www.samajalive.in
Monday, December 8, 2025
13.1 C
Bhubaneswar

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଚାରି ପଟେ ଗେଟ୍‌ ବନ୍ଦକୁ ନେଇ ସରପଞ୍ଚ ଏବଂ କୁଳପତିଙ୍କ ଆଲୋଚନା

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଗତ କିଛ ଦିନ ହେଲା କ୍ୟାମ୍ପସ ଚାରିପଟେ ରହିଥିବା ୫ଟି ଗେଟକୁ ତାଲା ପକାଇବା ଯୋଗୁଁ କ୍ୟାମ୍ପସ ଚାରିକଡେ ରହୁଥିବା ଅଧିବାସୀ ମାନେ ହଇରାଣ ହରକତ ହେଉଛନ୍ତି । ଆଉ ଏଥିପାଇଁ ସୋମବାର ସ୍ଥାନୀୟ ସରପଞ୍ଚ କୁଳପତିଙ୍କୁ ସାକ୍ଷାତ କରି ଗେଟ୍‌ ଖୋଲିବାକୁ ଦାବି ଜଣାଇଛନ୍ତି । ବିଶ୍ଵବିଦ୍ୟାଳୟ ପରିସର ମଧ୍ୟରେ ୨ଟି ବ୍ୟାଙ୍କ,  ୨ଟି ଏଟିଏମ୍, ପୋଷ୍ଟ ଅଫିସ, ମେଡିକାଲ୍, ସ୍କୁଲ ଓ କଲେଜ ରହିଥିବାରୁ ଆଖପାଖ ଅଞ୍ଚଳରେ ରହୁଥିବା ଲୋକଙ୍କ ସମେତ ବିଶ୍ଵବିଦ୍ୟାଳୟ କର୍ମଚାରୀ ଓ ବାହାରେ ରହୁଥିବା ବିଦ୍ୟାର୍ଥୀ ପ୍ରତିଦିନ କ୍ୟାମ୍ପସ ପରିସରକୁ ଗେଟ୍‌ ରାସ୍ତାଦେଇ ଯାଆ ଆସ କରିଥାନ୍ତି । କିନ୍ତୁ ଗେଟ୍‌ ବନ୍ଦ ହେବା ଫଳରେ ଅଞ୍ଚଳବାସୀ ସମେତ ବିଦ୍ୟାର୍ଥୀ ମାନେ ବହୁ ବାଟ ବୁଲି ଆସିବାକୁ ପଡ଼ୁଛି ।

ରଙ୍ଗେଇଲୁଣ୍ଡା ସରପଞ୍ଚ ନମିତା ମହାଙ୍କୁଡ଼, ନାରାୟଣପୁର ସରପଞ୍ଚ ସବିତା ସାହୁ, କରାପଲ୍ଲି ସରପଞ୍ଚ ଏସ.ମେନକା ରେଡିଙ୍କ ସମେତ ତାଙ୍କ ପ୍ରତିନିଧି ମାନେ ଅପରାହ୍ଣରେ ବିଶ୍ବବିଦ୍ୟାଳୟରେ ପହଞ୍ଚି କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ ଭେଟି ରହିଥିବା ସମସ୍ୟା ଉପରେ ଆଲୋଚନା କରିଥିଲେ । କୁଳପତିଙ୍କ ପକ୍ଷରୁ କୁହାଯାଇଥିଲା ଯେ ଆସନ୍ତା ନଭେମ୍ବର ୨୩ରେ ବିଶ୍ଵବିଦ୍ୟାଳୟ ପରିଭ୍ରମଣରେ ଟିମ ଆସୁଥିବାରୁ ତାହାକୁ ନଜରରେ କ୍ୟାମ୍ପସକୁ ସୌନ୍ଦର୍ଯ୍ୟକରଣ କରାଯାଇଛି । କିନ୍ତୁ ଚାରିପଟେ ରହିଥିବା ଗେଟ୍‌ ଗୁଡ଼ିକ ଖୋଲା ରହୁଥିବାରୁ ଗାଈ, ଗୋରୁ କ୍ୟାମ୍ପସ ପରିସରରେ ପଶି ଗଛ ନଷ୍ଟ କରୁଥିବା ସହ କ୍ୟାମ୍ପସ ପରିସରରୁ କାଠ ଚୋରି ହେଉଥିବା ଏବଂ ସନ୍ଧ୍ୟା ପରେ କ୍ୟାମ୍ପସ ପରିସରରେ ଅସାମାଜିକ ବ୍ୟକ୍ତି ମାନେ ଆଡ୍ଡା ଜମାଆ ଅସାମାଜିକ କାର୍ଯ୍ୟକଳାପ କରୁଛନ୍ତି ।

- Advertisement -

ଏହା ସହ ,କିଛି ଅମାନିଆ ଗାଡି ଚାଳକ ଦୃତ ଗତିରେ ଗାଡି ଚଳାଉଥିବା ଯୋଗୁଁ  ଗେଟ୍‌ ବନ୍ଦ କରାଯାଇଛି ବୋଲି ପ୍ରକାଶ କରିଥିଲେ । ତାହା ସହ ସରପଞ୍ଚଙ୍କୁ ଗାଈ ପ୍ରବେଶ ଓ କାଠ ଚୋରି ପ୍ରତି ଦୃଷ୍ଟି ଦେବାକୁ କହିଥିଲେ । ବର୍ତ୍ତମାନ କ୍ୟାମ୍ପସ ପରିସରରେ ପ୍ରବେଶ କରିବାକୁ ଗେଟରେ ନିୟୋଜିତ ରହିଥିବା ସୁରକ୍ଷା କର୍ମୀଙ୍କୁ ଭଞ୍ଜବିହାରର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ପରିଚୟପତ୍ର ଦେଖାଇ ପ୍ରବେଶ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ମଧ୍ୟ କୁଳପତି କହିଥିଲେ । ସରପଞ୍ଚ ମାନେ ବିଶ୍ଵବିଦ୍ୟାଳୟର ସୁରକ୍ଷା ପାଇଁ ଗେଟ୍‌ ବନ୍ଦକୁ ନିଜର ସହମତି ପ୍ରଦାନ କରିଥିବା ବେଳେ, ସ୍ଥାନୀୟ ଲୋକଙ୍କୁ ବ୍ୟାଙ୍କ, ଶିକ୍ଷାନୁଷ୍ଠାନ, ମେଡିକାଲ ଓ ପୋଷ୍ଟ ଅଫିସକୁ ଯାଆ ଆସ ନିମନ୍ତେ ଏକ ନିର୍ଦ୍ଦିଷ୍ଟ ସମୟରେ ଗେଟ୍‌ ଖୋଲା ରଖିବାକୁ ନିବେଦନ କରିଥିଲେ । କୁଳପତି ସର୍ବସାଧାରଣଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବେ ବୋଲି କହିଛନ୍ତି।

Hot this week

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

Related Articles

Popular Categories