www.samajalive.in
Monday, December 8, 2025
24.1 C
Bhubaneswar

ରାଜ୍ୟରେ କମୁଛି କରୋନା ସଂକ୍ରମଣ; ବଢ଼ୁଛି ସୁସ୍ଥତା ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ଦୈନିକ ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ପ୍ରତ୍ୟେକ ଦିନ ରାଜ୍ୟରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୨୩୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୩୬ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୯୫ଜଣ ରହିଛନ୍ତି ।

ସେହିପରି ଜନ୍ମରୁ ୧୮ ବର୍ଷ ମଧ୍ୟରେ ୩୭ଜଣ ପଜିଟିଭ୍‌ ଥିବା କୁହାଯାଇଛି । ଆଜିର ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ସକ୍ରିୟ କରୋନା ମାମଲା ୧୫୮୭ ରହିଛି । ଗୋଟିଏ ଦିନରେ କରୋନାରୁ ୩୭୫ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦେଇଥିବା ତଥ୍ୟ ଅନୁସାରେ ରାଜ୍ୟର ୫ ଜିଲ୍ଲାରେ କୌଣସି କରୋନା ପଜିଟିଭ୍‌ ମାମଲା ଆସିନାହିଁ । ଅର୍ଥାତ୍‌ ରାଜ୍ୟର ୨୫ ଜିଲ୍ଲା ଓ ଷ୍ଟେଟପୁଲରୁ ୨୩୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

- Advertisement -

ଖୋର୍ଦ୍ଧାରୁ ସର୍ବାଧିକ ୬୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ବରଗଡ଼ରୁ ୩, ଭଦ୍ରକରୁ ୩, ବଲାଙ୍ଗୀରରୁ ୫, ବୌଦ୍ଧରୁ ୫, କଟକରୁ ୨୭, ଦେବଗଡ଼ରୁ ୨, ଗଜପତିରୁ ୧, ଗଞ୍ଜାମରୁ ୨, ଜଗତସିଂହପୁରରୁ ୭ ଓ ଯାଜପୁରରୁ ୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି  ଝାରସୁଗୁଡ଼ାରୁ ୧, କଳାହାଣ୍ଡିରୁ ୯, କନ୍ଧମାଳରୁ ୧, କେନ୍ଦ୍ରାପଡ଼ାରୁ ୩, କୋରାପୁଟରୁ ୨, ମୟୂରଭଞ୍ଜରୁ ୧, ନବରଙ୍ଗପୁରରୁ ୧୪, ନୟାଗଡ଼ରୁ ୧୬, ନୂଆପଡ଼ାରୁ ୪, ପୁରୀରୁ ୩, ରାୟଗଡ଼ାରୁ ୨, ସମ୍ବଲପୁରରୁ ୭, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୨୧ ଓ ଷ୍ଟେଟପୁଲରୁ ୧୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories