www.samajalive.in
Tuesday, December 9, 2025
15.1 C
Bhubaneswar

ରାଜସ୍ୱ ରଥ’ ମାଧ୍ୟମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ବଣ୍ଟନ କରିଛି ୧ ଲକ୍ଷ ପଟ୍ଟା

ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମସ୍ତ ସେବା ଅନଲାଇନ ମାଧ୍ୟମରେ ଉପଲବ୍ଧ କରାଯାଇଛି । ରାଜସ୍ୱ ରଥ ମାଧ୍ୟମରେ ଲୋକଙ୍କ ଘରେ ଘରେ ପଟ୍ଟା ଓ ବିଭିନ୍ନ ପ୍ରକାରର ସାର୍ଟିଫିକେଟ ବଣ୍ଟାଯାଉଛି। ପ୍ରତ୍ୟେକ ଜିଲାର ରାଜସ୍ୱ ସମୀକ୍ଷା ବୈଠକ ଫଳରେ ରାଜସ୍ୱ ସେବାରେ ଉଲ୍ଲେଖନୀୟ ପରିବର୍ତନ ଆସିଛି। ରାଜସ୍ୱ ସମୀକ୍ଷା ବୈଠକ ପରେ ‘ରାଜସ୍ୱ ରଥ’ ମାଧ୍ୟମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ପାଖାପାଖି ୧ ଲକ୍ଷ ପଟ୍ଟା ବଣ୍ଟନ କରାଯାଇଛି। ଏବେ ପ୍ରାୟ କୌଣସି ବିବିଧ ଏବଂ ଜାତିଗତ ପ୍ରମାଣପତ୍ର ଓ ବିବାଦବିହୀନ ଦାଖଲ ଖାରଜ ମାମଲାରେ ଲୋକମାନଙ୍କୁ ତହସିଲ ଯିବାର ଆବଶ୍ୟକତା ନାହିଁ। ତଥାପି ରାଜସ୍ୱ କୋର୍ଟରେ ଶୁଣାଣି ହେଉଥିବା ବିଭିନ୍ନ ରାଜସ୍ୱ ମାମଲାର ଫଇସଲା ପାଇଁ ଲୋକମାନଙ୍କୁ ତହସିଲ ଅଫିସ ଯିବାକୁ ପଡିଥାଏ। ସେହି ସବୁ ରାଜସ୍ୱ ମାମଲାରେ ଲୋକମାନଙ୍କୁ ତହସିଲ ନ ଯିବା ପାଇଁ ତଥା ରାଜସ୍ୱ ସେବାକୁ ଅଧିକ ଲୋକାଭିମୁଖୀ କରିବାକୁ ଓ ରାଜସ୍ୱ ବିଭାଗକୁ ଅଧିକ କ୍ରିୟାଶୀଳ କରିବାକୁ ମୁଖମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ସମସ୍ତ ରାଜସ୍ୱ କ୍ଷେତ୍ରାଧିକାରୀ ଯଥା ତହସିଲଦାର ଓ ଅତିରିକ୍ତ ତହସିଲଦାରମାନଙ୍କୁ କ୍ୟାମ୍ପ କୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରତ୍ୟେକ ତହସିଲଦାର ଓ ଅତିରିକ୍ତ ତହସିଲଦାରମାନେ ପ୍ରତି ସପ୍ତାହରେ ୨ ରୁ ୩ ଦିନ ବିଭିନ୍ନ ସେମାନଙ୍କ ଅଧିନସ୍ଥ ରାଜସ୍ୱ ନିରୀକ୍ଷକଙ୍କ ଅଫିସ, ପଞ୍ଚାୟତ ଓ ଗ୍ରାମରେ କ୍ୟାମ୍ପ କୋର୍ଟ କରିବାକୁ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ନିର୍ଦେଶ ଦେଇଛନ୍ତି। ଏହା ଦ୍ୱାରା ପ୍ରତି ମାସରେ ପ୍ରତ୍ୟେକ ତହସିଲଦାର ଓ ଅତିରିକ୍ତ ତହସିଲଦାର ସେମାନଙ୍କ ଅଧିନସ୍ଥ ପ୍ରତ୍ୟେକ ଗ୍ରାମ ଗସ୍ତ କରି ବିଭିନ୍ନ ରାଜସ୍ୱ ମାମଲାର ଫଇସଲା କରିପାରିବେ।
ଏଥିପାଇଁ ସମସ୍ତ ଜିଲାପାଳମାନଙ୍କୁ ଚିଠି କରାଯାଇଛି ଓ ପ୍ରତ୍ୟେକ ଡିଭିଜନର ରାଜସ୍ୱ ଆୟୁକ୍ତମାନଙ୍କୁ ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀଙ୍କ ସାପ୍ତାହିକ ସମୀକ୍ଷା ବୈଠକରେ ସଚେତନ କରାଯାଇଛି। ଏହା ପରେ ପ୍ରତ୍ୟେକ ଜିଲାର ନୋଡାଲ ଅଫିସରମାନଙ୍କୁ ତହସିଲ ଅଫିସର କ୍ୟାମ୍ପ କୋର୍ଟ ଉପରେ ସ୍ୱତନ୍ତ୍ର ଭାବରେ ସମୀକ୍ଷା ବୈଠକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ପ୍ରତ୍ୟେକ ଜିଲ୍ଲାର ରାଜସ୍ୱ ସମୀକ୍ଷା ବୈଠକରେ ଏହି କାର୍ଯ୍ୟସୂଚୀ ଉପରେ ନିୟମିତ ସମୀକ୍ଷା ହେବ। କ୍ୟାମ୍ପ କୋର୍ଟ କରିବାରେ ଅବହେଳା ହେଲେ ରାଜସ୍ୱ ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories