www.samajalive.in
Thursday, December 11, 2025
18.1 C
Bhubaneswar

ସକରାତ୍ମକ ମନୋଭାବ ହେଉଛି ନିଯୁକ୍ତି କୌଶଳର ପ୍ରଥମ ସୋପାନ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଉତ୍କଳ ଏଣ୍ଟରପ୍ରିନରସିପ ଆଣ୍ଡ କ୍ୟାରିୟର ହବ୍(ୟୁଇସିଏଚ) ପକ୍ଷରୁ ନିଯୁକ୍ତି ଓ ସୁକ୍ଷ୍ମ କୌଶଳ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ବବିଦ୍ୟାଳୟ ବାଣିଜ୍ୟ ବିଭାଗର ମୁଖ୍ୟ ପ୍ରଫେସର ପ୍ରବୋଧ କୁମାର ହୋତା କହିଛନ୍ତି ଯେ ସକରାତ୍ମକ ମନୋଭାବ ହେଉଛି ନିଯୁକ୍ତି କୌଶଳର ପ୍ରଥମ ସୋପାନ। ବୃତ୍ତିଗତ ଜୀବନରେ ପ୍ରବେଶ କରିବା ସମୟରେ ସକରାତ୍ମକ ମନୋଭାବ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି କହିଛନ୍ତି।
ରୁସା ୨.୦ ସଂଯୋଜକ ପ୍ରଫେସର ସୁଶାନ୍ତ କୁମାର ବଡ଼ମାଳି କହିଛନ୍ତି ଯେ ପ୍ରତିଦିନ ପାଠପଢ଼ିବା ସହିତ ଛାତ୍ରଛାତ୍ରୀମାନେ ଦକ୍ଷତା ହାସଲ ପାଇଁ ସ୍ବତନ୍ତ୍ର ପନ୍ଥା ଅବଲମ୍ବନ କରିବା ଉଚିତ, ଯାହାକୁ ବୃତ୍ତିଗତ ଜୀବନରେ ବ୍ୟବହାର କରାଯାଇପାରିବ। ଦଳଗତ କାର୍ଯ୍ୟଗୁଡିକ ପ୍ରଭାବଶାଳୀ ହେବା ଏବଂ ଜୀବନର ଅନ୍ୟାନ୍ୟ ଦିଗରେ ନିଯୁକ୍ତି କୌଶଳ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ସେ ପ୍ରକାଶ କରିଛନ୍ତି।

ଏହି ଅବସରରେ ୟୁଇସିଏଚ ନିର୍ଦେଶକ ପ୍ରଫେସର ଆବିଦ୍ ଅଲି ଖାନ କହିଛନ୍ତି ଯେ ସଫଳତାର ସହ ଚାକିରି ପାଇବା ପାଇଁ ଶିକ୍ଷାଗତ ଯୋଗ୍ୟତା ଏବଂ ଭଲ ନମ୍ବର ରଖିବା ଏକମାତ୍ର ଉପାୟ ନୁହେଁ। ଉଚ୍ଚଶିକ୍ଷା ହାସଲବେଳେ ଛାତ୍ରଛାତ୍ରୀ ସେମାନଙ୍କ ଅନୁଶାସନର ସୀମା ବାହାରେ ଚିନ୍ତା କରିବାର କ୍ଷମତା ବିକାଶ କରିବା ଉଚିତ। ବର୍ତ୍ତମାନ ଡ୍ରୋନ୍ ଟେକ୍ନୋଲୋଜି ଠାରୁ ଆରମ୍ଭ କରି ଇଭିଏସ୍ ଏବଂ ଇଣ୍ଟରନେଟ୍ ଆଦି ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ କୌଶଳ ପାଠ୍ୟକ୍ରମ ପ୍ରଦାନ କରିବା ପାଇଁ କାର୍ଯ୍ୟ ଚାଲିଛି ବୋଲି ପ୍ରକାଶ କରିଛନ୍ତି।
ଗ୍ରାମୀଣ ପରିଚାଳନା ବିଭାଗ ଛାତ୍ର ସ୍ମୃତି ସୌମ୍ୟ ରାଉତ, ରାଜନୀତି ବିଜ୍ଞାନ ବିଭାଗର ଛାତ୍ର ବିନୋଦ ଦେହୁରୀ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ୮୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Hot this week

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

Related Articles

Popular Categories