www.samajalive.in
Monday, December 8, 2025
24.1 C
Bhubaneswar

ମା’ଙ୍କ ଆଭୂଷଣରେ ୪.୫ କୋଟି ଟଙ୍କାର ସୁନା ଓ ୨.୫ କୋଟିର ନୋଟ୍‍

ବିଶାଖପଟ୍ଟନମ୍‍: ଜଗତଜନନୀ ମା’ ଦୁର୍ଗାଙ୍କ ଆବାହନ ପାଇଁ ସମଗ୍ର ପୃଥିବୀ ଏବେ ଉତ୍ସବମୁଖର। ମା’ଙ୍କୁ ଭକ୍ତିପୂତ ପୂଜାର୍ଚ୍ଚନା ପାଇଁ ଧରାବାସୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଏକପ୍ରକାର ପ୍ରତିଯୋଗିତା। ଏହି କ୍ରମରେ ବିଶାଖପଟ୍ଟନମ୍‍ ସ୍ଥିତ କନ୍ୟକା ପରମେଶ୍ୱରୀ ମନ୍ଦିରର ଅଧିଷ୍ଠାତ୍ରୀ ଦେବୀଙ୍କ ଆଭୂଷଣ ପାଇଁ ଚଳିତ ବର୍ଷ ୪.୫ କୋଟି ଟଙ୍କାର ସୁନା ଓ ନଗଦ ୨.୫ କୋଟି ଟଙ୍କାର ମୁଦ୍ରା ପ୍ରସ୍ତୁତ ରଖାଯାଇଛି। ଦୀର୍ଘ ୧୪୦ ବର୍ଷ ଧରି ଏଭଳି ସାଜସଜ୍ଜା କରାଯାଉଥିବା ବେଳେ ଚଳିତ ବର୍ଷ ଆହୁରି ଆଡ଼ମ୍ବରପୂର୍ଣ୍ଣ କରାଯାଇଛି। ଦଶହରାରେ ମା’ଙ୍କୁ ମହାଲକ୍ଷ୍ମୀ ଭାବରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଏ। ମା’ଙ୍କ ସାଜସଜ୍ଜା ପାଇଁ ସୁନା ସମେତ ନୂଆ ନୋଟ୍‍ ବ୍ୟବହାର କରାଯିବ। ଏଥିରେ ଉଭୟ ଭାରତୀୟ ଓ ବିଦେଶୀ ନୋଟ୍‍ ବ୍ୟବହାର କରାଯିବ। ମା’ଙ୍କ ଆସନ ପଛ ପାଶ୍ୱର୍ କାନ୍ଥ ଓ ସିଂହାସନ ଚଟାଣକୁ ନୋଟ୍‍ର ଆସ୍ତରଣ କରାଯିବ। ପ୍ରାୟ ୨୦୦ ଭକ୍ତ ମା’ଙ୍କ ଆଭୂଷଣ ପାଇଁ ଏହି ଦାନ କରିଛନ୍ତି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories