www.samajalive.in
Monday, December 8, 2025
24.1 C
Bhubaneswar

ଧବଳେଶ୍ୱର ସେବା ସଂସ୍ଥା ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

ଗୁରୁଡିଝାଟିଆ: ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ମଞ୍ଚେଶ୍ୱର ଠାରେ ଥିବା ଧବଳେଶ୍ୱର ବିଟ୍‌ ହାଉସକୁ ଫାଣ୍ଡିରେ ପରିଣତ କରିବା ପାଇଁ ଧବଳେଶ୍ୱର ସେବା ସଂସ୍ଥା ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେବା ସଂସ୍ଥାର ସଭାପତି କିରଣ ବିହାରୀ ଖଟୁଆ ଓ ସଦସ୍ୟମାନେ ଆଠଗଡ ଠାରେ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣିରେ ଉପସ୍ଥିତ ହୋଇ ପ୍ରଭୁ ଧବଳେଶ୍ୱରଙ୍କ ପୀଠକୁ ବର୍ଷତମାମ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହୁଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ମାନେ ଆସୁଛନ୍ତି ।

ଏହି ସମୟରେ ଆରକ୍ଷୀମାନଙ୍କ ପ୍ରତ୍ୟେକ୍ଷ ଉପସ୍ଥିତି ଆବଶ୍ୟକତା ପଡୁଥିଲେ ମଧ୍ୟ ବିଟ ହାଉସରେ ହାତଗଣତି ଦୁଇ ତିନିଜଣ କର୍ମଚାରୀଙ୍କ ଦ୍ୱାରା ଏହା ସମ୍ଭବ ହୋଇନଥାଏ । ଏତଦବ୍ୟତୀତ ଗହଳିକୁ ଦେଖି ଛିନତାଇ ଓ ନିଶାଡିଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳୁଛି । ନୂଆପାଟଣା ଠାରେ ମହାନଦୀ ଉପରେ ମଧୁସେତୁ ହେବା ପରେ ନୂଆପାଟଣା-ଧବଳେଶ୍ୱର ଓ ଆଠଗଡ ପୁରୁଣା କଟକ-ସମ୍ବଲପୁର ରାସ୍ତା ଦେଇ ପଶ୍ଚିମ ଓଡିଶାକୁ ଶହଶହ ସଂଖ୍ୟାରେ ଯାନବାହନ ଚଳାଚଳ ହେଉଛି ।

- Advertisement -

ଏକାଧିକ ଶିକ୍ଷାନୁଷ୍ଠାନ,ସରକାରୀ କାର୍ଯ୍ୟାଳୟ, ଚିକିତ୍ସାଳୟ, ରାସ୍ତାକଡ ଢାବା ସହିତ ପେଟ୍ରୋଲପମ୍ପ ଗଢିଉଠିଛି । ବିଳମ୍ବିତ ରାତିରେ ଏକାଧିକ ଗାଡି ଯାଉଥିବାରୁ ଅନେକ ସମୟରେ ଦୁର୍ଘଟଣା ସାଙ୍ଗକୁ ଚୋରି ଡକାୟତି ମଧ୍ୟ ହେଉଛି । ଜନସାଧାରଣ କୌଣସି ବିବାଦ ବା ଆଇନଗତ କ୍ଷେତ୍ରରେ ସହାୟତା ନେବାକୁ ହେଲେ ବିଟ ହାଉସ ଏହାକୁ ସମାଧାନ କରିବା ପାଇଁ ଅନେକ ସମୟରେ ଅସମର୍ଥ ହେଉଛି । ତେଣୁ ବାଧ୍ୟ ହୋଇ ମଞ୍ଚେଶ୍ୱର ପଞ୍ଚାୟତର ଜନସାଧାରଣ ୧୨ କିମି ଦୂର ଗୁରୁଡିଝାଟିଆ ଥାନାକୁ ଖର୍ଚ୍ଚାନ୍ତ ହୋଇ ଯାଉଛନ୍ତି ।

ଏପରିକି ଜଙ୍ଗଲ ରାସ୍ତାଦେଇ ଗଲାବେଳେ ହାତୀ ହାବୁଡରେ ମଧ୍ୟ ପଡୁଛନ୍ତି । ଏ ସବୁକୁ ଦୃଷ୍ଟିରେ ରଖି ଧବଳେଶ୍ୱର ବିଟ ହାଉସକୁ ତୁରନ୍ତ ଫାଣ୍ଡିରେ ପରିଣତ କରିବା ସହିତ ଅପରାଧୀ ଓ ଅପରାଧୀକ କାର୍ଯ୍ୟକଳାପକୁ ତୀକ୍ଷ୍ମ ନଜର ଦେବା ସହିତ ଅପରାଧୀ ମାନଙ୍କୁ କାବୁ କରିବା ପାଇଁ ୪ ଚକିଆ ଗାଡି ସାଙ୍ଗକୁ ଅଧିକ ସଂଖ୍ୟକ ଫୋର୍ସ ଯୋଗାଇଦେବା ନିମନ୍ତେ ସେବା ସଂସ୍ଥାର ସଭାପତି ଶ୍ରୀ ଖଟୁଆ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଶ୍ରୀ ଭାବନୀ ପ୍ରସାଦ ଚଇନୀଙ୍କୁ ଲିଖିତ ଅଭିଯୋଗ ସହିତ ଦାବି ଜଣାଇଥିଲେ ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories