www.samajalive.in
Saturday, December 13, 2025
21.1 C
Bhubaneswar

ଜିଲା କଂଗ୍ରେସ ପକ୍ଷରୁ ‘ଭାରତ ଯୋଡ’ ଯାତ୍ରାର ଶୁଭାରମ୍ଭ

ନବରଙ୍ଗପୁର: ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ଦଳର ପୂର୍ବତନ ସଭାପତି ତଥା ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଶୁଭାରମ୍ଭ ହୋଇଥିବା ‘ଭାରତ ଯୋଡ’ ପଦଯାତ୍ରା ସମୟ ପୂର୍ବରୁ ନବରଙ୍ଗପୁର ଜିଲା କଂଗ୍ରେସ ଭବନ ଠାରେ ସଭାପତି  ମୁନା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଦୀପ, ଧୂପ ଓ ପୁଷ୍ପମାଲ୍ୟ ଦେଇ ପବିତ୍ର ରାମ ଧୂନ୍ ଗାନରେ ‘ଭାରତ ଯୋଡ’ ପଦଯାତ୍ରାର ମୁଖ୍ୟ ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ସୁଦୂର କାଶ୍ମୀର ଠାରୁ କନ୍ୟା କୁମାରୀ ପର୍ଯ୍ୟନ୍ତ ୧୨ଗୋଟି ରାଜ୍ୟ ମଧ୍ୟ ଦେଇ ଦୀର୍ଘ ୩୫୭୦ କି.ମିରୁ ଊର୍ଦ୍ଧ୍ଵ ପଥ, ୫ମାସ ସମୟ ଅତିକ୍ରମ କରିବାକୁ ଥିବା ପଦଯାତ୍ରା ।

ଅଖିଳ ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ବରିଷ୍ଠ ନେତା  ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ବିଶାଳ ଜନ ସମାଗମ ମଧ୍ୟରେ ଶୁଭାରମ୍ଭ ହୋଇଅଛି । ଯାହାର ମୁଖ୍ୟ ଉଦ୍ଦେଶ୍ୟ ପଦଯାତ୍ରା ମାଧ୍ୟମରେ ଲୋକଙ୍କ ପାଖକୁ ପହଞ୍ଚି ଭାଇଚାରାର ଦେଶରେ ସାମ୍ପ୍ରଦାୟିକତା, ଦେଶରେ ବଢ଼ି ଚାଲିଥିବା ଅରାଜକତା । ବର୍ତ୍ତମାନ ଦେଶରେ ଦେଖା ଦେଇଥିବା ଆର୍ଥିକ ପରିସ୍ଥିତି, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦାମ୍‌ ଆକାଶ ଛୁଆଁ ଓ ସାଧାରଣ ଜୀବନ ଜୀବିକା ଉପରେ ତାର ସିଧା ପ୍ରଭାବ । ଦିନକୁ ଦିନ ବଢି ଚାଲିଥିବା ବେକାରୀ ସମସ୍ୟା, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ସର୍ବ ନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ଥିବା ସାଧାରଣ ଜନତା । ବର୍ଦ୍ଧିତ ବିଦ୍ୟୁତ୍ ଦର,ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଡିଜେଲ, ପେଟ୍ରୋଲ, ରନ୍ଧନ ଗ୍ୟାସ ସାଙ୍ଗକୁ ଖାଇବା ତେଲ, ଲୁଣ, ମସଲା ଜାତୀୟ ସାମଗ୍ରୀର ଆକାଶ ଛୁଆଁ ଦର ବୃଦ୍ଧି । ଜିଏସଟି, ଭାଟ୍‌ ଭଳି ଅନେକ କରର ବୋଝ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ ।

- Advertisement -

ଦେଶକୁ ଆଗେଇ ନେବା ନାଁରେ ଦେଶର ଉତ୍ପାଦନ କ୍ଷମତା ସମ୍ପନ୍ନ କମ୍ପାନୀ ମାନଙ୍କୁ ଘରୋଇ ସଂସ୍ଥାକୁ ବିକ୍ରି ଭଳି ଅନେକ ସମସ୍ୟାକୁ ବିରୋଧ କରି ଏ ପଦଯାତ୍ରାର ଶୁଭକାମନା କରି ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ଦଳ ସଭାନେତ୍ରୀ ସୋନିଆ ଗାନ୍ଧିଙ୍କଙ୍କ ନିର୍ଦ୍ଧେଶ କ୍ରମେ ଆଜି ସକାଳ ଠିକ୍ ୮ ଘଣ୍ଟା ଠାରୁ ପ୍ରାୟୋଜିତ ପଦ ଯାତ୍ରାର ସଫଳତା କାମନା କରିଥିଲେ । ସ୍ଥାନୀୟ କଂଗ୍ରେସ ଭବନ ଠାରେ ଉପସ୍ଥିତ ରହି ବରିଷ୍ଠ ନେତା ପୂର୍ବତନ ବିଧାୟକ ତଥା ପିସିସି ଉପ ସଭାପତି ସଦନ ନାୟକ, ପିସିସି ସଭ୍ୟ ଦିଲ୍ଲୀପ କୁମାର ବେହେରା, ନଗର କଂଗ୍ରେସ ସଭାପତି ପ୍ରଦୀପ ସାହୁ, ମଣ୍ଡଳ କଂଗ୍ରେସ ସଭାପତି ନବ କିଶୋର ମନ୍ଦାର ଦେବ କାନ୍ତ ପଣ୍ଡା, ସୁମନ ପାତ୍ର ସୁନା, ନନ୍ଦା ହାଣ୍ଡି ବ୍ଲକ୍ କଂଗ୍ରେସ ସଭାପତି ବୃନ୍ଦାବନ ତ୍ରିପାଠୀ, ଦିଲ୍ଲୀପ ପ୍ରଧାନ, ଅଗ୍ନିପୁର ସରପଞ୍ଚ  ଦିବାକର ପୂଜାରୀ, ବରିଷ୍ଠ ନେତା ସତ୍ୟ ନାରାୟଣ ତ୍ରିପାଠୀ, ସୋସିଆଲ ମିଡିଆ ମୁଖ୍ୟ ସୁରଜ୍ ଲାଲ, ବାସୁଦେବ ପଟ୍ଟନାୟକ, ବଳରାମ ସ୍ବାଇଁ ପ୍ରମୁଖଙ୍କ ସହ ଅନେକ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହି ‘ଭାରତ ଯୋଡ’ ପଦଯାତ୍ରାର ଶୁଭକାମନା ଜ୍ଞାପନ କରିଥିଲେ ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories