www.samajalive.in
Saturday, December 13, 2025
26.1 C
Bhubaneswar

କମିସନରେଟ ପୁଲିସର ରୂପଯାତ୍ରା ପାଇଁ ପ୍ରସ୍ତୁତି

ଚୌଦ୍ୱାର : ଚୌଦ୍ୱାରର ପ୍ରସିଦ୍ଧ ରୂପଯାତ୍ରା ପାଇଁ କମିସନରେଟ ପୁଲିସ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଚୌଦ୍ୱାର ଥାନା ଆଇଆଇସି ବିରଞ୍ଚି ନାରାୟଣ ପତିଙ୍କ ଅଧ୍ୟକ୍ଷତାରେ ଥାନା ପରିସରରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଡିସିପି ଅନୀଲ ମିଶ୍ର, ଜୋନ୍-୧ ଏସିପି ଅରୁଣ କୁମାର ସ୍ୱାଇଁ, ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସମଲ ପ୍ରମୁଖ ଯୋଗଦେଇ ଆସନ୍ତା କୁମାର ପୂର୍ଣ୍ଣିମା ଦିନଠାରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁଥିବା ଏହି ଐତିହାସିକ ଯାତ୍ରାକୁ କିପରି ଭାବେ ଶୃଂଖଳାରେ ପାଳନ କରାଯିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । କରୋନା ପାଇଁ ଗତ ୨ବର୍ଷ ଧରି ବନ୍ଦ ଥିବା ଏହି ଯାତ୍ରା ଚଳିତ ବର୍ଷ ଧୂମଧାମରେ ପାଳନ କରିବା ପାଇଁ ଚୌଦ୍ୱାରବାସୀ ଉତ୍ସାହିତ ହୋଇ ଥିବାରୁ ସରକାରୀ ନିୟମ ଅନୁଯାୟୀ ଯାତ୍ରାକୁ ପାଳନ କରିବା ପାଇଁ ସମସ୍ତ ମେଢ଼ କମିଟି ପ୍ରତିନିଧି ଓ ରୂପଯାତ୍ରା କମିଟି ସଦସ୍ୟ ମାନଙ୍କୁ ପୁଲିସ ତରଫରୁ ସୂଚନା ଦିଆ ଯାଇଥିଲା । ଚଳିତ ବର୍ଷ ମୋଟ ୪୩ଟି ମେଢକୁ ନେଇ ଅନୁଷ୍ଠିତ ହେବାକୁଥିବା ଏହି ଯାତ୍ରାରେ ଆସନ୍ତା ଅକ୍ଟୋବର ୧୧ ଓ ୧୨ ତାରିଖରେ ମେଢ଼ ଶୋଭାଯାତ୍ରା, ମେଲଣ ଓ ଭାସାଣ ଯାତ୍ରାରେ ବହୁ ଜନସମାଗମ ହେବାକୁ ଥିବାରୁ ଯାତ୍ରାରେ ଶୃଂଖଳା ରକ୍ଷା ପାଇଁ ପୁଲିସ ତରଫରୁ କିଛି କଟକଣା ଲଗା ଯାଇଛି । ମେଢ଼ ଭସାଣ ଶୋଭାଯାତ୍ରା ପାଇଁ ପୁଲିସ ଠାରୁ ଲାଇସେନ୍ସ୍ ନେବା, ଣୋଭାଯାତ୍ରାରେ ୬୫ଡେସିବାଲରୁ କମ୍ ଶଦ୍ଦରେ ୬ଟି ସାଉଣ୍ଡ ସିଷ୍ଟମରେ ଡାକବାଜି ଯନ୍ତ୍ର ବଜାଇବା, ରାତି ୧୨ଟା ମଧ୍ୟରେ ମେଢ଼ ଭସାଣ ଶେଷ କରିବା, ବାଣ ନଫୁଟାଇବା ପାଇଁ ସମସ୍ତଙ୍କୁ ପରାମର୍ଶ ଦିଆ ଯାଇଛି ।ଏଥି ସହିତ ଡିଜେ ବଜାଇବା, ବେଆଇନ୍ ଚାନ୍ଦା ଆଦାୟ, ନିଶା ସେବନ ଉପରେ ସମ୍ପୂର୍ଣ୍ଣ ଭାବେ ରୋକ ଲଗାଯାଇଛି । ରୂପଯାତ୍ରା କମିଟି ସଭାପତି ସୁବୋଧ ନାୟକ, ସମ୍ପାଦକ ନାରାୟଣ ସ୍ୱାଇଁ, ପୌର କାଉନସିଲରବୃନ୍ଦ, ମେଢ଼ କମିଟି ଗୁଡ଼ିକର ସଭାପତି ଓ ସମ୍ପାଦକ, ବଜାର କମିଟି କର୍ମକର୍ତ୍ତା ଓ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories