www.samajalive.in
Sunday, December 14, 2025
26.1 C
Bhubaneswar

ଚୀନ ଭୂମିକମ୍ପ ; ମୃତ୍ୟୁ ସଂଖ୍ୟା ୬୫କୁ ବୃଦ୍ଧି ; ୨୦ ହଜାର ଘରେ ନାହିଁ ବିଦ୍ୟୁତ

ଉହାନ: ଦକ୍ଷିଣ ପଶ୍ଚିମ ଚୀନର ସିଚୁଆନ୍‌ ପ୍ରଦେଶରେ ଗତକାଲି ହୋଇଥିବା ବଡ ଧରଣର ଭୂମିକମ୍ପରେ ଅନେକ କ୍ଷୟକ୍ଷତି ହୋଇଛି। ଏଥିରେ ମୃତ୍ୟୁ ସଂଖ୍ୟା ୬୫କୁ ବୃଦ୍ଧି ପାଇଛି। ଏହାସହ ୧୬ ଜଣ ଏବେ ମଧ୍ୟ ନିଖୋଜ ରହିଛନ୍ତି। ଭୂକମ୍ପର ଝଟକା ଖୁବ ଜୋରରେ ଥିବାରୁ କିଛି କ୍ଷଣ ମଧ୍ୟରେ ଅନେକ କ୍ଷତି ଘଟିଛି। ଅନେକ ବଡ ବଡ ଅଟ୍ଟାଳିକା ମାଟିରେ ମିଶି ଯାଇଛି।  ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୦ ହଜାର ଲୋକଙ୍କ ଘରେ ବିଦ୍ୟୁତ ସେବା ନାହିଁ। ବଡ ବଡ କୋଠା ଧ୍ୱଂସ ହୋଇଥିବା ବେଳେ ପ୍ରଭାବିତ ହୋଇଥିବା ଅଞ୍ଚଳରେ ପ୍ରାୟ ୫୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହା ବ୍ୟତୀତ ୬,୫୦୦ରୁ ଅଧିକ ଉଦ୍ଧାରକାରୀ ଦଳ, ୪ଟି ହେଲିକେପ୍ଟର ଓ ୧୧୦୦ ଅଗ୍ନିଶମ କର୍ମଚାରୀରୁ ଘଟଣା ସ୍ଥଳରେ ନିୟୋଜିତ କରାଯାଇଛି।
ସୂଚନା ଯୋଗ୍ୟ, ଗତକାଲି ଲୁଡିଙ୍ଗ କାଉଣ୍ଟିରେ ଏହି ବଡ଼ ଧରଣର ଭୂମିକମ୍ପ ହୋଇଥିବା ବେଳେ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ରହିଥିଲା।   ମଧ୍ୟାହ୍ନ ୧୨ଟା ୨୫ ମିନିଟ୍‌ ସମୟରେ ଭୂମିକମ୍ପ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୨୯.୫୯ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୧୦୨.୦୮ ଡିଗ୍ରୀ ପୂର୍ବ ଦ୍ରାଘିମା ୧୬ କିଲୋମିଟର ଗଭୀରରେ ଥିଲା ବୋଲି କୁହାଯାଇଛି । ପୂର୍ବରୁ ମଧ୍ୟ ସିଚୁଆନ୍ ପ୍ରଦେଶରେ ଭୂକମ୍ପ ହୋଇଥିଲା । ଅନେକ କ୍ଷୟକ୍ଷତି ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories