www.samajalive.in
Sunday, December 14, 2025
26.1 C
Bhubaneswar

ଲାଲୁଙ୍କ ସମେତ ଆରଜେଡି ନେତାଙ୍କ ଘରେ ସିବିଆଇ ଚଢ଼ଉ

ପାଟନା : ବିହାରରେ ଆରଜେଡି ସାଂସଦ ଫୟାଜ ଅହମ୍ମଦ ଓ ଅସ୍‍ଫାକ୍‍ କରିମ୍‍ଙ୍କ ବାସଭବନ ଉପରେ ଆଜି ସିବିଆଇ ଚଢ଼ଉ କରିଛି । ଆରଜେଡି ବିଧାନ ପରିଷଦ ସଦସ୍ୟ ସୁନୀଲ କୁମାର ସିଂହ, ପୂର୍ବତନ ବିଧାନ ପରିଷଦ ସଦସ୍ୟ ସୁବୋଧ ରାୟ ଓ ପୂର୍ବତନ ଆରଜେଡି ବିଧାୟକ ଆବୁ ଦୋଜନାଙ୍କ ଘର ଉପରେ ମଧ୍ୟ ସିବିଆଇ ଚଢ଼ଉ କରିଛି ।
ଫୟାଜ୍‍ ଅହମ୍ମଦଙ୍କ ମଧୁବନିସ୍ଥିତ ବାସଭବନ ଉପରେ ସିବିଆଇ ଚଢଉ କରୁଥିବା ବେଳେ ଅସ୍‍ଫାକ୍‍ କରିମ୍‍ଙ୍କ ପାଟନା ଓ କଟିହାର ସ୍ଥିତ ବାସଭବନରେ ତଲାସୀ କରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କ ବ୍ୟକ୍ତିଗତ ସଚିବ ନାଗମଣିଙ୍କ ଘର ଉପରେ ମଧ୍ୟ ସିବିଆଇ ଚଢ଼ଉ କରିଛି । ଜମି ପାଇଁ ଚାକିରି ଦୁର୍ନୀତି ମାମଲାରେ ଏହି ଖାନତଲାସି କରାଯାଉଛି । ସିବିଆଇ ପୂର୍ବତନ ରେଳମନ୍ତ୍ରୀ ଲାଲୁପ୍ରସାଦ ଯାଦବ, ତାଙ୍କର ପତ୍ନୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ଓ ତାଙ୍କ ପରିବାରର
ସଦସ୍ୟମାନଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲା ରୁଜୁ କରିଛି । ଲାଲୁ ପ୍ରସାଦ ଓ ତାଙ୍କ ପରିବାରର ସଦସ୍ୟମାନେ ଚାକିରି ଦେବା ବଦଳରେ ଜମି ନେଇଥିବା ଅଭିଯୋଗ ରହିଛି।ଲାଲୁପ୍ରସାଦ ଯାଦବ ରେଳମନ୍ତ୍ରୀ ଥିବା ବେଳେ ଏହି ଘଟଣା ଘଟିଥିଲା।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories