www.samajalive.in
Wednesday, December 10, 2025
16.1 C
Bhubaneswar

କୃଷି ଅଧିକାରୀଙ୍କ କଳିଙ୍ଗ ଛତୁ ଉଦ୍ୟୋଗ ପରିଦର୍ଶନ

ପିପିଲି: ପିପିଲି ବ୍ଲକ ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁର ସ୍ଥିତ କଳିଙ୍ଗ ଛତୁ ଉଦ୍ୟୋଗକୁ ୩୦ଟି ଜିଲାର କୃଷି ଓ ବୈଷୟିକ ପରିଚାଳନା ସଂସ୍ଥା (ଆତ୍ମା)ର ପ୍ରକଳ୍ପ ଅଧିକାରୀ ଓ ସହକାରୀ ଅଧିକାରୀମାନେ ବୁଧବାର ପରିଦର୍ଶନ କରିଛନ୍ତି। ଉକ୍ତ ଛତୁ ଉଦ୍ୟୋଗର ସ୍ୱତାଧିକାରୀ ତଥା ଛତୁ ଚାଷୀ ସନ୍ତୋଷ କୁମାର ମିଶ୍ରଙ୍କ ନିରବଚ୍ଛିନ ଉଦ୍ୟମକୁ ସେମାନେ ଉଚ୍ଚ ପ୍ରଶଂସା କରିଛନ୍ତି। କୃଷି ଉଦ୍ୟୋଗ ପ୍ରତିଷ୍ଠା ପାଇଁ ହେଉଥିବା ଅସୁବିଧାର ଦୂରିକରଣ ପାଇଁ ଏହି ଅବସରରେ ବିଷଦ ଭାବେ ଆଲୋଚନା ହୋଇଛି। କଳିଙ୍ଗ ଛତୁ ଉଦ୍ୟୋଗକୁ ଏକ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କେନ୍ଦ୍ରରେ ରୂପାନ୍ତରିତ କରିବା ପାଇଁ କୃଷି ଅଧିକାରୀମାନେ ମତବ୍ୟକ୍ତ କରିଛନ୍ତି। ସମସ୍ତ କାର୍ଯ୍ୟକ୍ରମକୁ ଭୁବନେଶ୍ୱର ସ୍ଥିତ ଇମେଜ ପ୍ରଶିକ୍ଷଣ ସଂସ୍ଥାର ଅଧିକାରୀ ଲିଲିବାଳା ମହାପାତ୍ର ଓ ବିଭୁପ୍ରସାଦ ରଥ ପରିଚାଳନା କରିଥିବା ବେଳେ ପିପିଲି ବ୍ଲକ ଆତ୍ମା କାର୍ଯ୍ୟାଳୟର ଅଧିକାରୀମାନେ ସହଯୋଗ କରିଥିଲେ।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories