ନିର୍ମାଣ ଶ୍ରମିକଙ୍କ ଧାରଣା
ବୌଦ୍ଧ: ବୌଦ୍ଧଜିଲା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ସୋମବାର ଠାରୁ ଆରମ୍ଭ ହୋଇଥିବା ଦିବାରାତ୍ରି ଧାରଣା ମଙ୍ଗଳବାର ଦିନ ଦ୍ଵିତୀୟ ଦିନରେ ପହଞ୍ଚଛି। ଦିତୀୟ ଦିନରେ ମଧ୍ୟ ଆଲୋଚନା ବିଫଳ ହୋଇଥିବା ଜଣାପଡ଼ିଛି। କୌଣସି ଜିଲାସ୍ତରୀୟ ଅଧିକାରୀ ମାନେ ଯାଇନଥିବା ଶ୍ରମିକ ନେତାମାନେ ପ୍ରକାଶ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ୨୦୧୮-୧୯ ଶିକ୍ଷା ବର୍ଷ ଠାରୁ ଏଯାବତ ଜଣେବି ଶ୍ରମିକ ଶିକ୍ଷା ସହାୟତା ବାବଦ ଅର୍ଥ ପାଇନଥିବା ବେଳେ ୨୦୧୯ ମସିହାରୁ ୩୫୦୦ରୁ ଉର୍ଦ୍ଧ ଶ୍ରମିକ କନ୍ୟା ବିବାହ ସହାୟତା ପାଇଁ ଆବେଦନ କରିଥିବା ବେଳେ ଜଣେ ବି ଶ୍ରମିକ ବିବାହ ସହାୟତା ଅର୍ଥ ପାଇନାହାନ୍ତି। ଏଥିରୁ ମଧ୍ୟ ଅନେକ ଆବେଦନକାରୀ ଇତି ମଧ୍ୟରେ ୬୦ ବର୍ଷ ଅତିକ୍ରମ କରିଥିବା ବେଳେ କିଛି ଶ୍ରମିକଙ୍କ ମୃତ୍ୟୁ ହୋଇସାରିଛି। ଠିକ ସେହିଭଳି ବର୍ଷ ବର୍ଷ ଧରି ସାଇକେଲ ଓ ଯନ୍ତ୍ରାଶଂ କ୍ରୟ ନିର୍ମିତ ପାଇବାକୁ ଥିବା ସହାୟତାରୁ ବଞ୍ଚିତ ହୋଇଛନ୍ତି। ଜିଲାରେ ୪୫ ହଜାରରୁ ଅଧିକ ପଞିକୃତ ନିର୍ମାଣ ଶ୍ରମିକ ଏନେଇ ବାରମ୍ବାର ଅଭିଯୋଗ କରିଆସୁଥିଲେ ସୁଧା ଶ୍ରମବିଭାଗ ସର୍ବଦା କେବଳ ପ୍ରତିଶୃତି ଦେଇଚାଲିଛି। ନ୍ୟାୟ ପାଇବା ପାଇ ନିର୍ମାଣ ଶ୍ରମିକ ସଂଗଠନ ପକ୍ଷରୁ ଧାରଣା ଦିଆଯାଇଛି। ମଙ୍ଗଳବାର ଦିନ ଜିଲାରେ ପ୍ରବଳ ବର୍ଷା ସ୍ୱତ୍ତେ ଶ୍ରମିକ ମାନେ ଶ୍ରମ କାର୍ଯ୍ୟାଳୟ ଆଗେରେ ଧାରଣାରେ ବସିଛନ୍ତିା ଦିତୀୟ ଦିନ ଧାରଣା ସ୍ଥଳକୁ ବିଜେପି ଜିଲା ସଭାପତି ବିପ୍ରଚରଣ ମହାନ୍ତୀ ଓ କୃଷକ ନେତା ସୁର୍ଯ୍ୟନାରାୟଣ ମହାପାତ୍ର ସାମିଲ ହୋଇ ଧାରଣାରେ ବସିଥିଲେ। ଦୁଇ ଦିନ ବିତିଯାଇଥିଲେ ସୁଧା ଶ୍ରମିକଙ୍କ ସମସ୍ୟାର ସମାଧାନ ହୋଇପାରିନଥିବା ବେଳେ ଏପେଟ ଶ୍ରମିକ ମାନେ କଠୋର ହୋଇପଡ଼ିଛନ୍ତି। ସମସ୍ୟାର ସମାଧାନ ନହେଲେ ଆସନ୍ତା ୨୯ ତାରିଖରେ ସମଗ୍ର ବୌଦ୍ଧ ଜିଲାରେ ୬ ଘଣ୍ଟିଆ ଚକା ଜାମ ଆନ୍ଦୋଳନ ଡ।।କରା ଦିଆଯାଇଛି। ଏହି ଚକା ଜାମ ଆନ୍ଦୋଳନରେ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଗାଡି ଚଳାଚଳ ସଂପୁର୍ଣ୍ଣ ବନ୍ଦ କରାଯିବ ବୋଲି ଶ୍ରମିକ ନେତା ଅବକାଶ ସାହୁ ସୁଚନା ଦେଇଥିବା ବେଳେ ଜିଲାରେ ସମସ୍ତ କାର୍ଯ୍ୟାଳୟ , ବ୍ୟବସାୟ ଅନୁଷ୍ଠାନ ଓ ଶିକ୍ଷା ଅନୁଷ୍ଠାନ ଗୁଡିକ ଖୋଲା ରହିବ ବୋଲି ପ୍ରକାଶ କରିଛନ୍ତି। ବହୁ ସଂଖ୍ୟାରେ ଶ୍ରମିକ ମାନେ ଧାରଣାରେ ବସି ରହିଛନ୍ତି।
Comments are closed.