www.samajalive.in
Saturday, December 13, 2025
26.1 C
Bhubaneswar

ବନ୍ଧୁର ଗୁଳି ମାଡରେ ଅନ୍ୟ ଜଣେ ବନ୍ଧୁଙ୍କ ମୃତ୍ୟୁ

ପାଟଣା – ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଥାନା ଅଞ୍ଚଳ ନିକଟସ୍ଥ ମୟୁରଭଞ୍ଜ ଜିଲ୍ଲା ସୀମା ଚଢେଇଭୋଳ ଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ । ଗୁଳିମାଡ଼ରେ ଜଣେ ଝାଡଖଣ୍ଡର ଜଣେ ଯୁବକର ମୃତ୍ୟୁ ଘଟିଛି।

ମୃତକ ଝାଡଖଣ୍ଡ ଜୟନ୍ତୀଗଡ ନିକଟ ଛଣପଦା ଗ୍ରାମର ମୃତ୍ୟୁଞ୍ଜୟ ବେହେରା (୨୬) ବୋଲି ଜଣାପଡିଛି। ମଙ୍ଗଳବାରରେ ଚଢେଇଭୋଳକୁ ଆସିଥିବା ମୃତକ ମୃତ୍ୟୁଞ୍ଜୟ ତାଙ୍କର ଦୁଇ ସାଙ୍ଗକ ସହ ହୋଟେଲରେ ବସି ଖାଉଥିଲେ । ଏହି ସମୟରେ ଜଣେ ଯୁବକ ତାକୁ ଫୋନ କରି ବାହାରକୁ ଡାକିବା ସହ ତାଙ୍କ ଉପରକୁ ପଛପଟୁ ଗୁଳି ମାରିଥିଲେ ।

- Advertisement -

ଘଟଣା ପରେ ମୃତ୍ୟୁଞ୍ଜୟକୁ ତାଙ୍କ ସାଥି ମାନେ ଭଣ୍ଡା ଡାକ୍ତରଖାନା କୁ ନେଇଥିବା ବେଳେ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପୁଲିସ କୁ ସୂଚନା ଦିଆଯାଇଛି। ବ୍ୟକ୍ତିଗତ ଶତ୍ରୁତା ଅଥବା ପତିଆରା ଲଢେଇକୁ ନେଇ ଏପରି ଘଟିଥିବା ଚର୍ଚ୍ଚା ଚାଲିଥିବା ବେଳେ ପ୍ରକୃତରେ ଗୁଳି କିଏ ମାରିଲା ତାହା ତଦନ୍ତ ପରେ ଜଣାପଡ଼ିବ  । ପୁଲିସ ଏବେ ଏକ ହତ୍ୟା ମାମଲା ରୁଜୁ କରି ମାମଲାର ତଦନ୍ତ କରଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories