www.samajalive.in
Wednesday, December 10, 2025
15.1 C
Bhubaneswar

ଚଟପଟ ମଟନ

ଆବଶ୍ୟକ ସାମଗ୍ରୀ
ମଟନ – ୫୦୦ ଗ୍ରାମ
ତେଲ – ଆବଶ୍ୟକ ପରିମାଣରେ
କଟା ପିଆଜ – ୩ଟି
ଆଳୁ – ୩ଟି
ହଳଦୀ ଗୁଣ୍ଡ – ଆବଶ୍ୟକ ପରିମାଣରେ
ଲଙ୍କା ଗୁଣ୍ଡ- ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ଗୋଟା ମସଲା – ଗୁଜୁରାତି, ଡ଼ାଲଚିନି, ଲବଙ୍ଗ, ଗୋଲମରିଚ, ତେଜପତ୍ର,ଅଳେଇଚ
ପିଆଜ ,ଅଦା ରସୁଣ ବଟା -ଆବଶ୍ୟକ ପରିମାଣରେ
ଘିଅ – ୧ ଚାମଚ
ଗରମ ମସଲା – ଅଳ୍ପ
ଧନିଆ ପତ୍ର – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମଟନକୁ ଭଲ ଭାବେ ଧୋଇ ରଖନ୍ତୁ। ଗ୍ୟାସ ଲଗାଇ କୁକର ବସାନ୍ତୁ। ଏବେ କୁକରରେ ପାଣି ଦେଇ ମଟନ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ୧ଟି ଡ଼ାଲଚିନି, ଗୁଜୁରାତି, ଲବଙ୍ଗ, ଗୋଲମରିଚ,ଗୁଜୁରାତି , ଗୋଟେ କଟା ପିଆଜ,ପକାଇ ଏହାକୁ ୨ ରୁ ୩ଟି ସିଟି ଦେଇ ସିଝାନ୍ତୁ। ଏବେ ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ଆଳୁକୁ ଭଲ ଭାବେ ଭାଜି ଦିଅନ୍ତୁ। ଭଲ ଭାବେ ଭାଜି ହେବା ପରେ ଏହାକୁ କାଢି ଏକ ପାତ୍ରରେ ରଖନ୍ତୁ। ଏବେ କଡ଼େଇରେ ଆଉ କିଛି ତେଲ ପକାଇ ତେଜପତ୍ର, ଡ଼ାଲଚିନି, ଗୁଜୁରାତି, ଅଳେଇଚ, କଟା ପିଆଜ ପକାଇ ଭାଜନ୍ତୁ। ଭାଜିବା ପରେ ଏଥିରେ ଅଦା, ରସୁଣ , ପିଆଜ ବଟା , ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ ପକାଇ ଭଲ ଭାବେ କଷନ୍ତୁ। ଭଲ ଭାବେ କଷିବା ପରେ ଏଥିରେ ସିଝା ହୋଇରହିଥିବା ମଟନକୁ ତା ପାଣି ସହ ପକାନ୍ତୁ। ଏହା ପରେ ଭାଜି କରି ରଖଥିବା ଆଳୁକୁ ପକାଇ ଏହାକୁ ଗ୍ୟାସରେ ୫ ମିନିଟ ବସାନ୍ତୁ। ୫ ମିନିଟ ପରେ ଏଥିରେ ଗରମ ମସଲା , ଘିଅ , କଟା ଧନିଆ ପତ୍ର ପକାଇ ଗୋଳାଇ ଦିଅନ୍ତୁ। ଏବେ ଏକ ପାତ୍ରକୁ କାଢି ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories