www.samajalive.in
Monday, December 8, 2025
14.1 C
Bhubaneswar

ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଗ୍ରାମବାସୀଙ୍କ ଦାବି

ଫୁଲବାଣୀ: କନ୍ଧମାଳ ଜିଲା ବାଲିଗୁଡା ବ୍ଲକ ସଲାଗୁଡା ପଞ୍ଚାୟତର ପୁଲସରୁ ଠାରେ ଗ୍ରାମବାସୀଙ୍କ ଉଦ୍ୟମରେ ୧୯୯୬ ମସିହାରେ ଏକ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା । ପରେ ୨୦୦୦ ମସିହାରେ ସରକାରଙ୍କ ଡିପିଇପି ଯୋଜନାରେ ଏହି ବିଦ୍ୟାଳୟକୁ ସ୍ବୀକୃତି ଦିଆଯାଇ ଇଜିଏସ ଶିକ୍ଷକ ନିଯୁକ୍ତି ଦିଆଯାଇ ଥିଲା । କିନ୍ତୁ କିଛି ବର୍ଷ ପରେ ଗ୍ରାମବାସୀଙ୍କ ଅଜାଣତରେ ଏହି ବିଦ୍ୟାଳୟ ଅନ୍ୟ ଗ୍ରାମକୁ ଉଠାଇ ନିଆ ଯାଇଥିଲା । ଫଳରେ ପୁଲସରୁ ସମେତ ମାକୁବେଲା, ବୁଡେଲପଦର, ବିଲାପାଙ୍ଗା, ମିଲପାକେତା ଭଳି ଗ୍ରାମର ପିଲାମାନଙ୍କୁ ବିଦ୍ୟାଳୟ ଯିବାରେ ସମସ୍ୟା ଦେଖା ଦେଇଥିଲା ।

ଲୋକେ ଏ ନେଇ ଅଭିଯୋଗ କରିବା ପରେ ସରକାର ପୁଲସରୁଠାରେ ଏକ ବିଦ୍ୟାଳୟ ପାଇଁ ଅନୁମୋଦନ ଦେବା ସହ ସ୍କୁଲ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା । ତେବେ କୌଣସି କାରଣରୁ ଏହି କାର‌୍ୟ୍ୟ ଏବେ ବନ୍ଦ ରହିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ତେଣୁ ସ୍ଥଗିତ ରହିଥିବା ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ପୁଣି ଥରେ ଆରମ୍ଭ କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇଛନ୍ତି ଗ୍ରାମବାସୀ । ଆଜି ଶତାଧିକ ପୁରୁଷ ଓ ମହିଳା ଫୁଲବାଣୀ ଆସି ଏହି ଦାବିପତ୍ର ପ୍ରଦାନ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories