www.samajalive.in
Saturday, December 13, 2025
26.1 C
Bhubaneswar

ଯକ୍ଷ୍ମାମୁକ୍ତ ଭାରତ ପାଇଁ ମୋଦୀଙ୍କ ଆହ୍ବାନ

ନୂଆଦିଲ୍ଲୀ : ମହାନ ସ୍ବାଧୀନତା ସଂଗ୍ରାମୀ ସହିଦ ଭଗତ ସିଂହଙ୍କ ନାମରେ ଚଣ୍ଡିଗଡ ବିମାନବନ୍ଦରକୁ ନାମିତ କରାଯିବ। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍‌ରେ ଘୋଷଣା କରିଛନ୍ତି। ସେପ୍ଟେମ୍ବର ୨୮ ତାରିଖ ଭଗତ ସିଂହଙ୍କ ଜନ୍ମଦିନ ହୋଇଥିବାରୁ ଏହି ଦିନ ବିମାନ ବନ୍ଦରର ନାମକୁ ପରିବର୍ତ୍ତନ କରାଯିବ। ମୋଦୀ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ସାମୁଦ୍ରିକ ସହାବସ୍ଥାନ ପ୍ରତି ବଡ ବିପଦ। ସମୁଦ୍ର କୂଳରେ ପକାଯାଉଥିବା ପ୍ଲାଷ୍ଟିକ ଅଳିଆ ଓ ଆବର୍ଜନା ଯୋଗୁଁ ସାମୁଦ୍ରିକ ଜଳବାୟୁ ପରିବର୍ତ୍ତନ ହେଉଛି। ତେଣୁ ଆମେ ଏପରି ଆହ୍ବାନକୁ ମୁକାବିଲା ଦିଗରେ ପଦକ୍ଷେପ ନେବା ଦରକାର। ‘ସ୍ବଚ୍ଛ ସାଗର-ସୁରକ୍ଷିତ ସାଗର’ ଯୋଜନାରେ ୫୦୦୦ ଏନ୍‌ଏସଏସ୍ କ୍ୟାଡେଟ୍‌ ୩୦ ଟନ୍ ପ୍ଲାଷ୍ଟିକ୍ ସଂଗ୍ରହ କରିଛନ୍ତି। ମୋଦୀ ତାଙ୍କ ମନ କି ବାତ୍‌ରେ ବିଜେପିର ଆଦର୍ଶ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ କହିଥିଲେ ପଣ୍ଡିତ ଦିନଦୟାଲ ଜଣେ ମହାନ ଚିନ୍ତାନାୟକ ଓ ଦେଶର ଜଣେ ବଡ ସନ୍ତାନ। ସେହିପରି ଦୀର୍ଘ ୭୪ବର୍ଷ ପରେ ଭାରତ ମାଟିକୁ ଚିତାବାଘ ଫେରିଥିବାରୁ ଦେଶବାସୀ ବେଶ ଖୁସି ଥିବା ମୋଦୀ କହିଛନ୍ତି। ଚିତାବାଘ ଗୁଡିକୁ ଦେଖିବା ଲାଗି ସାଧାରଣ ଜନତା କେବେ ସୁଯୋଗ ପାଇବେ ତାହା ଆଗାମୀ ଦିନରେ ନିଷ୍ପତ୍ତି ନିଆଯିବ। ସେହିପରି ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ସ୍ବଦେଶୀ ଜିନିଷ ଆପଣାଇବା (ଭୋକାଲ ଫର ଲୋକାଲ)ର ପ୍ରତିଜ୍ଞା ନେବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ଆଜଦୀ କି ଅମୃତ ମହୋତ୍ସବ କାଳରେ ଆମେ ଆତ୍ମନିର୍ଭର ଭାରତ ଗଠନ ଦିଗରେ ଆଗକୁ ବଢିଛେ। ତେଣୁ ସ୍ବଦେଶୀ ଆପଣାଇବାର ପ୍ରୟାସକୁ ଆହୁରି ଆଗକୁ ବଢାଇବା ପୂର୍ବକ ଖଦି, ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ କିଣାକିଣି ଉପରେ ସମସ୍ତେ ଗୁରୁତ୍ବ ଦିଅନ୍ତୁ। ପ୍ରଧାନମନ୍ତ୍ରୀ ତାଙ୍କ ମନ କି ବାତ୍‌ରେ ସାଙ୍କେତିକ ଭାଷା (ସାଇନ୍ ଲାଙ୍ଗୁଏଜ୍) ଶିକ୍ଷା ଉପରେ ଗୁରୁତ୍ବାରୋପ କରିଛନ୍ତି। ସେହିପରି ୨୦୨୩ ବର୍ଷକୁ ଆନ୍ତର୍ଜାତିକ ମିଲେଟ୍ ବର୍ଷ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଦେଶର ଅନେକ ଲୋକ ଏବେ ମାଣ୍ଡିଆ (ମିଲେଟ)କୁ ନିଜର ଦୈନନ୍ଦିନ ଖାଦ୍ୟର ଅଂଶ ଭାବେ ଗ୍ରହଣ କରିଛନ୍ତି। ଭାରତକୁ ଯକ୍ଷ୍ମା ମୁକ୍ତ କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ଏଥିପାଇଁ ସାଧାରଣ ଜନତାଙ୍କୁ ଭାଗିଦାର ହେବାକୁ ଆହ୍ବାନ ଦେଇଛନ୍ତି। ଜଣେ ଯକ୍ଷ୍ମା ରୋଗୀକୁ ଆବଶ୍ୟକ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାର ଦାୟିତ୍ବ ଜଣେ ଜଣେ ନିଅନ୍ତୁ। ଠିକ ସମୟରେ ଔଷଧ ସେବନ ସହିତ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ଖାଇଲେ ଜଣେ ଯକ୍ଷ୍ମା ରୋଗରୁ ଆରୋଗ୍ୟ ଲାଭ କରିପାରିବ। ଜନ ଭାଗିଦାରୀ ପୂର୍ବକ ୨୦୨୫ ସୁଦ୍ଧା ଭାରତକୁ ଯକ୍ଷ୍ମାମୁକ୍ତ କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories