www.samajalive.in
Sunday, December 7, 2025
18.1 C
Bhubaneswar

ଓଡ଼ିଶାରେ ଚାଲିଛି କୁଶାସନ: ଜେପି ନଡ୍ଡା

ଭୁବନେଶ୍ୱର: ଆଜିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟ କାର୍ଯ୍ୟାଳୟ ଯାଏଁ ବିଶାଳ ବାଇକ ରାଲି ଯୋଗେ ଶୋଭାଯାତ୍ରା କରିଛନ୍ତି । ପରେ ଭୁବନେଶ୍ଵର ସ୍ଥିତ ଜନତା ମଇଦାନ ଠାରେ  ବିଜେପି ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଏହି ଅବସରରେ ମଞ୍ଚରୁ ନଡ୍ଡା ଉଭୟ ବିଜେଡି ଓ କଂଗ୍ରେସକୁ ଟାର୍ଗେଟ କରି ବର୍ଷିଛନ୍ତି ।

ନଡ୍ଡା କଂଗ୍ରେସକୁ ଭାଇ-ଭଉଣୀ ଦଳ କହିଥିବା ବେଳେ, ବିଜେଡି ଓଡ଼ିଶାରେ କୁଶାସନ କରୁଛି ବୋଲି ସେ ତାଙ୍କ ବିବୃତିରେ କହିଛନ୍ତି । ମଞ୍ଚରୁ ରାଜ୍ୟ ସରକାରଙ୍କୁ ନଡ୍ଡା କଡ଼ା ସମାଲୋଚନା କରିବା ସହ ଓଡ଼ିଶାରେ ରକ୍ଷକ ଭକ୍ଷକ ସାଜିଛି ବୋଲି କହିଛନ୍ତି । ରାଜ୍ୟର ୩ ମନ୍ତ୍ରୀଙ୍କ ନାଁରେ ହତ୍ୟା ଅଭିଯୋଗ ରହିଛି । ଯଦି ମନ୍ତ୍ରୀ ହତ୍ୟାରେ ସାମିଲ ଥିବେ ତେବେ ଏଠାରେ କି ଶାସନ ଚାଲିବ ବୋଲି ସେ ପ୍ରଶ୍ନ କରିଛନ୍ତି ।

- Advertisement -

ଘଟଣାକୁ ଦେଖିଲେ ଏଠାରେ କୁଶାସନ ଚାଲିଥିବା ଅନୁମାନ କରାଯାଉଛି ବୋଲି କହିଛନ୍ତି ନଡ୍ଡା । ତାହା ଛଡ଼ା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀମନ୍ଦିରର ରତ୍ନଭଣ୍ଡାର ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି । ରତ୍ନଭଣ୍ଡାର ଖୋଲାଯିବା କଥାକୁ ନେଇ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି ଜେପି ନଡ୍ଡା । ସେ କହିଛନ୍ତି, ଏଠାରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ସୁରକ୍ଷିତ ନାହିଁ । ପୂର୍ବରୁ ରତ୍ନଭଣ୍ଡାର ଚାବି ହଜିଥିଲା ।

ସେହି ଚାବି ମିଳିଲାନାହିଁ । ପରେ ଡୁପ୍ଲିକେଟ୍‌ ଚାବି ମିଳିଲା । ସରକାର ଡୁପ୍ଲିକେଟ୍‌ ତ ଚାବି କିପରି ଡୁପ୍ଲିକେଟ୍‌ ହେବ ନାହିଁ ବୋଲି କହିଛନ୍ତି ନଡ୍ଡା । ଏପରି ସରକାରଙ୍କୁ ଓଡ଼ିଶାରୁ ଓପାଡ଼ି ଫିଙ୍ଗି ଦେବା ସହ ରାଜ୍ୟରେ ବିଜେପିକୁ ଶାସନକୁ ଆଣନ୍ତୁ ବୋଲି କହିଛନ୍ତି ନଡ୍ଡା ।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories