www.samajalive.in
Thursday, December 11, 2025
16.1 C
Bhubaneswar

ଟେଲିକମ୍‌ ଉପଭୋକ୍ତା ଅଧିକାର ସଚେତନତା କର୍ମଶାଳ

ଫୁଲବାଣୀ: ଭାରତ ସରକାରଙ୍କ ଟ୍ରାଇ ସହଯୋଗରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ବାର୍ଡ ପକ୍ଷରୁ ଏକ ଦିନିକିଆ ଟେଲିକମ ଗ୍ରାହକ ସଚେତନତା କର୍ମଶାଳା ସ୍ଥାନୀୟ ଆଇଟିଡିଏ ସଭାଗୃହରେ ଆୟୋଜିତ ହୋଇଛି । ଡେପୁଟି କଲେକ୍ଟର ଅନୀତା ସାହୁ ଏହି କର୍ମଶାଳା ଉଦଘାଟନ କରିଥିଲେ । ଆଜିର ଦୁନିଆଁରେ ସହରାଞ୍ଚଳ ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ମୋବାଇଲ ଓ ଇଣ୍ଟରନେଟ ଜୀବନର ଅପରିହାର୍ଯ୍ୟ ହୋଇଥିବା ବେଳେ ଲୋକେ ଏ ନେଇ ସଚେତନ ନୁହନ୍ତି ।

ଏହାର ସୁଯୋଗ ନେଇ ଟେଲିକମ କମ୍ପାନୀ ମାନେ ଗ୍ରାହକ ମାନଙ୍କୁ ଶୋଷଣ କରିଥାନ୍ତି ବୋଲି କର୍ମଶାଳାରେ ଯୋଗ ଦେଇ ବକ୍ତା ମାନେ ମତ ପ୍ରକାଶ କରିଥିଲେ । ସେହିଭଳି ଆଦିବାସୀ ଅଧ୍ୟୁଷିତ, ଉପାନ୍ତ ଓ ଅପହଞ୍ଚ ଅଞ୍ଚଳ ମାନଙ୍କରେ ନେଟୱର୍କ ପହଞ୍ଚାଇବା ପାଇଁ ସରକାରଙ୍କ କଡା ନିର୍ଦ୍ଦେଶ ଥିଲେ ବି ଏହାକୁ ଟେଲିକମ କମ୍ପାନୀ ମାନେ ଅଣଦେଖା କରିବା ଦୁର୍ଭାଗ୍ୟ ଜନକ ବୋଲି କହିଥିଲେ ବକ୍ତା । ମୋବାଇଲ ତରଙ୍ଗ ବିକିରଣର କୁପ୍ରଭାବ ପ୍ରକୃତି ଉପରେ ପଡୁଥିବାରୁ ଟେଲିକମ କମ୍ପାନୀ ମାନେ ଏହାର ପ୍ରତିକାର କରିବା ଆବଶ୍ୟକ ବୋଲି ବକ୍ତାମାନେ ମତ ରଖିଥିଲେ ।

- Advertisement -

ବାର୍ଡ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଟ୍ରାଇର ନିୟମ ଓ ନିର୍ଦେଶ ବଳୀ ଉପରେ ମାର୍ଗ ଦର୍ଶନ ଦେଇଥିଲେ ।  ଖାଉଟି କର୍ମୀ  ଗୌରୀ ଶଙ୍କର ପଣ୍ଡାଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ ଓ ସମାଜସେବୀ ଅଶୋକ ପରିଡା ବକ୍ତା ଭାବେ ଯୋଗ ଦେଇଥିଲେ । ଏହି କର୍ମଶାଳାରେ ବିଭିନ୍ନ ଟେଲିକମ କମ୍ପାନୀର ପ୍ରତିନିଧି ମାନେ ଯୋଗଦେଇ ଗ୍ରାହକଙ୍କ ଅଭିଯୋଗ ଶୁଣିଥିଲେ । ଅଙ୍ଗନବାଡି କର୍ମୀ, ଆଶା, ସ୍ଵୟଂ ସହାୟକ ଦଳ ତଥା ଛାତ୍ରଛାତ୍ରୀ କର୍ମଶାଳାରେ ଯୋଗ ଦେଇଥିଲେ । ସାମ୍ବାଦିକ ଆଦିତ୍ୟ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories