www.samajalive.in
Friday, December 12, 2025
19.1 C
Bhubaneswar

ଆୟୁଷ୍ମାନ ଭାରତରେ ଓଡିଶାବାସୀଙ୍କୁ ସାମିଲ ଦାବି କଲା ବିଜେପି

ଭୁୁବନେଶ୍ୱର : ଦେଶର ଅନ୍ୟ ରାଜ୍ୟଗୁଡ଼ିକ ଭଳି ଓଡିଶାରେ ଲାଗୁ କରିବା ଦାବିରେ ବିଜେପି ତରଫରୁ ସାରା ରାଜ୍ୟର ଗାଁ ଗହଳିରୁ ସଂଗୃହୀତ ଏକ କୋଟିରୁ ଊର୍ଦ୍ଧ୍ବ ଦସ୍ତଖତକୁ ସମ୍ବଳିତ ଦାବିପତ୍ରକୁ ଏକ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛି। ଓଡିଶାବାସୀଙ୍କ ଏକ ବୃହତ ସ୍ୱାର୍ଥଦୃଷ୍ଟିରୁ ରାଜ୍ୟ ବିଜେପି ରାଜ୍ୟର ସମସ୍ତ ପଞ୍ଚାୟତ, ବ୍ଲକ, ଜିଲା ଏବଂ ନିର୍ବାଚନମଣ୍ଡଳୀର ସମସ୍ତ ବୁଥକୁ ଯାଇ ଲୋକଙ୍କ ମତକୁ ଦସ୍ତଖତ ମାଧ୍ୟମରେ ସଂଗ୍ରହ କରାଯାଇଛି ବୋଲି ରାଜ୍ୟ ବିଜେପି ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି।

ବିଜେପି ତରଫରୁ ଏହି ଦସ୍ତଖତ ଅଭିଯାନ ଗତ ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୧୪ ପର୍ଯ୍ୟନ୍ତ ଚାଲିଥିଲା। ଏହି ଅବସରରେ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବା ପାଇଁ ସାଧାରଣ ରାଜ୍ୟବାସୀଙ୍କ ମନ ଭିତରେ ବହୁ ଉତ୍ସାହ ପରିଲକ୍ଷିତ ହୋଇଥିଲା। ରାଜ୍ୟ ସରକାର, କେନ୍ଦ୍ର ସରକାର ଏବଂ ରାଷ୍ଟ୍ରପତିଙ୍କୁ ଏ ସଂପର୍କରେ ଅବଗତ କରାଇବେ ବୋଲି ରାଜ୍ୟପାଳ ବିଜେପି ପ୍ରତିନିଧି ଦଳକୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଶ୍ରୀ ବକ୍ସିପାତ୍ର ସୂଚନା ଦେଇଛନ୍ତି।
ଦଳ ପକ୍ଷରୁ କୁହାଯାଇଛି ଯେ ମୋଦୀ ସରକାରଙ୍କ ଆୟୁଷ୍ମାନ ଯୋଜନା ସାରା ଦେଶରେ ଲାଗୁ ହୋଇଥିବାବେଳେ ରାଜ୍ୟସରକାର ହୀନ ରାଜନୀତି କରି ଏହି ଯୋଜନାକୁ ଓଡିଶାରେ ଲାଗୁ କରୁନାହାନ୍ତି। ଓଡିଶାବାସୀଙ୍କ ସୁସ୍ଥ ତଥା ଆରୋଗ୍ୟ କାମନା ରାଜ୍ୟସରକାର ଚାହୁଁନାହାନ୍ତି। ଏହାକୁ ନେଇ ଏବେ ଓଡିଶାବାସୀଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି। ଆୟୁଷ୍ମାନ ଭାରତରେ ଯୋଡି ହେଲେ ପ୍ରତ୍ୟେକ ହିତାଧିକାରୀ ରାଜ୍ୟ ସମେତ ରାଜ୍ୟ ବାହାରକୁ ଯାଇ ଚିକିତ୍ସିତ ହୋଇପାରିବେ।
ଓଡିଶାବାସୀ ଏହି ଯୋଜନାରୁ ବଞ୍ଚିତ ହେବାକୁ ଚାହୁଁନାହାନ୍ତି। ତେଣୁ ଏଭଳି ଜନକଲ୍ୟାଣ ଓ ସ୍ୱାସ୍ଥ୍ୟ ଯୋଜନାରୁ ରାଜ୍ୟବାସୀଙ୍କୁ ବଞ୍ଚିତ କରାନଯାଇ ରାଜ୍ୟବାସୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ଯୋଡିବାକୁ ବିଜେପିି ଦାବି କରିଛି। ରାଜ୍ୟପାଳଙ୍କୁ ଭେଟିଥିବା ପ୍ରତିନିଧି ଦଳରେ ବିଜେପି ବିଧାୟକ ରବି ନାୟକ, ରାଜ୍ୟ ଉପସଭାପତି ସମୀର ମହାନ୍ତି ଓ ନୟନ ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଓ ଭୃଗୁ ବକ୍ସିପାତ୍ର, ସଂପାଦକ ଡ. ଲେଖାଶ୍ରୀ ସାମନ୍ତସିଂହାର ଓ ସୀମନ୍ତିନୀ ଜେନା, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ଗୋଲକ ପ୍ରସାଦ ମହାପାତ୍ର ଓ ଦିଲୀପ ମହାନ୍ତି, କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମହେଶ୍ୱର ସାହୁ, ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଠାକୁର ରଣଜିତ୍‍ ଦାଶ, ଯୁବମୋର୍ଚ୍ଚ ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଓ ଅମୀୟ ଦାଶ, ଭୁବନେଶ୍ୱର ଜିଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ, ଭଦ୍ରକ ଜିଲା ସଭାପତି ବଦ୍ରି ଧଳ, ଢେଙ୍କାନାଳ ଜିଲା ସଭାପତି ବିଭୂତି ପ୍ରଧାନ, ଖୋର୍ଦ୍ଧା ଜିଲା ସଭାପତି ସୁବାସ ଜେନାଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ସାମିଲ ଥିଲେ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories