www.samajalive.in
Saturday, December 13, 2025
26.1 C
Bhubaneswar

ଅନଲାଇନ୍‌ରେ ମଗାଇଲେ ଡ୍ରୋନ୍, ଅସିଲା ଆଳୁ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଅନଲାଇନ୍ ସପିଂ ପ୍ରତି ଆକୃଷ୍ଠ ହେଉଛନ୍ତି ଯୁବପିଢ଼ି । ଅନେକ ଲୋକ ବିଭିନ୍ନ ଜିନିଷ ଅନଲାଇନରେ ଅର୍ଡର କରୁଥିବା ଦେଖିବାକୁ ମିଳୁଛି । ପ୍ରାୟ ସମୟରେ ଅନଲାଇନରେ ସପିଂ ଯୋଗୁଁ ଲୋକାମାନେ ଠକାମୀର ଶିକାର ମଧ୍ୟ ହେଉଛନ୍ତି । ବର୍ତ୍ତମାନ ସେହିପରି ଏକ ଘଟଣା ପୁଣି ସାମ୍ନାକୁ ଆସିଛି ।

ଜଣେ ବ୍ୟକ୍ତି ମେଶୋରେ ଡ୍ରୋନ୍ ଅର୍ଡର କରିଥିବା ବେଳେ, ତାଙ୍କୁ ମିଳିଛି ଆଳୁ  । ସୂଚନା ମୁତାବକ, ବିହାରର ଜଣେ ବ୍ୟକ୍ତି ମେଶୋ ଆପରେ ଡ୍ରୋନ୍ ଅର୍ଡର କରିଥିଲେ । ଅର୍ଡର ଅନୁଯାୟୀ, ଡେଲିଭରି ବୟ ଜଣକ ନିର୍ଦ୍ଦିଷ୍ଟ ତାରିଖ ଦିନ ଗ୍ରାହକଙ୍କ ନିକଟକୁ ପ୍ୟାକେଟ୍ ଆଣିଥିଲେ । କିନ୍ତୁ ଯେତେବେଳେ ଏହି ପ୍ୟାକେଟ୍ ଖୋଲାହେଲା, ଡ୍ରୋନ୍ ବଦଳରେ ପାଖାପାଖି ଏକ କିଲୋ ଆଳୁ ବାହାରିଲା ।

- Advertisement -

ଯାହାକୁ ବ୍ୟକ୍ତି ଜଣକ ପ୍ୟାକ୍ କରିବା ସହିତ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଭିଡିଓଟି ପୋଷ୍ଟ କରିବା ପରେ ବର୍ତ୍ତମାନ ତାହା ଭାଇରାଲ ହେବାର ଲାଗିଛି । ଘଟଣାଟି ଗତ ୨୫ ତାରିଖର ହୋଇଥିବା ଜଣାପଡ଼ିଛି । ହେଲେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories