ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ଲଗାଣ ବର୍ଷାରେ ଭୁଶୁଡ଼ିଲା ମାଟି କାନ୍ଥ… ଶୋଇଥିବା ବେଳେ କାନ୍ଥ ତଳେ ଚାପି ହୋଇ ଦୁଇ ଭଉଣୀଙ୍କ ମୃତ୍ୟୁ… ଗୁରୁତର ବାପାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି… କାନ୍ଦ ବୋବାଳିରେ ଫାଟିପଡ଼ୁଛି ଗାଁ ଦାଣ୍ଡ… ମୟୂରଭଞ୍ଜ ଜିଲା ବିଶୋଇ ଵ୍ଲକ ଭୋଳବେଡା ଗାଁର ଘଟଣା….

(୨) ବାଲିଆପାଳ ବ୍ଲକ ମଧୁପୁରା ଗାଁରେ ଅଭାବନୀୟ ଘଟଣା… ଭାଇ-ଭଉଣୀଙ୍କ ଉପରେ ଭୁଶୁଡ଼ିଲା ସ୍କୁଲ ପାଚେରି… ଜଣେ ମୃତ, ୨ଜଣ ଗୁରୁତର… ଉଭୟ ଗୁରୁତରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି…

(୩)  ରାଜ୍ୟରେ ତଳ ମୁହାଁ କରୋନା ଗ୍ରାଫ୍‌… ଧୀରେ ଧୀରେ ଖସୁଛି ସଂକ୍ରମଣ… ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୩୨୦ ପଜିଟିଭ୍‌… ଗୋଟିଏ ଦିନରେ କରୋନାରୁ ସୁସ୍ଥ ହେଲେ ୪୫୨ ଆକ୍ରାନ୍ତ… ରାଜ୍ୟରେ ମୋଟ୍‌ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨,୬୫୮ଜଣ…

(୪) ଦେଶରେ କମୁଛି କରୋନା ସଂକ୍ରମଣ… ଗୋଟିଏ ଦିନରେ ଚିହ୍ନଟ ହେଲେ ଆଉ ୧୩,୨୭୨ ପଜିଟିଭ୍‌… ସୁସ୍ଥ ହେଲେ ୧୯, ୯୦୦ ଆକ୍ରାନ୍ତ… ସଂକ୍ରମଣ ତୁଳନାରେ ବଢ଼ୁଛି ସୁସ୍ଥତା ସଂଖ୍ୟା… ଦୈନିକ ପଜିଟିଭିଟି ହାର ୪.୨୧%କୁ ବୃଦ୍ଧି.. ଦେଶରେ ମେଟ୍‌ ୧,୦୧,୧୬୬ ରହିଛନ୍ତି ସକ୍ରିୟ ଆକ୍ରାନ୍ତ…

prayash

(୫) କମୁଛି ହୀରାକୁଦ ଜଳସ୍ତର… ଡ୍ୟାମରୁ ନିଷ୍କାସିତ ହେଉଛି ୩ଲକ୍ଷ ୫୪ହଜାର ୬୦୪ କ୍ୟୁସେକ ପାଣି… ପ୍ରବେଶ କରୁଛି ୧ଲକ୍ଷ ୮୩ହଜାର ୩୮୧ ଘନଫୁଟ ଜଳ… ହୀରାକୁଦରେ ଜଳସ୍ତର ରହିଛି ୬୨୦.୭୧ ଫୁଟ୍‌… ବର୍ତ୍ତମାନ ୧୬ଟି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ..

(୬) ଦୀଘାରେ ସ୍ଥଳଭାଗ ଛୁଇଁବା ପରେ ଛତିଶଗଡ଼ ମୁହାଁ ହେଉଛି ଗଭୀର ଅବପାତ… ପ୍ରଭାବରେ ବାଲେଶ୍ୱର ସମେତ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା… ଆଜି ବି ରାଜ୍ୟରେ ଭୀଷଣ ବର୍ଷିବ… ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା..

(୭) ସବୁଠି ଖସୁଛି ବନ୍ୟାପାଣି… ଖଇରମାଳରେ ପ୍ରବାହିତ ହେଉଛି ୫ଲକ୍ଷ ୧୪ହଜାର କ୍ୟୁସେକ୍‌ ଜଳ…ମୁଣ୍ଡୁଳିରେ ପାସ୍‌ କରୁଛି ୮ଲକ୍ଷ ୫୭ହଜାର ୯୧୫କ୍ୟୁସେକ ପାଣି… ସେପଟେ ବରମୂଳରେ ୭ଲକ୍ଷ ୪୮ ହଜାର କ୍ୟୁସେକ ଜଳ ହେଉଛି ପ୍ରବାହିତ…

(୮) କୋଇଡ଼ା ଟେନସା ଫାଣ୍ଡି ଗୀତାରାଣି ମାଇନ୍ସ ପାଖରେ ଜଳିଗଲା ହାଇୱା… ହାଇୱା ସହ ଚାଳକ ମଧ୍ୟ ଜୀଅନ୍ତା ଜଳିଯାଇଥିବା ସୂଚନା… କୌଣସି କାରଣରୁ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ହାଇୱାଟି ଆସିଥିବା ଅନୁମାନ କରାଯାଉଛି…

kalyan agarbati

Comments are closed.