www.samajalive.in
Saturday, December 6, 2025
26.1 C
Bhubaneswar

ବଞ୍ଚାଇ ରଖିଛନ୍ତି ପାଟଣା ରାଜ ପରମ୍ପରା: ରାଜନୀତିରେ ପ୍ରତିଦ୍ୱନ୍ଦୀ, ନୂଆଁଖାଇରେ ଏକାଠିି

ବଲାଙ୍ଗିର: ବଲାଙ୍ଗିର ଶୈଳଶ୍ରୀ ପ୍ୟାଲେସ୍‍। ପାଟଣା ରାଜ୍ୟର ମୂକସାକ୍ଷୀ। ଗଣତନ୍ତ୍ରର ଶାସନରେ ରାଜରାଜୁଡା ଆଭିଜାତ୍ୟ ଶେଷ ହୋଇଛି ସତ। କିନ୍ତୁ ଆଜି ବି ରାଜ ପରମ୍ପରା ବଞ୍ଚି ରହିଛି। ଯାହାର ଛବି ନୂଆଁଖାଇରେ ଦେଖିବାକୁ ମିଳିଛି। ରାଜନୀତି ମଇଦାନରେ ରାଜ ପରିବାରର ସଦସ୍ୟ ଭିନ୍ନ ଭିନ୍ନ ଦଳରୁ ପ୍ରତିନିଧିତ୍ୱ କରି ସାମ୍ନା ସାମ୍ନି ହୋଇଛନ୍ତି। ଜୋରଦାର ମୁକାବିଲା ହୋଇଛି। ଜଣେ ହାରିଛି ଓ ଜଣେ ବିଜୟୀ ହୋଇଛନ୍ତି। କିନ୍ତୁ ପରମ୍ପରାକୁ ନେଇ ଲଢେଇ ନୁହେଁ, ସମ୍ମାନ ପ୍ରଦର୍ଶନ କରି ଆସିଛନ୍ତି।
ଗୁରୁବାର ରାଜବେଦୀରେ ଏକତ୍ରିତ ହୋଇଥିଲେ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସାଂସଦ ପତ୍ନୀ ସଙ୍ଗୀତା ସିଂହଦେଓ, ଭାଇ ତଥା ପୂର୍ବ ସାଂସଦ କଳିକେଶ ନାରାୟଣ ସିଂହଦେଓ, ପତ୍ନୀ ମେଘନା ସିଂହଦେଓ, ଅର୍କେଶ ନାରାୟଣ ସିଂହଦେଓ ତଥା କଳିକେଶ-ମେଘନାଙ୍କ ଝିଅ ଅମାଇରା।

ରାଜ ପୁରୋହିତ ସନ୍ତୋଷ ଦାଶ ନବାର୍ଣ୍ଣ ଦେବା ପରେ ସମସ୍ତେ ନୂଆଁ ଖାଇିଥିଲେ। ପରସ୍ପର ମଧ୍ୟରେ ସୌହାଦ୍ଦ୍ୟପୂର୍ଣ୍ଣ କଥାବାର୍ତ୍ତା ସହ ଜୁହାର ଭେଟ ହୋଇଥିଲେ। ପ୍ୟାଲେସ୍‍ ପରିସରରେ ଥିବା କୂଳ ଦେବୀଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ସାଂସଦ ସଙ୍ଗୀତା ସିଂହଦେଓ ପ୍ରତିକ୍ରିୟା ରଖି କହିଥିଲେ ଯେ, ନୂଆଁଖାଇ ରାଜନୀତି ନୁହେଁ। ରାଜନୀତିକୁ ରାଜନୀତି ବାଟରେ ରହିବାକୁ ଦିଅନ୍ତୁ। ନୂଆଁଖାଇର ଭିନ୍ନ ମହତ୍ତ୍ୱ ରହିଛି। ଏହା ଭାଇଚାରାର ପର୍ବ। ରାଗ, ବିଦ୍ୱେଷ ଭୁଲି ନୂଆଁଖାଇ ଦିନ ସମସ୍ତେ ଏକ ହେବାର ପରମ୍ପରା ରହିଛି। ତେଣୁ ପ୍ରତିବର୍ଷ ଆମେ ଏକାଠି ନୂଆଁ ଖାଇଆସୁଛୁ ବୋଲି ସେ ମତ ଦେଇଥିଲେ। ସେହିପରି ଚାଷୀଙ୍କ ପ୍ରଥମ ଅମଳ ଇଷ୍ଟଦେବୀଙ୍କୁ ଭୋଗ ଲାଗିଥାଏ। ଭାଇଚାରା ପାଇଁ ପଶ୍ଚିମ ଓଡ଼ିଶାର ନୂଆଁଖାଇ ସବୁଠି ଆଦୃତ। ଏଭଳି ପରମ୍ପରାକୁ ବଞ୍ଚାଇ ରଖିବାକୁ ଆମେ ସବୁବେଳେ ପ୍ରୟାସ କରି ଆସିଛୁ ବୋଲି ଅର୍କେଶ ନାରାୟଣ ସିଂହଦେଓ କହିଥିଲେ। ଆଉ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟସଭାର ପୂର୍ବତନ ସାଂସଦ ଅନଙ୍ଗ ଉଦୟ ସିଂହଦେଓ ଅନ୍ୟ ବର୍ଷ ନୂଆଁଖାଇରେ ଯୋଗ ଦେଉଥିବା ବେଳେ ସେ ବର୍ତ୍ତମାନ ଡେରାଡୁନରେ ଅଛନ୍ତି। ଏତେ ଦୂର ଯାତ୍ରା କରିବା ତାଙ୍କ ପାଇଁ ସହଜ ହେଉ ନାହିଁ। କରୋନା ଭୟ ବି ଯାଇନି। ତେଣୁ ସେ ଆସିପାରିଲେନି। ତେବେ ଆମେ ଭାଇମାନେ ମିଶି ନୂଆଁଖାଇ ପାଳନ କରୁଛୁ ବୋଲି ପୂର୍ବ ସାଂସଦ କଳିକେଶ ସିଂହଦେଓ କହିଥିଲେ।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories