କାମାକ୍ଷାନଗରରେ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର
କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାରେ ଜଣେ ସାମ୍ବାଦିକାଙ୍କୁ ସ୍ୱାସ୍ଥ୍ୟ କର୍ମଚାରୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏନେଇ ସାମ୍ବାଦିକା ଜଣକ କାମାକ୍ଷାନଗର ଥାନାରେ ଅଭିଯୋଗ କରିଛନ୍ତି l ସୂଚନା ମୁତାବକ ଏକ ଗଣମାଧ୍ୟମର ସାମ୍ବାଦିକା ପୂଜାରିଣୀ ବାରିକ ଡାକ୍ତରଖାନାକୁ ଯାଇଥିବା ବେଳେ ସେଠାରେ ଜଣେ ହେଲ୍ଥ ଡେକ୍ସର କର୍ମଚାରୀ ତାଙ୍କୁ ଦୁର୍ବ୍ୟବହାର କରିଥିଲେ l ଏ ସଂକ୍ରାନ୍ତରେ ସାମ୍ବାଦିକା ପୂଜାରିଣୀ ଥାନାରେ ଏକ ଲିଖିତ ଭାବେ ଏତେଲା ଦେଇଥିବା ଜଣାଯାଇଛି l
Comments are closed.