www.samajalive.in
Monday, December 8, 2025
16.1 C
Bhubaneswar

ଧନ୍ଦାମୂଳକ ଶିକ୍ଷା ପର୍ଯ୍ୟଟନ ବିଭାଗର ପରିଦର୍ଶନ

କଣ୍ଟାବାଞ୍ଜି: ସ୍ଥାନୀୟ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଧନ୍ଦାମୂଳକ ଶିକ୍ଷା ପର୍ଯ୍ୟଟନ ବିଭାଗରେ ଅଧ୍ୟୟନରତ ନବମ ଓ ଦଶମ ଶ୍ରେଣୀର ଛାତ୍ର ମାନଙ୍କୁ ନେଇ ବନମାଳୀ ହୋଟେଲର ବିଭିନ୍ନ ବିଭାଗ ପରିଦର୍ଶନ କରାଇଥିଲେ। ଏହି ପରିଦର୍ଶନରେ ବିଦ୍ୟାଳୟର ଧନ୍ଦାମୂଳକ ଶିକ୍ଷା ପ୍ରଶିକ୍ଷିକା କୁମାରୀ ରୁବୀ ବାଗ ଓ ସହକାରୀ ଶିକ୍ଷକ କୃପାସିନ୍ଧୁ ସାଙ୍କ ତତ୍ତ୍ଵାବଧାନରେ ୩୦ ଜଣ ଛାତ୍ର ଭାଗ ନେଇଥିଲେ। ବନମାଳୀ ହୋଟେଲର ଜେନେରାଲ ମ୍ୟାନେଜର ସୁବାଷ ଚନ୍ଦ୍ର ପଣ୍ଡା ଓ କ୍ୟାପଟେନ କ୍ରିଷ୍ଣା ନନ୍ଦ ବିଭିନ୍ନ ବିଭାଗ ପରିଦର୍ଶନରେ ସାହାଯ୍ୟ କରିଥିଲେ। ବାବଲୁ ମୋହନ ପୁଜାରୀ ଓ ଦେବାଶିଷ ମଣ୍ଡଳ ଏଵଂ ଅନ୍ୟ ସହକାରୀ କର୍ମଚାରୀ ମାନେ ବିଭିନ୍ନ ବିଭାଗର ଆବଶ୍ୟକତା ଓ ନାମକରଣ ବିଷୟରେ ବିଶଦ ଭାବରେ ବୁଝାଇଥିଲେ। ଛାତ୍ରମାନେ ଏହି ପରିଦର୍ଶନକୁ ଉପଭୋଗ କରିବା ସହ ଶିକ୍ଷାର ଗୁଣାତ୍ମକ ମାନ ଓ ଦକ୍ଷତା ବିକାଶ ପାଇଁ କିପରି ସହାୟକ ହୁଏ ଉପଲବ୍ଧି କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories