www.samajalive.in
Friday, December 12, 2025
16.1 C
Bhubaneswar

ବୃଦ୍ଧି ହେବ ହାଇସିକ୍ୟୁରିଟି ନମ୍ବର ପ୍ଲେଟର ସମୟସୀମା

ଭୁବନେଶ୍ୱର: ବୃଦ୍ଧି ହେବ ହାଇସିକ୍ୟୁରିଟି ନମ୍ବର ପ୍ଲେଟର ସମୟସୀମା । ନମ୍ବର ପ୍ଲେଟର ସମୟସୀମା ବୃଦ୍ଧି କରିବାକୁ ଆଜି ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ । ଆଉ ଏକ ମାସ ସମୟସୀମା ବୃଦ୍ଧି କରିବାକୁ ପ୍ରସ୍ତବ ଦେବେ ସରକାର । ସୂଚନା ଥାଉକି, ୧,୨,୩,୪ରେ ଶେଷ ହେଉଥିବା ନମ୍ବର ପାଇଁ ଆଜି ଥିଲା ଅନ୍ତିମ ତାରିଖ । ଗାଡ଼ି ମାଲିକ ମାନେ ଆଜି ଶେଷଥର ପାଇଁ ସ୍ଲଟ୍ ବୁକିଂ କରିଥାଆନ୍ତେ । ହେଲେ ହାଇକୋର୍ଟରେ ଏନେଇ ମାମଲା ହେବା ପରେ ପରିବହନ ବିଭାଗକୁ ଅଦାଲାତ ପ୍ରଶ୍ନ ପଚାରିବା ସହ ରାଜ୍ୟ ସରକାରଙ୍କୁ ଏହାର କ’ଣ ବିକଳ୍ପ ବ୍ୟବସ୍ଥା କରାଯାଇପାରିବ ସେ ସମ୍ପର୍କରେ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ । ସେହି ଆଧାରରେ ସରକାରଙ୍କ ପକ୍ଷରୁ ସ୍ଲଟ୍ ବୁକିଂ ପାଇଁ ପୋଷ୍ଟ ଅଫିସ୍ ଓ ଜନସେବା କେନ୍ଦ୍ରକୁ ସାମିଲ ପାଇଁ ପ୍ରସ୍ତାବ ଦିଆଯାଇଛି । ତାହା ସହ ଆସନ୍ତା ଅକ୍ଟୋବର ୨୬ ତାରିଖରେ ମାମଲାର ଶୁଣାଣି ପୁଣି ହାଇକୋର୍ଟ କରିବେ ବୋଲି କୁହାଯାଇଛି ।

ପୂର୍ବରୁ ବିଭିନ୍ନ ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ପ୍ରସଙ୍ଗକୁ ନେଇ ଓଡ଼ିଶା ହାଇକୋର୍ଟରେ ଏକ ମାମଲା ହୋଇଥିଲା । ନମ୍ବର ପ୍ଲେଟ ଲଗାଇବା ପାଇଁ ଆବଶ୍ୟକ ଭିତ୍ତିଭୂମି ବ୍ୟବସ୍ଥା ନକରି ଏଥିପାଇଁ ପରିବହନ ବିଭାଗ ପକ୍ଷରୁ କାହିଁକି ସମୟସୀମା ନିର୍ଦ୍ଧାରଣ ସହ ଜୋରିମାନା ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି ବୋଲି ଅଦାଲତ ପ୍ରଶ୍ନ କରିଥିଲେ । ରାଜ୍ୟର ସମସ୍ତ ଲୋକଙ୍କ ପାଖରେ ଅନ୍ଲାଇନ ବ୍ୟବସ୍ଥା ନ ଥିବାବେଳେ ‘ଏଚଏସଆରପି’ରେ ବୁକିଂ କରିବା ସମ୍ଭବ ହେଉନାହିଁ ବୋଳି କହିଥିଲେ ଅଦାଲତ । ତେଣୁ ଏ କ୍ଷେତ୍ରରେ କ’ଣ ବିକଳ୍ପ ବ୍ୟବସ୍ଥା କରାଯାଇ ପାରିବ ସେ ସମ୍ପର୍କରେ ଅବଗତ କରାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।

- Advertisement -

ପବିତ୍ରମୋହନ ଖଟୁଆଙ୍କ ଆବେଦନର ଶୁଣାଣି କରି ରାଜ୍ୟର ଗ୍ରାମାଞ୍ଚଳରେ ରହୁଥିବା ଲୋକ, ଅଶିକ୍ଷିତ ଓ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କର ଗାଡି ଫିଟ୍ମେଣ୍ଟ ପାଇଁ କି ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସେ ସମ୍ପର୍କରେ ଜଣାଇବା ପାଇଁ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଥିଲେ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories