ରେଳ ଷ୍ଟେସନରେ ବ୍ଲେଡରେ ବେକ କାଟି ଜଣେ ଗୁରୁତର
ବ୍ରହ୍ମପୁର .- ବ୍ରହ୍ମପୁର ରେଳ ଷ୍ଟେସନରେ ଜଣେ ବ୍ୟକ୍ତି ବେକ କାଟି ଆତ୍ମହତ୍ୟା ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଆସ୍କା ମହାରାଜା ପୁରର ଏହି ବ୍ୟକ୍ତି ଜଣଙ୍କ ସୁରତରେ ଶ୍ରମିକ ଭାବେ କାମ କରୁଥିଲେ । ଶୁକ୍ରବାର ସକାଳେ ସେ ସୁରତରୁ ପ୍ରାୟ ବର୍ଷେ ପରେ ଫେରିଥିଲେ। ବ୍ରହ୍ମପୁର ରେଳ ଷ୍ଟେସନ ନିକଟରେ ପହଞ୍ଚିବା ପରେ ନିଜ ବ୍ୟାଗରେ ରଖିଥିବା ଏକ ବ୍ଲେଡରେ ନିଜ ବେକକୁ କାଟି ଦେଇଥିଲେ ବୋଲି ରେଳବାଇ ପୁଲିସ ସୂଚନା ଦେଇଛି ।
ଏହାପରେ ସେଠାରେ ଥିବା ଲୋକ ରେଳ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ । ସେମାନେ ତୁରନ୍ତ ଏକ ଆମ୍ବୁଲାନ୍ସର ବ୍ୟବସ୍ଥାକରିବା ସହ ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ତେବେ ସେ କାହିଁ ବେକକୁ ବ୍ଲେଡରେ କାଟିଲେ ରେଳବାଇ ପୁଲିସ ସେ ସମ୍ପର୍କରେ ତଦନ୍ତ କରୁଛି ।