www.samajalive.in
Sunday, December 14, 2025
26.1 C
Bhubaneswar

ଆଜି ରାଜ୍ୟ କ୍ୟାବିନେଟ୍ : ଫୋକସରେ ଠିକା କର୍ମଚାରୀ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ସନ୍ଧ୍ୟା ସାଢ଼େ ୫ଟାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକ‌େ‌ର ଚୁକ୍ତିଭିତ୍ତିକ ଶିକ୍ଷକ ଓ ଠିକା କର୍ମଚାରୀଙ୍କ ଉପରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯିବାକୁ ରହିଛି। ଶିକ୍ଷକମାନେ କାର୍ଯ୍ୟରେ ଯୋଗଦେବା ଦିନଠାରୁ ବରିଷ୍ଠତା ଓ ପଦୋନ୍ନତି ହିସାବ କରାଯିବା ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇପାରନ୍ତି। ଏହା ସହିତ ରାଜ୍ୟ ସଚିବାଳୟ ସେବା(ଓଏସଏସ) କ୍ୟାଡରର ପୁନର୍ଗଠନ ହେବାକୁ ରହିଛି । ଉକ୍ତ ବର୍ଗର କର୍ମଚାରୀଙ୍କୁ ଦୁଇଟି ଅତିରିକ୍ତ ଶାସନ ସଚିବ ପଦ ଦେବା ସହିତ ୧୫ଟି ଯୁଗ୍ମସଚିବ ଓ ୩୦ଟି ନୂଆ ଉପସଚିବ ପଦ ସରକାର ଦେବା ଲାଗି ସରକାର ନିଷ୍ପତ୍ତି ନେଇପାରନ୍ତି । ସେହିପରି ସରକାରଙ୍କ ବ୍ୟକ୍ତିଗତ ସଚିବ ଓ ସହାୟକଙ୍କ ପାଇଁ କିଛି ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ସହିତ ପାନୀୟଜଳ ଯୋଗାଣ ଲାଗି କେତେକ ପ୍ରକଳ୍ପକୁ ଅନୁମୋଦନ କରାଯିବା ପ୍ରସ୍ତାବମାନ ରହିଥିବା ଜଣାଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories