ବେଙ୍ଗାଲୁରୁ : ସ୍କୁଲରେ ଛାତ୍ରଙ୍କୁ ପଢ଼ାଉଥିବାବେଳେ ପ୍ରଧାନ ଶିକ୍ଷକଙ୍କୁ ହତ୍ୟା କରାଯାଇଛି। ରବିବାର ଆଗ୍ରାହାର ଦସାରହାଲିସ୍ଥିତ ହାଭାନର ପବ୍ଲିକ ସ୍କୁଲର ପ୍ରଧାନ ଶିକ୍ଷକ ରଘୁନାଥ(୬୦) ଦଶମ ଶ୍ରେଣୀର ୨୦ଜଣ ଛାତ୍ରଙ୍କୁ ଡାକି ପରୀକ୍ଷା ପାଇଁ ସ୍ୱତନ୍ତ୍ର ଭାବେ ପଢ଼ାଉଥିବାବେଳେ ୬ଜଣ ବ୍ୟକ୍ତି ହଠାତ୍ ଶ୍ରେଣୀଗୃହ ଭିତରକୁ ଧସେଇ ପଶି ପିଲାଙ୍କ ସମ୍ମୁଖରେ ତାଙ୍କୁ ପିଟିପିଟି ମାରି ଦେଇଛନ୍ତି। ପରେ ସେମାନେ ଏକ କାର୍ରେ ସ୍ଥାନ ଛାଡ଼ି ପଳାଇଛନ୍ତି। ଏହି ହତ୍ୟାକାଣ୍ଡ ପଛରେ ସ୍କୁଲ ଜମିଜମା ବିବାଦ ରହିଥିବା ସନ୍ଦେହ କରାଯାଉଛି। ପୁଲିସ ମହାଲକ୍ଷ୍ମୀ ଅଞ୍ଚଳରୁ ସମ୍ପୃକ୍ତ ଗ୍ୟାଙ୍ଗର ଜଣେ ସଦସ୍ୟକୁ ଗିରଫ କରିଥିବା ଜଣାଯାଇଛି। ସେ ଖସି ପଳାଉଥିବାବେଳେ ପୁଲିସ ଗୁଳିରେ ଆହତ ହୋଇଛି। ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Popular Categories



