www.samajalive.in
Thursday, December 11, 2025
26.1 C
Bhubaneswar

ଖାଲଖମାରେ ଭର୍ତ୍ତି ଘିଚାମୁରା-ଲଗଙ୍ଗା ରାସ୍ତା

ରେଙ୍ଗାଲି:ଶିଳ୍ପାୟନ ହେଲେ ସଂପୃକ୍ତ ଅଞ୍ଚଳର ପାରିପାର୍ଶ୍ବିକ ଉନ୍ନୟନ ଏବଂ ମୌଳିକ ଭିତ୍ତିଭୂମିର ଉନ୍ନତି ତଥା ବିକାଶ ଦିଗରେ ସର୍ବଧିକ ଗୁରୁତ୍ୱ ଦିଅଯିବ ବୋଲି ପ୍ରତିଶ୍ରୁତି ଦିଅଯାଇଥିଲା। ପ୍ରତିଶ୍ରୁତି ପାଳନ ହେବାର ଆଶା ଭରସା ରଖି ଲୋକେ ଶିଳ୍ପାୟନକୁ ସ୍ୱାଗତ କରିଥିଲେ। ତେବେ ବିଡମ୍ବନାର ବିଷୟ ଯେ ରେଙ୍ଗାଲି ବ୍ଳକ୍ ଅଞ୍ଚଳ ରେ ଶିଳ୍ପାୟନ ହେବାର ଦେଢ ରୁ ଦୁଇ ଦଶନ୍ଧି ବିତିଗଲା ପରେ ବି ଶିଳ୍ପାୟନ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ ହେଉନାହିଁ ବୋଲି ବିପ୍ଳବୀ ବୀର ସୁରେନ୍ଦ୍ର ସାଏ ଆଞ୍ଚଳିକ ସଂଘ ପକ୍ଷରୁ ଅଭିଯୋଗ ହେଉଛି। ଶିଳ୍ପାୟନ ଯୋଗୁଁ କ୍ଷତିଗ୍ରସ୍ତ ଓ ପ୍ରଭାବିତ ହୋଇଥିବା ଅଞ୍ଚଳବାସୀଙ୍କ ଗମନାଗମନ ପାଇଁ ଉପଯୁକ୍ତ ରାସ୍ତା ନିର୍ମାଣ ହୋଇ ପାରୁନାହିଁ। ରେଙ୍ଗାଲି ବ୍ଳକ୍ ଘିଚାମୁରା ପଞ୍ଚାୟତ ଅଞ୍ଚଳରୁ ଲପଙ୍ଗାକୁ ସଂଯୋଗ କରୁଥିବା ରାସ୍ତା ଖାଲଖମାରେ ଭର୍ତ୍ତି ହୋଇ ପଡ଼ିରହିଛି।
ଘିଚାମୁରା ପଞ୍ଚାୟତର ଗୌରଡିହି, ବେଉଁରା, ଘିଚାମୁରା, ଗୁମକାରମା, ବିଶଡିହି, ଡେର୍ବା ଆଦି ଆଦି ଗ୍ରାମରୁ ଲପଙ୍ଗାକୁ ଯତାୟାତ ପାଇଁ ଥିବା ରାସ୍ତା ଉପରେ ଭାରି ମାଲବାହୀ ଯାନ ଅହରହ ଚଳାଚଳ କରୁଥିବା ଯୋଗୁଁ ଏହି ରାସ୍ତା ଅସଂଖ୍ୟ ଖାଲଖମାରେ ପରିର୍ପୂଣ ହୋଇ ପଡିଛି। ଖାଲଖମାରେ ପରିପୂର୍ଣ୍ଣ ଏହି ରାସ୍ତା ସଂକିର୍ଣ ଥିବା ଏବଂ ଅହରହ ଭାରି ମାଲବାହୀ ଯାନ ଚଳାଚଳ ଜନିତ ପ୍ରଦୂଷଣ ଯୋଗୁଁ ଜନସାଧାରଣ ଯାତୟାତ କରିବା ଅସମ୍ଭବ ହୋଇ ପଡୁଛି।
ଉଲ୍ଲେଖଯୋଗ୍ୟ ଯେ ବ୍ଳକ୍, ତହସିଲ ଏବଂ ଜିଲା ସଦର ମହକୁମାକୁ ଯିବା ପାଇଁ ଘିଚାମୁରା ପଞ୍ଚାୟତ ଅଞ୍ଚଳର ଅଧିବାସୀ ଗୌରଡିହି, ବେଉଁରା ଘିଚାମୁରା ଗୁମାକାରମା ଦେଇ ଲପଙ୍ଗା ଛକକୁ ଯିବାକୁ ପଡିଥାଏ। ରାସ୍ତା ଶୋଚନୀୟ ଥିବାରୁ ଘିଚାମୁରା ପଞ୍ଚାୟତ ଅଞ୍ଚଳର ଲୋକେ ନାହିଁ ନଥିବା ଅସୁବିଦା ର ସମ୍ମୁଖିନ ହେଉଛନ୍ତି। ଏସଂକ୍ରାନ୍ତରେ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରଯାଇଥିଲେ ମଧ୍ୟ ରାସ୍ତା ପୁନଃନିର୍ମାଣ କିମ୍ବା ବିକଳ୍ପ ରାସ୍ତା ନିର୍ମାଣ ବ୍ୟବସ୍ଥା କରାଯାଉନାହିଁ। ଫଳରେ ଜନସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏହି ସମସ୍ୟା ର ସମାଧାନ ନକଲେ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

Hot this week

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

Related Articles

Popular Categories