www.samajalive.in
Monday, December 8, 2025
13.1 C
Bhubaneswar

ବଢ଼ୁଛି ଆକବରଙ୍କ ଅଡ଼ୁଆ: ପ୍ରିୟାଙ୍କ ସପକ୍ଷରେ ୧୯ ସାମ୍ବାଦିକା

ନୂଆଦିଲ୍ଲୀ: ‘ମି ଠୁ’ ଅଭିଯୁକ୍ତ କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ ଜେ ଆକବରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଅଭିଯୋଗକାରିଣୀ ସାମ୍ବାଦିକ ପ୍ରିୟା ରମାଣିଙ୍କ ବିରୋଧରେ ଆକବର ମାନହାନି ମୋକଦ୍ଦମା ଦାୟର କରିଛନ୍ତି। କିନ୍ତୁ ଏହାର ଓଲଟା ପ୍ରଭାବ ଦେଖାଯାଇଛି। ଆକବରଙ୍କ ବିରୋଧରେ ଅଭିଯୁକ୍ତକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରିୟାଙ୍କୁ ସମର୍ଥନ କରି ଆଉ ୧୯ ଜଣ ସହକର୍ମୀ ଆକବର୍‍ଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।
୧୯ ଜଣ ସାମ୍ବାଦିକଙ୍କ ଦସ୍ତଖତ ସମ୍ବଳିତ ଏକ ଆବେଦନ ଅଦାଲତଙ୍କୁ ପ୍ରଦାନ କରାଯାଇଛି। ସେଥିରେ ଉଲ୍ଲେଖ ରହିଛି ଯେ ମାନହାନି ମୋକଦ୍ଦମା ଶୁଣାଣି ବେଳେ ନିର୍ଯାତନା ସମ୍ପର୍କିତ ତଥ୍ୟ ଓ ପ୍ରମାଣକୁ ତର୍ଜମା କରାଯାଉ। ଆକବରଙ୍କ ନିର୍ଯାତନା ଘଟଣାର ଅନେକ ସାକ୍ଷୀ ରହିଛନ୍ତି। ସେମାନଙ୍କ ବୟାନକୁ ମଧ୍ୟ ଗୁରୁତ୍ୱ ଦିଆଯାଉ।
ଆକବରଙ୍କ ବିରୋଧ ଓ ପ୍ରିୟାଙ୍କ ପକ୍ଷ ନେଇଥିବା ସାମ୍ବାଦିକଙ୍କ ମଧ୍ୟରେ ମୀନାଲ୍‍ ବାଘେଲ(ଏସିଆନ୍‍ ଏଜ୍‍-୧୯୯୩-୧୯୯୬), ମନିଷା ପାଣ୍ଡେ(ଏସିଆନ୍‍ ଏଜ୍‍-୧୯୯୩-୧୯୯୮)ତୁଷିତା ପଟେଲ(ଏସିଆନ୍‍ ଏଜ୍‍-୧୯୯୩-୨୦୦୦), କନିକା ଗହେଲଟ୍‍(ଏସିଆନ୍‍ ଏଜ୍‍-୧୯୯୫-୧୯୯୮), ସୁପର୍ଣ୍ଣା ଶର୍ମା(ଏସିଆନ୍‍ ଏଜ୍‍–୧୯୯୩-୧୯୯୬), ରାମୋଲା ତଲୱର ବାଦମ୍‍(ଏସିଆନ୍‍ ଏଜ୍‍-୧୯୯୪-୧୯୯୫),ହୋଇହୁ ହୁଜେଲ୍‍(ଏସିଆନ୍‍ ଏଜ୍‍-୧୯୯୯-୨୦୦୦), ଐତା ଖାନ୍‍(ଏସିଆନ୍‍ ଏଜ୍‍–୧୯୯୫-୧୯୯୮),କୁଶାଲର୍ଣ୍ଣି ଗୁଲାବ(ଏସିଆନ୍‍ ଏଜ୍‍-୧୯୯୩-୧୯୯୭), କାନିଜା ଗାଜାରି(ଏସିଆନ୍‍ ଏଜ୍‍-୧୯୯୫-୧୯୯୭), ମାଳବିକା ବାନାର୍ଜୀ(୧୯୯୫-୧୯୯୮), ଏ ଟି ଜୟନ୍ତୀ(ଏସିଆନ୍‍ ଏଜ୍‍-୧୯୯୫-୧୯୯୬), ହମିଦା ପାରକର(ଏସିଆନ୍‍ ଏଜ୍‍-୧୯୯୬-୧୯୯୯), ଜୋନାଲି ବୁରାଗୋହିନ୍‍ ଓ ମୀନାକ୍ଷି କୁମାର(ଏସିଆନ୍‍ ଏଜ୍‍-୧୯୯୬-୨୦୦୦), ସୁଜାତା ଦତ୍ତା ସଚଦେବା(ଏସିଆନ୍‍ ଏଜ୍‍-୧୯୯୯-୨୦୦୦), ରେଶ୍‍ମୀ ଚକ୍ରବର୍ତ୍ତୀ(ଏସିଆନ୍‍ ଏଜ୍‍-୧୯୯୬-୯୮), କିରଣ ମାନରାଲ୍‍(ଏସିଆନ୍‍ ଏଜ୍‍-୧୯୯୩-୯୬), ସଞ୍ଜାରୀ ଚାଟାର୍ଜୀ, କ୍ରିଷ୍ଟିନା ଫ୍ରାଙ୍କିସ(ଡେକାନ କ୍ରୋନିକଲ୍‍-୨୦୦୫-୨୦୧୧) ପ୍ରମୁଖ ଅଛନ୍ତି।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories