www.samajalive.in
Saturday, December 13, 2025
26.1 C
Bhubaneswar

ମା ଘଣ୍ଟାଶିନୀଙ୍କ ପାହାଡ଼ ଶିଖର ପୀଠକୁ ସଂଯୋଗ କରୁଥିବା ରାସ୍ତା ସଫାକଲେ ନୂଆଁପାଲି ଗ୍ରାମବାସୀ

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ପୌରାଞ୍ଚଳ ଅଧୀନ ନୂଆଁପାଲି ସ୍ଥିତ ଇଷ୍ଟଦେବୀ ଦେବୀ ମା ଘଣ୍ଟାସିନୀଙ୍କ ପୂଜା ସ୍ଥଳକୁ ଯିବା ପାଇଁ ଆଜି ନୂଆଁପାଲି ଯୁବକ ସଂଘ ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ରାସ୍ତା ସଫା କରାଯାଇଛି । ସୂଚନାଯୋଗ୍ୟ ଯେ,ଆସନ୍ତା ଦଶହରା ଦିନ ଘଣ୍ଟାସିନୀ ମାଙ୍କ ପାହାଡ଼ ଉପର ପୀଠରେ ପୂଜା ଆୟୋଜନ କରାଯିବ। ମାଙ୍କ ଦଶହରା ଦିନ ପୂଜା ଆୟୋଜନ ପାଇଁ ଏହି ପରିପ୍ରେକ୍ଷୀରେ ଗ୍ରାମବାସୀ ମହଲରେ ଆନନ୍ଦ ଉଲ୍ଲାସ ଓ ଉତ୍ସାହ ପରିଲକ୍ଷିତ ହୋଇଥିବା ବେଳେ ପାହାଡ଼ ଶିଖର ପୀଠକୁ ଯାଇଥିବା ଜରାଜୀର୍ଣ୍ଣ ରାସ୍ତାରେ ଉଠିପଡ଼ି ଥିବା ଲତା ବୁଦା ଓ ଗଛ ଡ଼ାଳ ସବୁକୁ ଗ୍ରାମବାସୀ ରାସ୍ତାକୁ ସଫା କରିଛନ୍ତି | ଏହି ସଫେଇ କାର୍ଯ୍ୟକ୍ରମରେ ନୂଆଁପାଲି ଗ୍ରାମ୍ୟ କମିଟି ସଭାପତି ଅଜିତ ଦାଶ, ଅରୁଣ ପଣ୍ଡା, ଯୁବକ ସଂଘ ସଭାପତି ଦିପକ ବେହେରା, ସମ୍ପାଦକ ଉପେନ୍ଦ୍ର ଭୁଏ, ଜଗନ୍ନାଥ ଭୁଏ,ହିତୁ ଭୁଏ,ତାପସ ନାୟକ,ଅନନ୍ତ ଭୁଏ, କରୁଣା ଭୁଏ,ଭିବି ଭୁଏ,ସୁମନ୍ତ ଖଣ୍ଡାୟତ,ସଙ୍ଗୀତ ଭୁଏ,ଜୟରାମ ମଲ୍ଲିକ,ବରୁଣ ଭୁଏ, ପଳିତ ବାହୁକ ପ୍ରମୁଖ ଙ୍କ ସମେତ ଯୁବକ ସଂଘ ର ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀ ପ୍ରମୁଖ ସାମିଲ ଥିଲେ |

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories