www.samajalive.in
Saturday, December 13, 2025
26.1 C
Bhubaneswar

୧୦ ଦଫା ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ନବରଙ୍ଗପୁର: ଉମରକୋଟ ବ୍ଲକର ମକାଫସଲ ନଷ୍ଟରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପରି ୧୦ ଦଫା ଦାବିରେ ଜିଲାପାଳଙ୍କର କାର୍ଯ୍ୟାଳୟ ଘେରାଉ କରାଯାଇଥିଲା ।  ଏହି ଅବସରରେ ଏକ ଶୋଭାଯାତ୍ରାରେ ରାଷ୍ଟ୍ରୀୟ କିଷାନ ମଜଦୂର ମହାସଂଘ , ଆଦିବାସୀ ଜନଜାତି ଅଧିକାର ମଞ୍ଚ, ଓଡିଶା ଆଦିବସୀ ଅଧିକାର ମଞ୍ଚ ଓ ଓଡିଶା କୃଷକ ସଭା ପକ୍ଷରୁ ମଳିତ ଭାବେ ଜିଲାପାଳଙ୍କର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଥିଲେ ।

ଉମରକୋଟ ବ୍ଲକର କପସା ଭଟ୍ଟା, ସାରିଆ ଭଟ୍ଟା, ଲକଟିପକନା ଓ ସେମଲଧରାର ମକା ଫସଲ ନଷ୍ଟ କରାଯାଇଥିବା ବେଳେ ଏହି ୪ଟି ଗ୍ରାମବାସୀ ଏତଲାକୁ ଭିତ୍ତିକରି ମାମଲାରେ ସଂପୃକ୍ତ ୯ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା, ନଷ୍ଟ ମକାର କ୍ଷତିପୂରଣ ପ୍ରଦାନ, ଏହି ୪ଟି ଗାଁରେ  ତୁରନ୍ତ ଏଫଆରସି ଗଠନ, ଜିଲାର ସମସ୍ତ ପଡା ଗ୍ରାମ ଓ ଜଙ୍ଗଲ ଗ୍ରାମରେ ଗ୍ରାମ୍ୟ ଜଙ୍ଗଲ ଅଧିକାର କମିଟି ଗଠନ, ଫସଲ ନଷ୍ଟ ହୋଇଥିବା ଚାଷୀଙ୍କର ବ୍ୟାଙ୍କ ଓ  ଲ୍ୟାମ୍ପଋଣ ଛାଡ କରିବା, ବିବାଦିତ ଜଙ୍ଗଲଜମିରେ ତୁରନ୍ତ ଫଇସଲା କରିବା, ବ୍ୟକ୍ତି ଓ ଗୋଷ୍ଠୀଗତ ଜଙ୍ଗଲଜମି ଅଧିକାର ଦରଖାସ୍ତର ତୁରନ୍ତ ଫଇସଲା କରିବା ଇତ୍ୟାଦି ଦାବି କରାଯାଇଛି ।

- Advertisement -

ପରେ ଧାରଣା ସ୍ଥଳରରେ ଅତିରକ୍ତ ଜିଲାପାଳ ପହଞ୍ଚି  ଆଲୋଚନା କରିବା ସହିତ ତୁରନ୍ତ ସମାଧାନ କରିବାକୁ କହିବା ସହିତ ଦାବି ପତ୍ରଗ୍ରହଣ  କରିଥିଲେ । ଏଥିରେ  ରାଷ୍ଟ୍ରୀୟ କିଷାନ ମଜଦୂର ମହାସଂଘର ଜିଲା ସଭାପତି ଦିବକର ପୂଜାରୀ,  ଆଦିବାସୀ ଜନଜାତି ଅଧିକାର ମଞ୍ଚର ଅଧ୍ୟକ୍ଷା ହାରାବତୀ ଗଣ୍ଡ,  ଓଡିଶା ଆଦିବାସୀ ଅଧିକାର ମଞ୍ଚର ଜିଲା ସମ୍ପାଦକ  ରାଜେଶ ଜାନୀ, ସହସମ୍ପାଦକ ସଲିମଧର ଜାନୀ , ଉପସଭାପତି  ନୁଆଖାଉ ଭତରା,  ଓଡିଶା କୃଷକ ସଭା ଜିଲା ସଭାପତି ସବି ସାନ୍ତା, ସହସମ୍ପାଦକ ରବି ସାନ୍ତା, ଡିୱାଇଏଫ଼ଆଇ ଜିଲା ସହସମ୍ପାଦକ ଅଦୁ ସାନ୍ତା, ପୁରୁଷୋତ୍ତମ ସାନ୍ତା, ଅର୍ଜୁନ ସାନ୍ତା  ଓ  ଝରିଗାଁ ବ୍ଲକ ଚିତାବେଡା ସରପଞ୍ଚ ପଦ୍ମନ ସାନ୍ତା ପ୍ରମୁଖ ନେତୃତ୍ୱ ନେଇଥିଲେ ।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories