ଗଣେଶ ଭସାଣରେ ଗଣ୍ଡଗୋଳ; ୨ପକ୍ଷରୁ ମାମଲା

ପାଟଣା: ପାଟଣା ଥାନା ଅନ୍ତର୍ଗତ ଦୁବେଇପେଣ୍ଠ ଗ୍ରାମ ମଝିସାହିବାସୀ ଗତକାଲି ସନ୍ଧ୍ୟାରେ ଗଣେଶ ଭସାଣ କରୁଥିବା ସମୟରେ ଗଣ୍ଡଗୋଳ ହୋଇଥିବା ଅଭିଯୋଗ ହୋଇଛି ।  ଏନେଇ ପାଟଣା ଥାନାରେ ଅଭିଯୋଗ ହୋଇଥିବା ବେଳେ, ରାସ୍ତାରେ ବାଇକ ରଖି ଭସାଣରେ ଗଣ୍ଡଗୋଳ କରିବା, ଶୋଭାଯାତ୍ରାକାରୀ ମାନଙ୍କୁ ଭୁଜାଲି ଆଣି ହାଣିବା ଧମକ ଦେଇଥିବା ଅଭିଯୋଗ କରାଯାଇଛି । ଅଭିଯୋଗ ହେବା ପରେ ଥାନାଧିକାରୀ ରାଜେନ୍ଦ୍ର ସ୍ୱାଇଁ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଭସାଣ କରୁଥିବା ନାଏକ ସାହିବାସୀ ପାଟଣା ଥାନାକୁ ଆସି ଲିଖିତ ଅଭିଯୋଗ କରିଥିବା ବେଳେ ସେଠୀ ସାହିବାସୀ ଆଗୁଆ ସାହାରପଡ଼ା ଫାଣ୍ଡିରେ ଅଭିଯୋଗ କରିଥିବା ସୂଚନା ମିଳିଛି ।

Comments are closed.