www.samajalive.in
Saturday, December 13, 2025
26.1 C
Bhubaneswar

‘ମୋ ବସ’ ଚଳାଚଳ ପାଇଁ କୃଷିମନ୍ତ୍ରୀଙ୍କ ପ୍ରସ୍ତାବକୁ ସାଧାରଣରେ ପ୍ରଶଂସା

ଗୁରୁଡିଝାଟିଆ :  ଜନସାଧାରଣଙ୍କ ବହୁ ଆବଶ୍ୟକତାକୁ ଦେଖି ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସାଲେପୁରରୁ ଧବଳେଶ୍ୱର ପର୍ଯ୍ୟନ୍ତ ଆସୁଥିବା ‘ମୋ ବସ’ ଚଳାଚଳକୁ ଘଣ୍ଟିଖାଲ ପର୍ଯ୍ୟନ୍ତ ଆସିବା ଓ ଚୌଦ୍ୱାରରୁ ଆଗ୍ରାହାଟ,ମଙ୍ଗରାଜପୁର,କୋଚିଲା ନୂଆଗାଁ ଏବଂ ଗୁରୁଡିଝାଟିଆ,ଗୋବରାକୁ ମୋ ବସ ଚଳାଚଳ ପାଇଁ କ୍ରୁଟ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ପ୍ରସ୍ତାବ ଦେବା ସହ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ ପଦକ୍ଷେପ ନେଉଥିବାରୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଆନନ୍ଦ ପ୍ରକାଶ କରିଛନ୍ତି। କଖଡି ଶ୍ରୀରାମ ବରିଷ୍ଠ ନାଗରିକ ସଂଘ,ବରିଷ୍ଠ ନାଗରିକ ମଞ୍ଚ ନବେଢା, ଗୁରୁଡିଝାଟିଆର ସମସ୍ତ ସଦସ୍ୟ, ଘଣ୍ଟିଖାଲ, କାପ୍ତାବରାଇ, କଖଡି, ନାରଙ୍ଗବସ୍ତ,ପ୍ରଶନ୍ନପୁର, ଲିଙ୍ଗାପଦା, ବିଦ୍ୟାଧରପୁର, ମହାଳପଡା, ବ୍ରହ୍ମପୁର ଓ ଗୋପିନାଥପଡା, ଗୁରୁଡିଝାଟିଆ, ଗୋବରା ଆଦି ଗାଁର ଜନସାଧାରଣ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କୁ କୃତଜ୍ଞତା ଜ୍ଞାପନ ସହିତ ସାଧୁବାଦ ଜଣାଇଛନ୍ତି। ସାଲେପୁରରୁ କଟକ ଦେଇ ଧବଳେଶ୍ୱର ଆସୁଥିବା ମୋ ବସ ସେବା ଏବେ ଘଣ୍ଟିଖାଲକୁ ପରିବର୍ଦ୍ଧି ହେବାକୁ ବ୍ୟବସ୍ଥା ହେଉଛି । ଏହାକୁ ମାଧବପୁରସ୍ଥିତ ଗୋପବନ୍ଧୁ ଚିକିତ୍ସାଳୟ ପର୍ଯ୍ୟନ୍ତ ଯାତାୟାତ ପାଇଁ ମହାକାଳବସ୍ତ, ଘଣ୍ଟିଖାଲ, କଖଡି, ଧୁରୁଷିଆ, ମଞ୍ଚେଶ୍ୱର ଆଦି ପଞ୍ଚାୟତର ଜନସାଧାରଣ ଦାବି ଜଣାଇଛନ୍ତି।

ଏହି ଚିକିତ୍ସାଳୟରେ ସିଟିସ୍କାନ,ଏମଆରଆଇ,ଅଲ୍ଟ୍ରାସାଉଣ୍ଡ, ଆଇସିୟୁ,ଦନ୍ତ ବିଭାଗ ଆଦି ବିଭାଗ କାର୍ଯ୍ୟ କରୁଥିବା ବେଳେ ବିଶେଷଜ୍ଞ ଚିକିତ୍ସକ ସୁବିଧା ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡର ସୁବିଧା ଉପଲବ୍ଧ ହୋଇଥିବାରୁ ବହୁ ସଂଖ୍ୟାରେ ରୋଗୀ ଚିକିତ୍ସାଳୟକୁ ଆସିଥାନ୍ତି । କୌଣସି ଆବଶ୍ୟକ ମୁତାବକ ବସ ସେବା ସୁବିଧା ନଥିବାରୁ ବାଇକ ଓ ଗାଡିକରି ଚିକିତ୍ସାଳୟକୁ ଆସୁଛନ୍ତି । ରୋଗୀ ଓ ଜନସାଧାରଣଙ୍କ ହୀତ ଦୃଷ୍ଟିରୁ ‘ମୋ ବସ’ ସେବାକୁ ଗୋପବନ୍ଧୁ ଚିକିତ୍ସାଳୟ ପର୍ଯ୍ୟନ୍ତ ସଂପ୍ରସାରିତ କରିବା ପାଇଁ ଦାବି ହୋଇଛି । ପ୍ରକାଶଯୋଗ୍ୟ ସ୍ଥାନୀୟ ଜନସାଧାରଣଙ୍କ ଦସ୍ତଖତ ସମ୍ବଳିତ ଏକ ଦରଖାସ୍ତ ପରିବହନ ମନ୍ତ୍ରୀ ଓ କ୍ର୍ରୁଟ କର୍ତ୍ତୃପକ୍ଷଙ୍କୁ ପୂର୍ବରୁ ପ୍ରଦାନ କରାଯାଇଛି । ତେଣୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଜନସାଧାରଣ ଓ ରୋଗୀମାନଙ୍କ ହିତଦୃଷ୍ଟିରୁ ସ୍ୱତନ୍ତ୍ର ଦୃଷ୍ଟିଦେଇ ମୋ ବସ ସେବାକୁ ଗୋପବନ୍ଧୁ ଚିକିତ୍ସାଳୟ ପର୍ଯ୍ୟନ୍ତ ସଂପ୍ରସାରିତ କରିବା ନିମନ୍ତେ ଏକାନ୍ତ ଆବଶ୍ୟକ ବୋଲି ଜନସାଧାରଣ ଦାବି କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories