www.samajalive.in
Monday, December 8, 2025
27.1 C
Bhubaneswar

ଗୃହ ପାଇଁ ଶୁଭଫଳ ପ୍ରଦାନ କରେ ମାଟି ପାତ୍ର

ଘରେ ଥିବା ମାଟି ପାତ୍ରର ବହୁ ବିଶେଷତ୍ୱ ଗୁଣ ରହିଛି। ଏହି ବିଶେଷତ୍ୱ ଗୁଣ ହିଁ ମନୁଷ୍ୟ ଭାଗ୍ୟକୁ ବଦଳାଇଥାଏ। ଶାସ୍ତ୍ର ଅନୁଯାୟୀ ମାଟିର ପାତ୍ରକୁ ଖୁବ ପବିତ୍ର କୁହାଯାଏ। ଏହି କାରଣରୁ ପୂର୍ବରୁ ସଭିଁଏ ମାଟି ପାତ୍ରରେ ଖାଦ୍ୟ ଖାଉଥିଲେ। ବାସ୍ତୁ ଅନୁଯାୟୀ ଏହି ମାଟି ପାତ୍ର ଗୃହରେ ସକରାତ୍ମକ ଶକ୍ତି ଆଣିଥାଏ। ମାଟି ପାତ୍ର ଘରେ ରହିବା ଦ୍ୱାରା ଏହା ଘର ପାଇଁ ଶୁଭଫଳ, ଧନବୈଭବ, ସଫଳତା ଆଦି ପ୍ରାପ୍ତି ହୋଇଥାଏ। ବିବାହ, ପୂଜାପର୍ବ, ବ୍ରତଘର ସବୁ କାର୍ଯ୍ୟରେ ମାଟିର ପାତ୍ର ବ୍ୟବହୃତ ହୋଇଥାଏ।


ବାସ୍ତୁ ଅନୁଯାୟୀ କୁହାଯାଏ ଗୃହର ଉତ୍ତର-ପୂର୍ବ ଦିଗରେ ମାଠିଆ କିମ୍ବା ସୁରେଇରେ ପାଣି ଭର୍ତ୍ତି କରି ରଖିବା ଉଚିତ। ଏହା ଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିନଥାଏ। ମାନସିକ ଦୁଶ୍ଚିନ୍ତା ଯେଉଁମାନଙ୍କର ଥାଏ, ସେମାନେ ଏହି ମାଟି ପାତ୍ରର ପାଣି ପିଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
ଗୃହରେ ଠାକୁରଙ୍କ ପୂଜାରେ ମାଟିରେ ନିର୍ମିତ ଛୋଟ ଛୋଟ ମୂର୍ତ୍ତି ପୂଜା କଲେ ଖୁବ ଶୁଭଫଳ ମିଳିଥାଏ।
ଘରେ ସାଜ୍ଜସଜ୍ଜା ପାଇଁ ଦକ୍ଷିଣ- ପୂର୍ବ ଦିଗରେ ମାଟିର ବିଭିନ୍ନ ଦ୍ରବ୍ୟ ରଖିଲେ ଗୃହରେ ସର୍ବଦା ସୌଭାଗ୍ୟ ଆସିଥାଏ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories