www.samajalive.in
Sunday, December 14, 2025
23.1 C
Bhubaneswar

ବଡ଼ମ୍ବା : ବନ୍ୟା ପରବର୍ତ୍ତି ପଦକ୍ଷେପ ନେଇ ବିଧାୟକଙ୍କ ସମୀକ୍ଷା ବୈଠକ

ପ୍ରାଥମିକ ଆକଳନ ଅନୁସାରେ ବ୍ଲକର ୨୭ଟି ପଞ୍ଚାୟତର ୪୭ଟି ଗାଁ ବନ୍ୟା ଦ୍ୱାରା ପ୍ରଭାବିତ 

ବଡ଼ମ୍ବା :  ମହାନଦୀର ଚଳିତ ବନ୍ୟାରେ ପ୍ରଭାବିତ ବଡ଼ମ୍ବାର ବ୍ଲକର ସ୍ଥିତି ଓ ପରବର୍ତ୍ତି ପଦକ୍ଷେପ ଉପରେ ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ରବିବାର ଏକ ସ୍ୱତନ୍ତ୍ର ବୈଠକରେ ବିଶଦ ଭାବେ ଆଲୋଚନା କରିଛନ୍ତି । ବ୍ଲକ ସମ୍ମିଳନୀ କକ୍ଷରେ ପ୍ରମୁଖ ଗଣମାଧ୍ୟମକୁ ଅନ୍ଧକାରରେ ରଖି ଅନୁଷ୍ଠିତ ଉକ୍ତ ବୈଠକରେ ବ୍ଲକ ପ୍ରଶାସନ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ। ବିଶେଷକରି ଚଳିତ ବନ୍ୟାରେ ବ୍ଲକର କୃଷିକ୍ଷେତ୍ର ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ତାହା ଉପରେ ଆଲୋଚନାକୁ ଗୁରତ୍ୱ ଦିଆଯାଇଥିବା ଜଣାଯାଇଛି । ହଜାର ହଜାର ଏକର ଧାନଚାଷ ସହିତ ପନିପରିବା ଚାଷ ବନ୍ୟାଜଳରେ ବୁଡ଼ି ପଚି ସଢି ଯାଇଥିବା ବେଳେ ଚାଷୀଙ୍କ ମେରୁଦଣ୍ଡ ଦୋହଲି ଯାଇଥିବା ଲକ୍ଷ୍ୟ କରାଯାଇଛି । ଫଳସ୍ୱରୁପ ବିଧାୟକ ଶ୍ରୀ ମିଶ୍ର ଏହା ଉପରେ ଗୁରତ୍ୱାରୋପ କରି କୃଷି ଏବଂ ଉଦ୍ୟାନ କୃଷିର ବିଭାଗୀୟ ଅଧିକାରୀଙ୍କୁ ସାମଗ୍ରିକ ଭାବେ କୃଷିକ୍ଷେତ୍ରରେ ଉପୁଜିଥିବା କ୍ଷୟକ୍ଷତିର ଆକଳନ କରି ୩-୪ ଦିନ ଭିତରେ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ । ମିଳିଥିବା ସୂଚନା ନୁଯାଇ ପ୍ରାଥମିକ ଆକଳନ ସ୍ୱରୁପ ଚଳିତ ବନ୍ୟାରେ ବ୍ଲକର ପାଖାପାଖି ୩ ହଜାର ୯୦୭ ହେକ୍ଟର ଉଭୟ ଧାନ,ଆଖୁ ଏବଂ ପନିପରିବା ଚାଷଜମି ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା  ବୈଠକରୁ ଜଣାପଡ଼ିଛି । ସେହିଭଳି ବ୍ଲକର ସମୁଦାୟ ୩୮ଟି ଗ୍ରାମପଞ୍ଚାୟତ ମଧ୍ୟରୁ ପ୍ରାୟ ୨୭ଟି ପଞ୍ଚାୟତର ୪୭ଟି ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ପ୍ରାଣୀସମ୍ପଦ ବନ୍ୟା ଦାଉରୁ ବାଦ୍ ପଡ଼ିନଥିବା ଜଣାପଡିଛି। ତେବେ ପ୍ରଭାବିତ ପ୍ରାଣୀ ସମ୍ପଦ ପାଇଁ ସହାୟତା ଏବଂ ଚିକିତ୍ସାସେବା ନେଇ ପଞ୍ଚାୟତ ସ୍ତରରେ କାହିଁକି ବ୍ଲକ ପ୍ରଶାସନ ମଦ୍ୟରେ ସହଯୋଗ ରହୁନଥିବା ନେଇ ବୈଠକରେ  ଉଦବେଗ ପ୍ରକାଶ ପାଇଥିଲା । ବିଧାୟକ ସେ ପ୍ରସଙ୍ଗରେ ହସ୍ତକ୍ଷେପ କରିବାସହ ପ୍ରଶାସନ ତଥା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଏଦିଗରେ ନିରନ୍ତର ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ । ସୂଚନାନୁଯାୟୀ ପ୍ରାଥମିକ ଭାବେ ବ୍ଲକକୁ ପ୍ରାୟ ୬୭ କ୍ୱିଣ୍ଟାଲ ଗୋ-ଖାଦ୍ୟ ଆସିଛି ଏବଂ ସେସବୁକୁ ବନ୍ୟାଞ୍ଚଳରେ ବିତରଣ କରାଯାଉଛି । ତେବେ ଲଘୁଚାପ ଜନିତ ଲଗାଣ ବର୍ଷାଲାଗି ରହିଥିବାରୁ ଆଉ ୩ଦିନ ପାଇଁ ଗୋ-ଖାଦ୍ୟ ଯୋଗାଇ ଦେବାକୁ ଆଜିର ବୈଠକରେ ବିଧାୟକ ଶ୍ରୀ ମିଶ୍ର କଟକ ଜିଲାପାଳଙ୍କୁ ଅନୁରୋଧ କରିଥିବା ପ୍ରକାଶ । ଅନୁଷ୍ଠିତ ବୈଠକରେ ବିଡିଓ ଉତ୍କଳ ରଞ୍ଜନ ଆଚାର୍ଯ୍ୟ, ତହସିଲଦାର ତପନ କୁମାର ପରିଡ଼ା, ବ୍ଲକ ସହ ଶିକ୍ଷାଧିକାରୀ ପ୍ରକାଶଚନ୍ଦ୍ର ମତ୍ତଗଜ ସିଂହ, ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଉଦୟ ଜ୍ୟୋତି ମଲ୍ଲିକ, ଡାକ୍ତର ଉଦୟ ରଞ୍ଜନ ଦାଶ, ପ୍ରାଣୀଧନ ଚିକତ୍ସା ଅଧିକାରୀ ଡାକ୍ତର ସଞ୍ଜୟ କୁମାର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ଜନପ୍ରତିନିଧିମାନେ ଯୋଗଦେଇଥିଲେ । ସେହିଭଳି ବିଭିନ୍ନ ବିଭାଗୀୟ ଅଧିକାରୀ ସେମାନଙ୍କ ପ୍ରାଥମିକ ରିପୋର୍ଟ ବୈଠକରେ ଉପସ୍ଥାପନ କରିଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ଗମେଇ-ଶଶାଙ୍ଗ ରାସ୍ତା ବନ୍ୟା ସମୟରେ ବିଛିନ୍ନ ହୋଇଥିବା ଏବଂ ବାଙ୍ଗେରିସିଂହା-ନୂଆ ବାଙ୍ଗେରିସିଂହାକୁ ଯୋଗାଯେ।।ଗ କରୁଥିବା ନିତିଦିନିଆ ରାସ୍ତା ପ୍ରଭାବିତ ହୋଇଥିବା ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି, ଜିଲା ପରିଷଦ ସଦସ୍ୟ ରବିନ୍ଦ୍ର କୁମାର ସାହୁଙ୍କ ସମେତ ଉପସ୍ଥିତ ଜନ ପ୍ରତିନିଧିମାନେ ବୈଠକରେ ଯୋଗଦାନ ପୂର୍ବକ ବନ୍ୟା ଜନିତ ଉପୁଜିଥିବା ବିଭିନ୍ନ ସମସ୍ୟା ଉପରେ ବିଧାୟକ ତଥା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories