www.samajalive.in
Saturday, December 6, 2025
26.1 C
Bhubaneswar

୨୮୭ ମେଗାୱାଟକୁ ବୃଦ୍ଧି ପାଇବ ବୁର୍ଲାର ବିଜୁଳି ଉତ୍ପାଦନ

ବୁର୍ଲା: ବୁର୍ଲାର ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ବିଜୁଳି ଉତ୍ପାଦନ ବିଶେଷକରି ହୀରାକୁଦ ଜଳଭଣ୍ଡାରର ଜଳରାଶି ଉପରେ ନିର୍ଭର କରୁଛି। ହୀରାକୁଦ ବନ୍ଧର ଜଳସ୍ତରରେ ଅଭିବୃଦ୍ଧି ଫଳରେ ବର୍ତ୍ତମାନ ବୁର୍ଲା ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ବିଜୁଳି ଉତ୍ପାଦନର ମାତ୍ରା ବୃଦ୍ଧି ପାଇଛି। ସେପଟେ ପୁଣି ଜଳସ୍ତର ୬୩୦ ଫୁଟରେ ପହଞ୍ଚିଲେ ସର୍ବାଧିକ ବିଜୁଳି ଉତ୍ପାଦନ ୨୮୭ ମେଗାବ୍ୱାଟରେ ପହଞ୍ଚିବା ସମ୍ଭାବନା ରହିଛି। ବୁର୍ଲା ବିଜୁଳି ଉତ୍ପାଦନ ସାତୋଟି ୟୁନିଟ ବା ଟରବାଇନର ନବୀକରଣ ହେବା ପରେ ବିଜୁଳି ୟୁନିଟ ମାନଙ୍କର କ୍ଷମତା ବୃଦ୍ଧି ଘଟିଛି। ତେବେ ଜଳସ୍ତର ବୃଦ୍ଧି ପାଇଥିବା ବେଳେ ବର୍ତ୍ତମାନ ବିଜୁଳି ଉତ୍ପାଦନ ୨୭୨ ମେଗାୱାଟକୁ ପହଞ୍ଚି ସାରିଛି। ଗତ ଏକ ଦଶନ୍ଧିରୁ ଊର୍ଦ୍ଧ୍ବ କାଳ ହେବ ବିଜୁଳି ଉତ୍ପାଦନରେ ଅନେକ ହ୍ରାସତା ପରିଲକ୍ଷିତ ହେଉଥିଲା। ତେବେ ବର୍ତ୍ତମାନର ବିଜୁଳି ଉତ୍ପାଦନରେ ଅଭିବୃଦ୍ଧିକୁ ନେଇ ଆଗାମୀ ଦିନରେ ବିଜୁଳି ଶଙ୍କଟର ସମାଧାନ ଘଟବ ବୋଲି ମତପ୍ରକାଶ ପାଉଛି।

ତେବେ ବୁର୍ଲା ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ବିଜୁଳି ଉତ୍ପାଦନ କ୍ଷମତା ସର୍ବାଧିକ ୨୭୫ ମେଗାୱାଟ ରହିଥିବା ବେଳେ ୟୁନିଟ ମାନଙ୍କ ନବିକରଣ ବିଜୁଳି ଉତ୍ପାଦନ କ୍ଷମତାକୁ ୨୮୭ ମେଗାୱାଟକୁ ପହଞ୍ଚାଇ ଦେଇଛି। ସେହି ସମୟରେ ବୁର୍ଲା ୟୁନିଟର ମାତ୍ର ତିନୋଟି ୟୁନିଟ ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ନମ୍ବର ୟୁନିଟ ହିଁ କାର୍ଯ୍ୟକ୍ଷମ ରହିଥିଲା। ଚାରୋଟି ୟୁନିଟ ପ୍ରଥମ, ପଞ୍ଚମ, ଷଷ୍ଠ ଏବଂ ସପ୍ତମ ୟୁନିଟ ନବିକରଣ ହୋଇଥିବାର ଦୃଷ୍ଟାନ୍ତ ରହିଛି। ତେବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଧିରେ ଧିରେ ବୃଦ୍ଧି ପାଇ ୬୩୦ ଫୁଟକୁ ପହଞ୍ଚିଲେ ଉତ୍ପାଦନ ମାତ୍ରା ବୁର୍ଲା ବିଜୁଳି ଉତ୍ପାଦନ କେନ୍ଦ୍ରର ବୃଦ୍ଧିପାଇ ୨୮୭କୁ ପହଞ୍ଚିବା ନେଇ ଉତ୍ପାଦନ କେନ୍ଦ୍ର ସୁତ୍ରରୁ ସୁଚନା ହସ୍ତଗତ ହୋଇଛି। ତେବେ ସଦାସର୍ବଦା ବିଜୁଳି ଉତ୍ପାଦନକୁ ତ୍ୱରାନ୍ନିତ କରି ହ୍ରାସ କରି ରଖିବାକୁ ନେଇ ଅନେକ ସମାଲୋଚନା ହେଉଥିବା ବେଳେ ଏହାକୁ ବନ୍ଦ କରାଯାଇ କୋଇଲାରୁ ବିଜୁଳି ଉତ୍ପାଦନକୁ ପ୍ରୋତ୍ସାହିତ କରାଯିବା ନେଇ ଆଲୋଚନା ଯୋର ଧରିଥିଲା। ମାତ୍ର ବୁର୍ଲା ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ତାର ପୁର୍ବଭଳି ଉତ୍ପାଦନକୁ ଗୁରୁତ୍ୱ ଦିଆଯିବା ଏବଂ ସର୍ବାଧିକ ମାତ୍ରାରେ ବିଜୁଳି ଉତ୍ପାଦନ କରାଯିବାକୁ ନେଇ ସ୍ତାନିୟ ମହଲରେ ଆଗାମୀ ଦିନରେ ବିଜୁଳି ଶଙ୍କଟରୁ ଓ ଡ଼ିଶାବାସୀ ତ୍ରାହି ପାଇବେ ବୋଲି ମତପ୍ରକାଶ ପାଉଛି। ତେବେ ଗତ ଅଗଷ୍ଟ ମାସ ୨୬ ତାରିଖରେ ବୁର୍ଲା ବିଜୁଳି ଉତ୍ପାଦନ କେନ୍ଦ୍ରରେ ୨୭୨.୧୬୭ ମେଗାୱାଟ, ଗତ ୨୧ ତାରିଖରେ ୨୬୩.୩୩୩ ମେଗାୱାଟ, ଗତ ୨୪ ତାରିଖରେ ୨୬୦.୪୧୭ ମେଗାୱାଟ, ଗତ ୨୭ ତାରିଖରେ ୨୬୭.୦୦୦ମେଗାୱାଟ, ଗତ ୩୧ ତାରିଖରେ ୨୬୪.୧୬୭ ମେଗାୱାଟ ଏବଂ ଆଜି ୨୬୭.୪୧୭ ମେଗାୱାଟ ବିଜୁଳି ଉତ୍ପାଦିତ ହୋଇଥିଲା। ସେହିରି ଭାବରେ ଚିପିଲିମା ବିଜୁଳି ଉତ୍ପାଦନ କେନ୍ଦ୍ରର ଉତ୍ପାଦନ କ୍ଷମତା ୭୨ ମେଗାୱାଟ ରହିଥିବା ବେଳେ ବର୍ତ୍ତମାନ ଚିପିଲିମାର ଉତ୍ପାଦନ କ୍ଷମତା ବୃଦ୍ଧି ପାଇଥିବା ବେଳେ ବିଜୁଳି ଉତ୍ପାଦନ ମଧ୍ୟରେ ୬୦ ମେଗାୱାଟ ବା ତଦୁଦ୍ଧ୍ୱର୍ ରହିଥିବା ଦେଖିବାକୁ ମିଳୁଛି। ତେବେ ଆଗାମୀ ଦିନରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୩୦ ଫୁଟକୁ ପହଞ୍ଚିଲେ ବିଜୁଳି ଉତ୍ପାଦନ ୨୮୭କୁ ପହଞ୍ଚିବ ବୋଲି ବୁର୍ଲା ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ର ପକ୍ଷରୁ ସୁଚନା ହସ୍ତଗତ ହୋଇଛି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories