www.samajalive.in
Monday, December 8, 2025
13.1 C
Bhubaneswar

ଇତିହାସ ରଚିଲା ନାସା; ଧ୍ୱଂସ ହେବନି ପୃଥିବୀ !

ନୂଆଦିଲ୍ଲୀ: ଇତିହାସର ଫର୍ଦ୍ଦରେ ଯୋଡ଼ି ହେଲା ନାସାର ଆଉ ଏକ ସଫଳତା । ଆଷ୍ଟ୍ରଏଡ ସହ ଧକ୍କା ହେଲା ନାସାର ଡାର୍ଟ ସ୍ପେସ୍‌ କ୍ରାଫ୍ଟ । ପୃଥିବୀକୁ ଧ୍ୱଂସରୁ ରକ୍ଷା କରିବାକୁ ନାସାର ମିଶନ ସଫଳ ହୋଇଛି । କାରଣ ଯଦି ଭବିଷ୍ୟତରେ ପୃଥିବୀ ଉପରେ କଛି ବିପଦ ଆସେ ତେବେ ପୃଥିବୀକୁ ନାସାର ଡାର୍ଟ ସ୍ପେସ୍‌ କ୍ରାଫ୍ଟ ରକ୍ଷା କରିପାରିବ । ଅର୍ଥାତ୍‌ ପୃଥିବୀ ଉପରେ କୌଣସି ପ୍ରକାର ଆଷ୍ଟେରଏଡ ଧକ୍କା ହେବାର ଆଶଙ୍କା ଥିଲେ ଏହା ତାକୁ ପ୍ରତିରୋଧ କରିବ ।

ତେବେ ଆସନ୍ତୁ ଜାଣିବା ନାସା ପ୍ରସ୍ତୁତ କରିଥିବା ଏହି ଡାର୍ଟ ସ୍ପେସ୍‌ କ୍ରାଫ୍ଟ ବିଷୟରେ କିଛି ତଥ୍ୟ

- Advertisement -

ନାସା ପ୍ରସ୍ତୁତ କରିଥିବା ଡାର୍ଟ ମହାକାଶଯାନର ଆକାର ୧୯ ମିଟର । ଡାର୍ଟ ସ୍ପେସ୍‌ କ୍ରାଫ୍ଟ ପ୍ରସ୍ତୁତ ଲାଗି ଖର୍ଚ୍ଚ ହୋଇଛି ୨୬ଶହ କୋଟି ଟଙ୍କା । ଏହାକୁ ୨୦୨୧ ନଭେମ୍ବର ୨୪ରେ ମହାକାଶକୁ ପଠାଯାଇଥିଲା । ପ୍ରାୟ ୧୦ ମାସର ଯାତ୍ରା ପରେ ଏହା ନାସାକୁ ସଫଳତା ଦେଇଛି  । ଆଜି ଭୋର୍‌ ୪ଟା ୪୫ରେ ଧକ୍କା ଦେଇଛି ଡାର୍ଟ ସ୍ପେସ୍‌ କ୍ରାଫ୍ଟ ଡାଇମରଫସ୍ । ଗ୍ରହାଣୁର ଆକାର ୧୬୩ ମିଟର ବୋଲି କହିଛି ନାସା ।

ସୂଚନା ମୁତାବକ ନାସା ଏହି କିର୍ତ୍ତୀମାନ ଆଜି ସକାଳୁ ସକାଳୁ ହାସଲ କରିଛି । ଭାରତୀୟ ସମୟ ଭୋର ୪ଟା ୪୫ ମିନିଟ୍‌ରେ ସଫଳତା ହାତେଇଛି । ସବୁଠାରୁ ବଡ଼ କଥା ହେଉଛି ନାସାର ଏହି ସଫଳତା ଗ୍ରହାଣୁକୁ ଧକ୍କା ଦେବାରେ ପ୍ରଥମ ମହାକାଶଯାନ। ନାସାର ସୂଚନା ଅନୁଯାୟୀ ପୃଥିବୀ ଠାରୁ ୧୧ ନିୟୁତ କିଲୋମିଟର ଦୂରରେ ଗ୍ରହାଣୁ ଡାଇମରଫସକୁ ଧକ୍କା ଦେଇଥିଲା ଡାର୍ଟ ସ୍ପେସ୍‌ କ୍ରାଫ୍ଟ ।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories