ଶିଶୁ ମୃତ୍ୟୁ ପରେ ଡାଙ୍କରଙ୍କୁ ମାଡ଼, ପୁଲିସର ତଦନ୍ତ ଆରମ୍ଭ
ଭଦ୍ରକ: ଆରଡ଼ି ଛକ ନିକଟ ଏକ କ୍ଲିନିକରେ ଡାକ୍ତର ଓ ସହଯୋଗୀଙ୍କୁ ମାଡ଼। ଭୁଲ ଇଞ୍ଜେକସନ ଯୋଗୁ ଜଣେ ୧୦ବର୍ଷର ଶିଶୁ ମୃତ୍ୟୁ ଅଭିଯୋଗରେ ଡାକ୍ତର ଓ ତାଙ୍କ ସହଯୋଗୀଙ୍କୁ ମୃତକଙ୍କ ସମ୍ପର୍କୀୟଙ୍କ ପକ୍ଷରୁ ମାଡ଼ ମରାଯାଇଥିବା ଜଣାପଡ଼ିଛି। ମୃତକଙ୍କ ସମ୍ପର୍କୀୟଙ୍କ ଆକ୍ରମଣରେ ଡାକ୍ତରଙ୍କ ମୁଣ୍ଡ ଫାଟି ଯାଇଛି। କ୍ଲିନିକରେ ଉତ୍ତେଜନା ଖବର ପାଇଁ ପୁଲିସ ପହଞ୍ଚି ପଚରାଉଚୁରା ସହ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।
Comments are closed.