www.samajalive.in
Saturday, December 13, 2025
26.1 C
Bhubaneswar

କରଞ୍ଜମାଳ ପଞ୍ଚାୟତରେ ମୋ’ ସ୍କୁଲ ଅଭିଯାନରେ ଅନିୟମିତତା

ଧାମରା: ଧାମରା ନିକଟସ୍ଥ କରଞ୍ଜମାଳ ପଞ୍ଚାୟତରେ ଥିବା ନିଗମାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟରେ ମୋ’ ସ୍କୁଲ ଅଭିଯାନରେ ଅନିୟମିତା ହେଉଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି ଏହି ବିଦ୍ୟାଳୟ ପାଇଁ ୫-ଟିରେ ୩୮ଲକ୍ଷ ଟଙ୍କା ଅନୁଦାନ ଆସିଥିବା ବେଳେ ମୋ’ ସ୍କୁଲ ଅଭିଯାନରେ ୫୮ଲକ୍ଷ ଟଙ୍କାର କାର୍ଯ୍ୟଦେଶ ହୋଇଛି। ମୋ’ ସ୍କୁଲ ଅଭିଯାନରେ କାର୍ଯ୍ୟ ଚାଲିଥିବା ବେଳେ ବିଦ୍ୟାଳୟ ସମ୍ମୁଖରେ ପାଣି ଜମି ରହୁଥିବାରୁ ଛାତ୍ରାଛାତ୍ରୀ ବିଦ୍ୟାଳୟକୁ ଯାତାୟତ କରିବାରେ ଅସୁବିଧା ହେଉଥିଲା। ବିଦ୍ୟାଳୟ ପରିଚାଳନା କମିଟି ସଂପୃକ୍ତ ଠିକାଦାରଙ୍କୁ ବର୍ଷା ଦିନରେ ଏହି ଖାଲୁଆ ଥିବା ସ୍ଥାନକୁ ପୋତିବା ପାଇଁ କହିଥିଲେ। ମାତ୍ର ସଂପୃକ୍ତ ଠିକାଦାର ଏହି ସ୍ଥାନକୁ ବାଲି ବଦଳରେ ପଙ୍କୁଆ ମାଟି ଆଣି ବିଦ୍ୟାଳୟ ବନ୍ଦ ଥିବା ସମୟରେ ପୋତିଥିଲେ। କେଉଁ ପରିସ୍ଥିତିରେ ବାଲି ବଦଳରେ ପଙ୍କ ଆଣି ପୋତିଛନ୍ତି ବୋଲି ସଂପୃକ୍ତ ବିଦ୍ୟାଳୟ ପରିଚାଳନା କମିଟି ର ସଂପାଦକ ଏବଂ ସଭ୍ୟ ସଂପୃକ୍ତ ଠିକାଦାରଙ୍କୁ ପ୍ରଶ୍ନ କରିଥିଲେ । ଏଥିରେ ଉଉକ୍ଷିପ୍ତ ହୋଇ ସଂପୃକ୍ତ ଠିକାଦାର ବିଦ୍ୟାଳୟ ପରିଚାଳନା କମିଟିର ସଂପାଦକ ଏବଂ ସଭ୍ୟ ମାନଙ୍କୁ ସେମାନଙ୍କ ଆଧାରକାର୍ଡ ହ୍ୱାଟସଆପରେ ପଠାଅ ମୁଁ ଦେଖିବି ତୁମେ ମୋର କଣ କରିବ ବୋଲି କହିଥିଲେ। ପରେ ସଂପୃକ୍ତ ପରିଚାଳନା କମିଟି ଏବଂ ନିଗମାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚାନ୍ଦବାଲି ବିଡିଓ ଏବଂ କରଞମାଳ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ ଅଭୟ ଜେନାଙ୍କୁ ଯୋଗାଯୋଗ କରି ଏହି ଅନିୟମିତତା ବିଷୟରେ ଅଭିଯୋଗ କରିଥିଲେ। ଶୁକ୍ରବାର ସଂପୃକ୍ତ କନିଷ୍ଠଯନ୍ତ୍ରୀ ଅଭୟ ଜେନା ଆସି ବିଦ୍ୟାଳୟରେ ଚାଲିଥିବା ମୋ’ ସ୍କୁଲ ଅଭିଯାନ କାର୍ଯ୍ୟ ଠିକ ହୋଇନାହିଁ ବୋଲି ବିଦ୍ୟାଳୟ ପରିଚାଳନା କମିଟି ଏବଂ ବିଦ୍ୟାଳୟର ଶିକ୍ଷକ ମାନଙ୍କୁ କହିଥିଲେ, ପରେ ସଂପୃକ୍ତ ଠିକାଦାରଙ୍କୁ ବିଦ୍ୟାଳୟ ସମ୍ମୁଖରେ ପଡିଥିବା ପଙ୍କୁଆ ମାଟିକୁ ଉଠାଇ ନେଇ ଫିଲିଂ ବାଲି ପକାଇବାକୁ କହିଥିଲେ। କନିଷ୍ଠଯନ୍ତ୍ରୀଙ୍କ ନିର୍ଦେଶ ପରେ ସଂପୃକ୍ତ ଠିକାଦାର ୩୦ଟ୍ରିପ ପଙ୍କୁଆ ମାଟି ନେଇ କଣ କରିବେ ଅଥବା ସେହି ପଙ୍କୁଆ ମାଟି ଉପରେ ବାଲି ପକାଇ ଫିଲିଂ କରିବେ ତାହା ଚର୍ଚ୍ଚା କେନ୍ଦ୍ରବିନ୍ଦୁ ପାଲଟିଛି । ଅନ୍ୟ ପକ୍ଷରେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ବିଦ୍ୟାଳୟ ଆଗରେ କେତେ ଟ୍ରିପ ମାଟି ପଡିଛି ବୋଲି ପଚାରିବାରୁ ସେ ତାଙ୍କ ଉତ୍ତରରେ ଠିକାଦାରଙ୍କୁ ସମର୍ଥନ କରି ୫ଟ୍ରିପ ମାଟି ପଡିଛି ବୋଲି କହିଥିଲେ। କେଉଁ ପରିସ୍ଥିତିରେ ବିଭାଗୀୟ କନିଷ୍ଠଯନ୍ତ୍ରୀ ସଂପୃକ୍ତ ଠିକାଦାରଙ୍କୁ ଘଣ୍ଟ ଘୋଡାଇ ଚାଲିଛନ୍ତି ତାହାର ମଧ୍ୟ ଚର୍ଚ୍ଚା ଚାଲିଛି । ଗୋଟିଏ ପଟରେ ବିଦ୍ୟାଳୟ ଆଗରେ ୩୦ ଟ୍ରିପ ପଙ୍କ ପଡିଥିବା କଥା ବିଦ୍ୟାଳୟ ପରିଚାଳନା କମିଟ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହୁଥିବା ବେଳେ କନିଷ୍ଠଯନ୍ତ୍ରୀ ୫ଟ୍ରିପ କଥା କହି କଥା ଏଡାଇ ଗଲେ ଏଥିପ୍ରତି କର୍ତୁପକ୍ଷ ଦୃଷ୍ଟି ଦେବା ସହ ଜିଲ୍ଲାପାଳ ଦୃଷ୍ଟିଦେବାକୁ ଦାବି ହେବା ସହ ପଙ୍କ ବଦଳରେ ବାଲି ଫିଲିଂ କରି ମୋସ୍କୁଲ ଅଭିଯାନରେ ଥିବା ୫୮ଲକ୍ଷ ଟଙ୍କାର କାର୍ଯ୍ୟ ଠିକ ଭାବେ କରିବାକୁ ଅଞ୍ଚଳବାସୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି ଦାବି ଜଣାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories