନ ଏବଂ ମନୋସ୍ତତ୍ତ୍ବ ବିଜ୍ଞାନ ବିଭାଗ ପକ୍ଷରୁ ବାଣୀବିହାରରେ ‘ବୟସ୍କା ମହିଳାଙ୍କ ସ୍ଥିରତା ଏବଂ ଅବଦାନ’ ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

 

- Advertisement -

ମନୋବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ଭାଶ୍ବତୀ ପଟ୍ଟନାୟକ ମାନସିକ ବୃଦ୍ଧାବସ୍ଥା ଏବଂ ସେମାନଙ୍କ ଚିନ୍ତାଧାରା ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦେଶକ ବ୍ରତତି ହରିଚନ୍ଦନ, ଯୁଗ୍ମ ନିର୍ଦେଶକ ତଥା ହେଲ୍ପ ଏଜ୍ ଇଣ୍ଡିଆର ରାଜ୍ୟ ମୁଖ୍ୟ ଭାରତୀ ଚକ୍ର, ବିଶିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ଡକ୍ଟର ସେବା ମହାପାତ୍ର ଏବଂ ପ୍ରଖ୍ୟାତ ମହିଳା ଅଧିକାର କର୍ମୀ ବିଶାଖା ଭଞ୍ଜ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସହକାରୀ ପ୍ରଫେସର ତନୟା ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ। ମନୋସ୍ତତ୍ତ୍ବ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ମୌସୁମୀ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ସମାଜବିଜ୍ଞାନ ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ରବୀନ୍ଦ୍ର ଗରଡା ବୈଷୟିକ ଅଧିବେଶନର ପରିଚାଳନା କରିଥିଲେ। ହେଲ୍ପ ଏଜ୍ ଇଣ୍ଡିଆର ଦେବଶ୍ରୀ ବ୍ରହ୍ମା, ସମାଜବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଅତସୀ ରଥ, ରମା ଦେବୀ ବିଶ୍ୱବିଦ୍ୟାଳୟର ସସ୍ମିତା ସୋରେନ୍ ଏବଂ ସମାଜବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଲୁସି ହେମ୍ବ୍ରମ ଏବଂ ସୁନନ୍ଦା ପଟ୍ଟନାୟକ, ସମାଜବିଜ୍ଞାନର ସହକାରୀ ପ୍ରଫେସର ପାପେଶ କୁମାର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories